www.samajalive.in
Sunday, December 7, 2025
26.1 C
Bhubaneswar

ବିଶ୍ବ ସ୍ତନ କର୍କଟ ଦିବସ ସଚେତନତା ଶିବିର

ଭୁବନେଶ୍ବର: ସ୍ପର୍ଶ ହସ୍ପିଟାଲ୍ଏଣ୍ଡ କ୍ରିଟିକାଲ୍ କେୟାର୍ ଏବଂ ଲାୟନ୍ସ ମିନତି ବେହେରା କ୍ୟାନସର୍‌ ଫାଉଣ୍ଡନସ୍ ପକ୍ଷରୁ ବିଶ୍ୱ ସ୍ତନ କର୍କଟ ଦିବସ ସଚେତନତା ଶିବରି ଅନୁଷ୍ଠିତ ହୋଇଯାଇଛି। ଏହି ଦିବସରେ କର୍କଟରେ ଚିକିତ୍ସିତ, ସୁସ୍ଥ ହୋଇଯାଇଥିବା ରୋଗୀମାନଙ୍କୁ ଏବଂ ତାଙ୍କର ପରିବାରବର୍ଗଙ୍କୁ ସ୍ତନ କର୍କଟ ରୋଗ ବିଷୟରେ ସଚେତନତା ସହିତ ନୂତନ ଜ୍ଞାନ କୌଶଳ ବିଷୟରେ ଅବଗତ କରାଯାଇଥିଲା। ପ୍ରତ୍ୟେକ ବର୍ଷ ଲକ୍ଷାଧିକରୁ ଅଧିକ ସ୍ତନ କର୍କଟ ରୋଗ ଚିହ୍ନଟ ହୋଉଛନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ସମ୍ଭାବନା ୫୦-୬୦ ପ୍ରତିଶତ ରହିଥିବାବେଳେ କେବଳ ସଚେତନତା ଏବଂ ପ୍ରାରମ୍ଭିକ ଅବସ୍ଥାରୁ ଚିହ୍ନଟ କରିବା ଦ୍ୱାରା ହିଁ ଜଣେ ଏହି ରୋଗରୁ ମୁକ୍ତି ପାଇପାରିବେ। ଅଧିକ ମେଦବହୁଳତା, ଧୂମପାନ, ମଦ୍ୟପାନ, ବ୍ୟାୟାମ ଅଭାବ, ଉଚ୍ଚରକ୍ତଚାପ, ଜଙ୍କଡ୍‌, ଦୈନିକ ଦିନର ଖାଦ୍ୟ ପ୍ରଣାଳିରେ ଅସ୍ଥିରତା, ମାନସିକ ସ୍ତରରେ ଅସ୍ଥିରତା, ଶିଶୁମାନଙ୍କୁ ସ୍ତନପାନ କରାଉନଥିବା ମହିଳାମାନେ, ହରମୋନରେ ଅସ୍ଥିରତା, ଡେରିରେ ବିବାହ ଏବଂ ମାତୃତ ଲାଭକରିବା ମହିଳାଙ୍କଠାରେ ସ୍ତନ କର୍କଟ ରୋଗର ଆଶଙ୍କା ବୃଦ୍ଧି ପାଇଥାଏ। ପୂର୍ବରୁ ବିଭିନ୍ନ କାରଣରୁ ସ୍ତନ କର୍କଟ ରୋଗ ହେଉଥିା ବେଳେ ବର୍ତ୍ତମାନ କ୍ଷେତ୍ରରେ ପରିବର୍ତ୍ତିତ ଜୀବନ ଶୈଳୀ କେତେକାଂଶରେ ଦାୟୀ ବୋଲି କର୍କଟ ବିଶେଷଜ୍ଞ ପ୍ରଫେସର ଡ଼ା. ଘନଶ୍ୟାମ ବିଶ୍ୱାସ କହିଛନ୍ତି । ଯଦି ଆଧୁନିକ ଜୀବନ
ଶୈଳୀରେ ପରିବର୍ତ୍ତିନ ସମୟରେ ସମସ୍ତଙ୍କ ନିକଟରେ ସଚେତନତା ରହିଲେ ଏହି ରୋଗକୁ କେତେକାଂଶରେ ଏଡାଇ ଦେଇପାରିବେ । ବର୍ତ୍ତମାନ ମେମୋଗ୍ରାଫି ମେସିନ୍ ଦ୍ୱାରା ଏହାକୁ ସହଜରେ ଚିହ୍ନଟ କରାଯାଇପାରୁଛି। ଏହି ସଚତନତା ଶିବରି ରେ ଡ଼ା.ସ୍ୱପ୍ନା କବିରାଜ ଏବଂ ପୁଷ୍ପଲତା ସେଠୀଙ୍କୁ ଲାଇଅନ୍ସ୍ ମିନତି ବେହେରା କ୍ୟାନସ୍ର ଫାଉଣ୍ଡନସ୍ ତରଫରୁ ସମ୍ମାନିତ କରାଯାଇଥିଲା।
ଏହି ସଚେତନତା ଶିବିରରେ ସ୍ପର୍ଶ ହସ୍ପିଟାଲ୍ର ମୁଖ୍ୟ ପରିଚାଳନ କାର୍ଯ୍ୟ ନିର୍ବହୀ ନିର୍ଦ୍ଦେଶକ ପ୍ରଫେସର ଡ଼ା. ଘନଶ୍ୱାମ ବିଶ୍ୱାସ, ଅଧୀକ୍ଷକ ଡ଼ା. ସୁଶାନ୍ତ କିଶୋର ନାୟକ, କର୍କଟ ବଭି।ଗର ଡ଼ା. ଭରତ ଦାସ, ଡ଼ା. ଦେବାଶିଷ ଦାସ, ଡ଼ା. ଶୁବାଷ ଚନ୍ଦ୍ର ଜେନା ଏବଂ ଲାୟନ୍ସ ମିନତି ବେହେରା କ୍ୟାନସର୍‌ ଫାଉଣ୍ଡନସ୍ ଅଧ୍ୟକ୍ଷ ଡ଼ା. ସୂର୍ଯ୍ୟ ନାରାୟଣ ବେହେରା ଏବଂ ସମ୍ପାଦକ ଶୁଚିସ୍ମିତା ପୃଷ୍ଟି ଉପସ୍ଥିତ ଥିଲେ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories