www.samajalive.in
Wednesday, December 10, 2025
17.1 C
Bhubaneswar

ନିଖୋଜ ଯୁବ ବ୍ୟବସାୟୀ ରାଜାକୁ ତୁରନ୍ତ ଖୋଜିବାକୁ ଜିଲ୍ଳାପାଳଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧ  : ବୌଦ୍ଧ ଲକ୍ଷ୍ମୀ ବଜାରର ଯୁବ ବ୍ୟବସାୟୀ ପ୍ରମୋଦ ପ୍ରସାଦ(ରାଜା), ନିଖୋଜ ହେବାର ୧୦ ଦିନ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୁଲିସ କିମ୍ବା ତାଙ୍କ ପରିବାର ରାଜା ଅର୍ନ୍ତଦ୍ଧାନ ସଂପର୍କରେ ଟିକେ ମଧ୍ୟ ସୁରାକ୍‍ ପାଇପାରିନାନ୍ତି। ରାଜା ଜୀବିତ କି ମୃତ ଏହାକୁ ନେଇ ସହର ସାରା ଚର୍ଚ୍ଚା ଜାରି ରହିବା ସହିତ ପ୍ରତିଦିନ ନୂଆ ନୂଆ କଥା ଶୁଣିବାକୁ ମିଳୁଛି। ତେବେ ଘଟଣା ଦିନ ରାଜାକୁ କିଛି ଯୁବକ ବାଇକରେ ବସାଇ ନେଇ ପଳାଇଥିବା କୁହାଯାଉଥିବାବେଳେ ସେମାନଙ୍କ ସଂପର୍କରେ ଏଯାଏ କୌଣସି ତଥ୍ୟ ମିଳିପାରିନାହିଁ। ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଥିବାବେଳେ ପ୍ରଥମେ ବଜରଙ୍ଗ ଦଳ ଓ ନିଖୋଜ ରାଜାର ଶୁଭେଛୁ ଏବଂ ବନ୍ଧୁମାନେ ଏକ ଶୋଭାଯାତ୍ରାରେ ଯାଇ ଜିଲାପାଳ ଓ ଏସପିଙ୍କୁ ଦାବିପତ୍ର ଦେଇ ତଦନ୍ତରେ ପୁଲିସର ଅବହେଳା ନେଇ ଅଭିଯୋଗ କରିଛନ୍ତି।

ସହର ଭିତରୁ କାହାକୁ ଅପହରଣ କରାଯିବା ଭଳି ଘଟଣା ବୌଦ୍ଧ ସହରରେ ପ୍ରଥମଥର ପାଇଁ ଘଟିଥିବାବେଳେ ନିଖୋଜ ଯୁବ ବ୍ୟବସାୟୀଙ୍କୁ ଉଦ୍ଧାର କରିବା ବୌଦ୍ଧ ପୋଲିସ ଲାଗି  ଚାଲେଞ୍ଜ ସୃଷ୍ଟି କରିଛି। ଅନ୍ୟପଟେ ରାଜା ପରିବାରର ଏକମାତ୍ର ପୁତ୍ର ହୋଇଥିବାବେଳେ ସେ ହଠାତ ଅର୍ନ୍ତଦ୍ଧାନ ହେବା ଘଟଣାରେ ତାଙ୍କ ପରିବାର ସଦସ୍ୟମାନେ ପୁରା ଭାଙ୍ଗି ପଡ଼ିଛନ୍ତି। ରାଜାର ମୋବାଇଲ କଲ ଡାଟାକୁ ଆଧାର କରି ପୁଲିସ ପକ୍ଷରୁ ତୁରନ୍ତ ମାମଲାର ପର୍ଦ୍ଦାଫାସ ପାଇଁ ଜୋରସୋର ଉଦ୍ୟମ ଜାରି ରହିଛି। ଖୁବଶୀଘ୍ର ରାଜା ନିଖୋଜ ମାମଲାର ସମାଧାନ ହୋଇପାରିବ ବୋଲି ପୁଲିସ ଆଶାବାଦୀ ଥିବା ଥାନା ଅଧିକାରୀ ସୁଶ୍ରୀ କହଁର ପ୍ରକାଶ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories