www.samajalive.in
Tuesday, December 9, 2025
16.1 C
Bhubaneswar

ସରକାରଙ୍କ ପଦକ୍ଷେପ ଗ୍ରାମୀଣ ଅର୍ଥନୀତିରେ ଇସ୍ପାତ ବ୍ୟବହାରକୁ ବୃଦ୍ଧି କରିବ – ଧର୍ମେନ୍ଦ୍ର ପ୍ରଧାନ

ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କହିଛନ୍ତି ଯେ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଫଳରେ ଗ୍ରାମୀଣ ଅର୍ଥନୀତିରେ ଇସ୍ପାତ ବ୍ୟବହାର ବୃଦ୍ଧି ପାଇବ। ଆତ୍ମନିର୍ଭର ଭାରତ ଶୀର୍ଷକ ଏକ ୱେବିନାରକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଚାଉଳରୁ ଏଥନଲ ଉତ୍ପାଦନ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ସେ କହିଛନ୍ତି ଯେ ଏଥିପାଇଁ ଅନେକ ଡିଷ୍ଟିଲରି ଏବଂ ରିଫାଇନାରୀ ସ୍ଥାପନ କରାଯିବ ଯାହା ଇସ୍ପାତ ଶିଳ୍ପକୁ ବୃଦ୍ଧି କରିବ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏକ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ବିତରଣ କରାଯାଉଛି ଏବଂ ଅନେକ କ୍ଷେତ୍ରକୁ ପ୍ରାଥମିକ କ୍ଷେତ୍ର ଭାବରେ ଚିହ୍ନଟ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତା ପାଞ୍ଚରୁ ଛଅ ବର୍ଷ ମଧ୍ୟରେ ୧୫ ନିୟୁତ ମେଟ୍ରିକ୍ ଟନ୍ କମ୍ପ୍ରେସଡ଼ ବାୟୋ ଗ୍ୟାସ୍ ଉତ୍ପାଦନ ହେବ। ଶ୍ରୀ ପ୍ରଧାନ କହିଛନ୍ତି, ଏସବୁ ଇସ୍ପାତ ବ୍ୟବହାରକୁ ବୃଦ୍ଧି କରିବ ଏବଂ ମୁଣ୍ଡପିଛା ଇସ୍ପାତ ବ୍ୟବହାରକୁ ୭୪ କିଲୋଗ୍ରାମକୁ ବୃଦ୍ଧି କରିବା ଲକ୍ଷ୍ୟ ରହିଛି।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories