www.samajalive.in
Tuesday, December 9, 2025
17.1 C
Bhubaneswar

ଜାନୁଆରୀରୁ ରଣଜୀ ଟ୍ରଫି ପ୍ରତିଯୋଗିତା

ମୁମ୍ବଇ : ଚଳିତ ସିଜିନ୍‌ର ପ୍ରମୁଖ ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ୨୦୨୧ ଜାନୁୟାରୀରୁ ଆରମ୍ଭହେବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଘୋଷଣା କରିଛନ୍ତି। ଶନିବାର ଓ ରବିବାର ୨ ଦିନ ଧରି ଆୟୋଜିତ ବିସିସିଆଇ ଆପେକ୍‌ସ କାଉନ୍‌ସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦେଶରେ କରୋନା ସଂକ୍ରମଣ ଯୋଗୁଁ ଏଥର ରଣଜୀ ଟ୍ରଫି ପୁରୁଣା ଫର୍ମାଟରେ; ଅର୍ଥାତ୍ ଜୋନ୍ ଭିତ୍ତିରେ ଖେଳାଯିବ। ଏଥର ୩୮ଟି ଦଳ ରଣଜୀ ଟ୍ରଫି ଖେଳିବେ। ୫ଟି ଜୋନ୍ ସହ ଏଥର ଉତ୍ତର-ପୂର୍ବାଞ୍ଚଳ ଜୋନ୍‌ ମଧ୍ୟ ରଣଜୀ ଟ୍ରଫି ଖେଳିବ। ୬ଟିଯାକ ଜୋନ୍‌ର ଲିଗ୍ ମ୍ୟାଚ୍ ଗୋଟିଏ ସହରରେ ଖେଳାଯିବ। ଏପରି ସହରରେ ଏକାଧିକ ଷ୍ଟାଡିୟମ୍ ଥିବ, ଭଲ ହୋଟେଲ ଥିବ ଏବଂ ଜରୁରୀକାଳୀନ ପରିସ୍ଥିତି ପାଇଁ ଭଲ ହସ୍‌ପିଟାଲ ଥିବ। ଉତ୍ତର-ପୂର୍ବାଞ୍ଚଳ ଜୋନ୍‌ର ମ୍ୟାଚ୍ ପଣ୍ଡିଚେରୀରେ ଖେଳା ଯାଇପାରେ। ଉତ୍ତରାଞ୍ଚଳର ମ୍ୟାଚ୍ ଦିଲ୍ଲୀରେ, କେନ୍ଦ୍ରାଞ୍ଚଳର ମ୍ୟାଚ୍ ଲକ୍ଷ୍ନୌ, ଇନ୍ଦୋର କିମ୍ବା ନାଗପୁରରେ ଖେଳା ଯାଇପାରେ। ପୂର୍ବାଞ୍ଚଳର ମ୍ୟାଚ୍ କଲକାତା କିମ୍ବା ଭୁବନେଶ୍ବରରେ ଖେଳାଯିବ। ଦକ୍ଷିଣାଞ୍ଚଳର ମ୍ୟାଚ୍ ଚେନ୍ନଇ କିମ୍ବା ବାଙ୍ଗାଲୋରରେ ଏବଂ ପଶ୍ଚିମାଞ୍ଚଳର ମ୍ୟାଚ୍ ପୁଣେ, ମୁମ୍ବଇ କିମ୍ବା ବରୋଦାରେ ଖେଳା ଯାଇପାରେ। ରଣଜୀ ଟ୍ରଫି ସହ ସିନିୟର ମହିଳା ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଧ୍ୟ ଖେଳା ଯାଇପାରେ। ଷ୍ଟାଡିୟମ୍‌କୁ କୌଣସି ଦର୍ଶକଙ୍କୁ ଛଡ଼ାଯିବ ନାହିଁ। ଅନ୍ୟ ବୟସଗ୍ରୁପ୍ ଟୁର୍ଣ୍ଣାମେଣ୍ଟ ବିଷୟ​‌େ​‌ର ପରେ ନିଷ୍ପତ୍ତି ନିଆଯିବ; ଯାହା ମାର୍ଚ୍ଚ-ଏପ୍ରିଲରେ ଖେଳା ଯାଇପାରେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories