www.samajalive.in
Sunday, December 7, 2025
16.1 C
Bhubaneswar

ଆସନ୍ତାକାଲିଠାରୁ ଟ୍ରକ ଧର୍ମଘଟ ; ଦେଶବ୍ୟାପୀ ସାମିଲ ହେ​ବେ ୯୩ ଲକ୍ଷ ଟ୍ରକ

ଭୁବନେଶ୍ବର: ଛଅ ଦଫା ଦାବି ନେଇ ଶୁକ୍ରବାରଠାରୁ ଦେଶବ୍ୟାପୀ ଆରମ୍ଭ ହେବାକୁ ଯାଉଛି ଅନିର୍ଦ୍ଦିଷ୍ଟକାଳ ଟ୍ରକ ଧର୍ମଘଟ । ଅଖିଳ ଭାରତୀୟ ​ମୋଟର ପରିବହନ କଂଗ୍ରେସ (ଏଆଇଏମ୍‌ଟିସି) ପକ୍ଷରୁ ‘ଚକା ଜାମ୍‌’ ଡାକରା ଦିଆଯାଇଥିବା ଏହି ଧର୍ମଘଟରେ ଦେଶବ୍ୟାପୀ ୯୩ ଲକ୍ଷ ଟ୍ରକ ସାମିଲ ହେ​ବେ। ତେବେ ଓଡ଼ିଶାରୁ ଧର୍ମଘଟରେ ପ୍ରାୟ ୨ ଲକ୍ଷ ଟ୍ରକ ସାମିଲ ହେବାକୁ ଯାଉଥିବା ରାଜ୍ୟ ଟ୍ରକ ମାଲିକ ମହାସଂଘର ସାଧାରଣ ସମ୍ପାଦକ ରବି ନାରାୟଣ ଶତପଥୀ କହିଛନ୍ତି।

ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପକୁ ବିରୋଧ କରି ସଂଘ ଏହି ଧର୍ମଘଟ କରିବାକୁ ଯାଉଛି।  ମୁଖ୍ୟତଃ ଟୋଲ୍‌ ଗେଟ୍‌ ଉଚ୍ଛେଦ କରିବା, ଡିଜେ‌ଲ୍‌ ମୂଲ୍ୟ ହ୍ରାସ ଏବଂ ତୃତୀୟ ପକ୍ଷ ବୀମା ପ୍ରିମିୟମ୍‌ରେ ହ୍ରାସ ଘଟାଇବା ନେଇ ସଂଘ ଦାବି କରିଛି। ଶ୍ରୀ ଶତପଥୀଙ୍କ କହିବାନୁଯାୟୀ, ପ୍ରତି ୬୦ କି.ମି.ରେ ଗୋଟିଏ ଟୋଲ୍‌ ଗେଟ୍‌ ରହିବା ଦ୍ବାରା ମାଲ ପରିବହନରେ ସମସ୍ୟା ସହ ଅଧିକ ଡିଜେଲ ଅପଚୟ ହେଉଛି। ତେଣୁ ସରକାର ଟୋଲ୍‌ ଗେଟ୍‌ ଉଚ୍ଛେଦ କରି ବିକଳ୍ପ ଭାବେ ଟିକସ ଆଦାୟ କରନ୍ତୁ। ସରକାର ଟୋଲ୍‌ ପରମିଟ୍‌ ବ୍ୟବସ୍ଥା ଆରମ୍ଭ କରି ବାର୍ଷିକ ଭିତ୍ତିରେ ଟିକସ ନେଇପାରିବେ। ଏହାଛଡା ସରକାର ଡିଜେଲ ମୂଲ୍ୟରେ ହ୍ରାସ ଘଟାଇବା ସହ ଏହାକୁ ସାମଗ୍ରୀ ଏବଂ ସେବା କର (ଜିଏସ୍‌ଟି) ପରିସରଭୁକ୍ତ କରନ୍ତୁ। ​ ସରକାର ବୀମା ପ୍ରିମିୟମ୍‌ ଉପରେ ଯେଉଁ ୧୮% ଜିଏସ୍‌ଟି ନେଉଛନ୍ତି ତାହାକୁ ଛାଡ କରିବାକୁ ସଂଘ ଦାବି କରିଛି। ଓଡ଼ିଶାର ସମସ୍ତ ଟ୍ରକ ଧର୍ମଘଟ ଦିନ ପରିବହନ କାର୍ୟ୍ୟ ବନ୍ଦ କରିବେ ବୋଲି ଶ୍ରୀ ଶତପଥୀ କହିଛନ୍ତି।

- Advertisement -

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories