www.samajalive.in
Sunday, December 7, 2025
26.1 C
Bhubaneswar

ଅଭିନେତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ, ଓକିଲଙ୍କ ନାଁରେ ଏତଲା

ଝାରସୁଗୁଡ଼ା: ଝାରସୁଗୁଡ଼ାର ଜଣେ ଓକିଲ ମେହେନ୍ଦୀ ରେଜା ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ନାମରେ ଫେସବୁକରେ ବିବାଦୀୟ ମନ୍ତବ୍ୟ ଦେଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ମେହେନ୍ଦୀ ରେଜା ସାମାଜିକ ମାଧ୍ୟମରେ ଅଭଦ୍ର ଟିପ୍ପଣୀ କରିବା ସହ ପରବର୍ତ୍ତି କମେଣ୍ଟରେ ତାହାକୁ ଠିକ୍ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି । ଝାରସୁୁଗୁଡ଼ା କରନି ସେନା ପକ୍ଷରୁ ଏନେଇ ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରାଯାଇଛି ଯେ, ଝାରସୁଗୁଡ଼ା ମଙ୍ଗଳବଜାର ନିବାସୀ ମେହେନ୍ଦୀ ରେଜା ପେଶାରେ ଓକିଲ ଓକିଲ ହୋଇଥିଲେ ହେଁ ଜଣେ ସମ୍ମାନୀତ ମହିଳାଙ୍କ ବିଷୟରେ ଅଭଦ୍ରୋଚିତ ଟିପ୍ପଣୀ କରିବା ଅଶୋଭନୀୟ । ଅଭିନେତ୍ରୀ କଙ୍ଗନା ନବରାତ୍ରି ଉପଲକ୍ଷେ ଫେସବୁକରେ କିଛି ଚିତ୍ର ଛାଡ଼ିଥିବା ବେଳେ ମେହେନ୍ଦୀ ରେଜା ସେଥିରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ । ତାଙ୍କର ଏଭଳି ଟିପ୍ପଣୀ ଫଳରେ ଅଭିନେତ୍ରୀଙ୍କ ଆତ୍ମସମ୍ମାନ ପ୍ରତି ଆଞ୍ଚ ଆସିବା ସହ ହିନ୍ଦୁ ଜନଭାବନା ପ୍ରତି ଆଘାତ ଲାଗିଛି ବୋଲି କରଣୀ ସେନା ପକ୍ଷରୁ କୁହାଯାଇଛି । ଏଣୁ ମେହେନ୍ଦୀ ରେଜାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ତେବେ ଏହି ବିବାଦ ଘାନଇବା ପରେ ପରେ ମେହେନ୍ଦୀଙ୍କ ଆକାଉଣ୍ଟ ବ୍ଲକ ହୋଇଯାଇଛି । ତା ଛଡ଼ା ନିଜ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଛି ଓ ଏହାର କେହି ଦୂରୁପଯୋଗ କରୁଛି ବୋଲି ​‌େ​‌ସ ସ୍ପଷ୍ଟୀକରଣ ଦେଇଛନ୍ତି ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories