www.samajalive.in
Wednesday, December 10, 2025
15.1 C
Bhubaneswar

ଅବିଶ୍ରାନ୍ତ ବର୍ଷା ଯୋଗୁଁ ହାଇଦ୍ରାବାଦର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି

ଅବିଶ୍ରାନ୍ତ ବର୍ଷା ଯୋଗୁଁ ହାଇଦ୍ରାବାଦର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ହାଇଦ୍ରାବାଦ ନିକଟ ବାଲାନଗରସ୍ଥିତ ଏକ ବଡ ହ୍ରଦରେ ଅତ୍ୟଧିକ ବର୍ଷାଜଳ ପ୍ରବେଶ କରିବା ଯୋଗୁ ବହୁ କଲୋନି ଜଳମଗ୍ନ ହୋଇଛି। କିଛିଦିନ ପୂର୍ବେ ହାଇଦ୍ରାବାଦ ଓ ତେଲେଙ୍ଗାନାର କେତେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ହେବା ସହ ବହୁ କ୍ଷୟକ୍ଷତି ହୋଇଥିଲା। ମଙ୍ଗଳହାଟ ସହରରେ କାନ୍ଥ ପଡିଯିବା ଯୋଗୁଁ ଜଣେ ୫ବର୍ଷର ପିଲାର ମଧ୍ୟ ମୃତ୍ୟୁ ଘଟିଥିଲା। ଇତିମଧ୍ୟରେ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣିଂ ଜାରି କରାଯାଇ ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ଆଉ ଏକ ଲଘୁଚାପ ସୃଷ୍ଟି ହେବା ଯୋଗୁଁ ହାଇଦ୍ରାବାଦ ଓ ଏହାର ନିକଟବର୍ତୀ ଅଂଚଳରେ ଆସନ୍ତା ତିନିଦିନ ପର୍ଯ୍ୟନ୍ତ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

ଉତ୍ତର କର୍ଣ୍ଣାଟକରେ ଗତ କିଛିଦିନ ହେବ ବର୍ଷା ଲାଗି ରହିଥିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ରାଜ୍ୟ ବିପର୍ଯ୍ୟୟ ତଦାରଖ କେନ୍ଦ୍ର ପକ୍ଷରୁ ଜାରି ତଥ୍ୟରେ କୁହାଯାଇଛି ଯେ କାଲବୁର୍ଗୀ, ବିଜୟପୁରା, ରାଇଚୁର ଓ ୟାଦଗିରର ୨୨ ହଜାର ୭୫୩ ଜଣଙ୍କୁ ସ୍ଥାନାନ୍ତର କରାଯାଇ ୧୫୧ଟି ରିଲିଫ୍‍ କ୍ୟାମ୍ପରେ ରଖାଯାଇଛି। ଏନ୍‍.ଡି.ଆର୍‍.ଏଫ୍‍, ଅଗ୍ନିଶମ ଓ ଜରୁରୀକାଳୀନ ସଂସ୍ଥା ପକ୍ଷରୁ ନଦୀକୂଳରେ ଫସିରହିଥିବା ୪୪୮ଜଣଙ୍କୁ ଉଦ୍ଧାର କରାଯାଇଛି। ମହାରାଷ୍ଟ୍ରରେ ବର୍ଷା ଯୋଗୁଁ ବହୁ ପରିମାଣର ଫସଲ ହାନୀ ହୋଇଛି।ସାଙ୍ଗଲିରେ ଦଶ ହଜାର ହେକ୍ଟର ଚାଷଜମିରେ ଫସଲ ନଷ୍ଟ ହୋଇଥିବାବେଳେ କୋହ୍ଲାପୁରରେ ୨୪ହଜାର ୯୫୦ଜଣ ଚାଷୀ ପ୍ରଭାବିତ ହୋଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories