www.samajalive.in
Monday, December 8, 2025
14.1 C
Bhubaneswar

ଗଞ୍ଜେଇ ବୋଝେଇ ଗାଡି ସହ ୭୧୨ କେଜି ଗଞ୍ଜେଇ ଜବତ

ଲମତାପୁଟ : ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରା ଚାଲାଣ ବେଳେ ବହୁଳ ପରିମାଣରେ ଗଞ୍ଜେଇ ଜବତ ହେଉଛି। କୋରାପୁଟ ଜିଲା ମାଛକୁଣ୍ଡ ପୁଲିସ ୭୦ଲକ୍ଷ ଟଙ୍କାର ଉର୍ଦ୍ଧ ଗଞ୍ଜେଇ ଧରିବାରେ ସଫଳ ହୋଇଛନ୍ତି ।
ଶନିବାର ରାତ୍ର ପେଟ୍ରୋଲିଂ କରୁଥିବା ସମୟରେ କୌଣସି ଏକ ସୂତ୍ରରୁ ମାଛକୁଣ୍ଡ ପୁଲିସ ଗଞ୍ଜେଇ ଚାରା ଚାଲାଣ ହେଉଥିବା ଖବର ପାଇଥିଲେ । ସୂଚନା ଆଧାରରେ ପୁଲିସ ଆନ୍ଧ୍ରର ସୀମାନ୍ତ ଅଂଚଳରୁ ଜୟପୁର ଅଂଚଳକୁ ଗଞ୍ଜେଇ ଭର୍ତି କରି ନେଉଥିବା ଏକ ନମ୍ବର ବିହୀନ ବୋଲେର ପିକୋପ ଗାଡିକୁ ପିଛା କରି ମାଛକୁଣ୍ଡ ଠାରୁ ପ୍ରାୟ ୫କିଲୋମିଟର ଦୂର ଘଡାବେଡା ବ୍ରିଜ ନିକଟରେ ପୁଲିସ ଜବତ କରିବାରେ ସଫଳ ହୋଇଥିଲେ । ଅନ୍ୟ ପଟେ ଅନ୍ଧାରର ସୁଯୋଗ ନେଇ ଗାଡି ଡ୍ରାଇଭର ଜଣକ ଗାଡି ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ ମାଛକୁଣ୍ଡ ପୁଲିସ ଜବତ ଗଞ୍ଜେଇ ଗାଡିକୁ ଥାନାରେ ଆଣିଥିଲେ । ଜବତ ଗଞ୍ଜେଇକୁ ଓଜନ କରିବା ପରେ ୭ଶହ ୧୨ କେଜି ୭୦୦ଗ୍ରାମ ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲେ । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ଅନ୍ତରାଜ୍ୟରେ ୭୦ଲକ୍ଷ ରୁ ଉର୍ଦ୍ଧ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରେରେ ଏହାର ହାରାହାରି ମୂଲ୍ୟ ପ୍ରାୟ ୪୦ ଲକ୍ଷ ହେବ ବୋଲି ମାଛକୁଣ୍ଡ ଥାନା ଅଧିକାରୀ କହିଛନ୍ତି । ଏହାର ଅଧିକ ତଦନ୍ତ ଜାରି ରହିଥିବା ମଧ୍ୟ ସେ କହିଛନ୍ତି । ପ୍ରତି ଦିନ ଗଂଜେଇ ମାଫିଆ ମାନେ ବିଭିନ୍ନ ଉପାୟ ମାଧ୍ୟମରେ ବିହାର, ଉତ୍ତର ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଅଂଚଳକୁ ଚାରା ଚାଲାଣ କରୁଥିବା  ସୂଚନା ମିଳିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories