www.samajalive.in
Tuesday, December 9, 2025
26.1 C
Bhubaneswar

୧୫ ମିନିଟ୍ ବଢ଼ିଲା ‘ରେଡ଼ିଓ ପାଠଶାଳା’ କାର୍ଯ୍ୟକ୍ରମ ଅବଧି

ଭୁବନେଶ୍ବର: ରାଜ୍ୟରେ କରୋନା କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ଗତମାସ ୨୮ରୁ ରେଡିଓ ପାଠଶାଳା କାର୍ଯ୍ୟକ୍ରମ ଜରିଆରେ ରେଡିଓରେ ପାଠପଢା ଚାଲିଛି। ପୂର୍ବାହ୍ନ ୧୦ ଟାରୁ ୧୦.୧୫ ପର୍ଯ୍ୟନ୍ତ ପ୍ରସାରଣ ହେଇଥିଲା। ତେବେ ଏହି କାର୍ଯ୍ୟକ୍ରମର ଗ୍ରହଣୀୟତା ବଢୁଥିବାରୁ ପାଠପଢା ଅବଧିକୁ ୧୫ ମିନିଟରୁ ୩୦ ମିନିଟକୁ ବୃଦ୍ଧି କରାଯାଇଛି। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆ ସମସ୍ତ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ଓ ବ୍ଲକ ଶିକ୍ଷା ଅଧିକାରୀ (ବିିଇଓ)ଙ୍କୁ ଚିଠି ଲେଖି ଅବଗତ କରିଛନ୍ତି।

ଚିଠିରେ ଉଲ୍ଲେଖ ହୋଇଛି ଯେ, ‘ରେଡ଼ିଓ ପାଠଶାଳା’ କାର୍ଯ୍ୟକ୍ରମ ସୋମବାରରୁ ଶୁକ୍ରବାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ପୂର୍ବାହ୍ନ ୧୦ ଟାରୁ ୧୦ଟା୩୦ ପର୍ଯ୍ୟନ୍ତ ପ୍ରସାରଣ ହେବ। ଆସନ୍ତା ୧୯ରୁ୨୩ ପର୍ଯ୍ୟନ୍ତ ପ୍ରସାରଣ ହେବାକୁ ଥିବା କାର୍ଯ୍ୟକ୍ରମର ସମୟ ସାରଣୀ ଦିଆଯାଇଛି। ଡିଇଓ ଓ ବିଇଓ କାର୍ଯ୍ୟକ୍ରମ ସମ୍ବନ୍ଧରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଅବଗତ କରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଆକାଶବାଣୀର ୧୧ଟି କେନ୍ଦ୍ର ସହ ନ୍ୟୁଜ୍ ଅନ୍ ଏୟାର ଆପ୍ ଜରିଆରେ ବିଦ୍ୟାର୍ଥୀ ପାଠପଢା ଶୁଣିପାରିବେ। ରେଡିଓରେ ପ୍ରସାରିତ ପାଠ୍ୟ ବିଷୟଗୁଡ଼ିକ ଦୀକ୍ଷା ଆପରେ ମଧ୍ୟ ଉପଲବ୍ଧ ହେବ।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories