www.samajalive.in
Sunday, December 7, 2025
16.1 C
Bhubaneswar

ଲଇଡା ସମଲେଶ୍ୱରୀ ପୀଠ ରେ ଦମ୍ବୋବସା ନବଦିନାତ୍ମକ ପୂଜା

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ ର ଲଇଡା ଗ୍ରାମରେ ଥିବା ପ୍ରସିଦ୍ଧ ସମଲେଶ୍ୱରୀ ପୀଠ ମା ସମଲେଇଙ୍କ ୨୫୦ ତମ ବଏଲ୍ ଯାତ୍ରା ଉପଳକ୍ଷେ ବ୍ୟାପକ ପ୍ରସ୍ତୁତି ଚାଲିଛି। ପୁଅ ଜିଉନ୍ତିଆ ଠାରୁ ବିଶେଷ ପୂଜା ଉପଚାରଆରମ୍ଭ ହୋଇ ଆଜି ସମଲେଇ ମନ୍ଦିରରେ ଦମ୍ବୋ ସ୍ଥାପନ କରାଯାଇ ନବଦିନାତ୍ମକ ଷୋଢଶ ଉପଚାର ପୁଜା ଆରମ୍ଭ ହୋଇ ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯାଇଛି। ଏହି ଅବସରରେ ପୂଜକ କ୍ଷୀରୋଦ ଚନ୍ଦ୍ର ପୂଜାରୀ, ଲଇଡା ଜମିଦାର ପୃଥ୍ୱୀରାଜ୍ ସିଂ, ବଏଲ୍ ଯାତ୍ର ପୂଜା କମିଟିର ସଭାପତି ରାଜେଶ ପୃଷ୍ଟି, ସମ୍ପାଦକ ସନ୍ଦେଶ ପୃଷ୍ଟି, ସ୍ଥାୟୀ କମିଟିର ସଦସ୍ୟ ସନ୍ତୋଷ କୁମାର ଭୋଇ ଉପସ୍ଥିତ ରହି ପୁଜା ବିଧି ସମ୍ପନ୍ନ କରିତୀଲେ। ନବରାତ୍ର ପୂଜା ଅବସରରେ ମାନସିକ ରଖି ବହୁ ସଂଖ୍ୟକ ଶ୍ରଦ୍ଧାଲୁ ଭକ୍ତ ଦେବୀଙ୍କ ଠାରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରିଛନ୍ତି। ଆସନ୍ତା ୩୧ ତାରିଖ ଶନିବାର ଦିନ କୁମାର ପୂର୍ଣିମା ବଏଲ୍ ଯାତ୍ରା ଅନୁଷ୍ଠିତ ହେବାର ସ୍ଥିର ହୋଇଛି। ସୂଚିତ ଯେ ୧୭୭୦ ମସିହାରୁ ଲଇଡାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ବଏଲ୍ ଯାତ୍ରା ନିରଚ୍ଛିନ୍ନ ଭାବରେ ଅନୁଷ୍ଠିତ ହୋଇ ଆସୁଛି।
ବିଭିନ୍ନ ଶକ୍ତିପୀଠ ରେ ନବରାତ୍ର ପୂଜା
ରେଙ୍ଗାଲି ନିକଟସ୍ଥ ରମ୍ପେଲାକେମ୍ପ, ପୁଡପଡା, ସାଲଡ, ଠେଲକୁଲି, ଲାଉମାଲ ଆଦି ଶକ୍ତିପୀଠଗୁଡ଼ିକରେ ଆଜି ନବରାତ୍ର ପୂଜା ଆରମ୍ଭ ହୋଇଛି। ଏହି ଅବସରରେ ଶାକ୍ତ ପରମ୍ପରା ଅନୁସାରେ ବିଧିମତେ ପୂଜା ଅର୍ଚ୍ଚନା ମନ୍ତ୍ର ପାଠ କରାଯାଇ ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯାଇଥିବାର ଜଣାପଡିଛି। କୋଭିଡ୍ -୧୯ କଟକଣାକୁ ଅନୁପାଳନ କରାଯାଇ ସମସ୍ତ ବିଧି ସମ୍ପନ୍ନ କରାଯାଉଥିବାର ଦେଖିବାକୁ ମିଳିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories