www.samajalive.in
Sunday, December 7, 2025
18.1 C
Bhubaneswar

‘ରାଖି’ ବାନ୍ଧିବା ସର୍ତ୍ତରେ ବଳାତ୍କାରୀଙ୍କୁ ଜାମିନ, ସୁପ୍ରିମକୋର୍ଟ ଗଲେ ୯ ମହିଳା ଓକିଲ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ହାଇକୋର୍ଟ ଜଣେ ଯୌନ ନିର୍ୟାତନାକାରୀକୁ ‘ରାଖି’ ବାନ୍ଧିବା ସର୍ତ୍ତରେ ଜାମିନ ମଞ୍ଜୁର କରିବାକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଥିଲା ବେଳେ ଏ ନେଇ ୯ ଜଣ ମହିଳା ଆଇନଜୀବୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ବିଚାରପତି ଏ.ଏମ୍ ଖାନୱିଲ୍‌କର୍‌ଙ୍କ ନେତୃତ୍ବାଧୀନ ପୀଠ ଶୁକ୍ରବାର ଏ ସଂକ୍ରାନ୍ତରେ ବେଣୁଗୋପାଳଙ୍କୁ କାର୍ୟ୍ୟାଳୟକୁ ନୋଟିସ ଜାରି କରିଛନ୍ତି ଏବଂ ନଭେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ୟ୍ୟ କରିଛନ୍ତି। ବଳାତ୍କାର ପୀଡ଼ିତାଙ୍କୁ ‘ରାଖି’ ବାନ୍ଧିବାକୁ ଅନୁରୋଧ କରିବେ ବୋଲି ସର୍ତ୍ତ ରଖି ଜଣେ ଅଭିଯୁକ୍ତକୁ ମଧ୍ୟପ୍ରଦେଶ ହାଇକୋର୍ଟ ଗତ ଜୁଲାଇ ମାସରେ ଜାମିନ ମଞ୍ଜୁର କରିଥିଲେ। ଏହା ଆଇନ ସମ୍ମତ ହୋଇ ନ ଥିବା ଦର୍ଶାଇ ସମଗ୍ର ଦେଶରେ ଏହାର ପ୍ରତିବାଦ କରାଯାଇଥିଲା। ଏଭଳି ସର୍ତ୍ତରୁ ଅଦାଲତ ନିବୃତ୍ତ ରହିବା ଉଚିତ ବୋଲି ଦର୍ଶାଇ ହାଇକୋର୍ଟ ରାୟ ବିରୋଧରେ ମହିଳା ଓକିଲମାନେ ସୁପ୍ରିମ​କୋର୍ଟରେ ଆବେଦନ କରିଛନ୍ତି।

ହାଇକୋର୍ଟ ଜାମିନ ନିର୍ଦେଶରେ କହିଥିଲେ ଯେ ଅଗଷ୍ଟ ୩ ତାରିଖରେ ଅଭିଯୁକ୍ତ ‘ରାଖି’ ଓ ମିଠାଇ ସହ ପତ୍ନୀଙ୍କୁ ସାଙ୍ଗରେ ଧରି ପୀଡ଼ିତାଙ୍କୁ ଭେଟିବେ ଓ ସବୁଦିନ ପାଇଁ ତାଙ୍କୁ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇ ରାଖି ବାନ୍ଧିବାକୁ ଅନୁରୋଧ କରିବେ। ସେ ପୀଡ଼ିତାଙ୍କୁ ୧୧ହଜାର ଟଙ୍କା ଉପହାର ଦେବେ। ହାଇକୋର୍ଟଙ୍କ ଏଭଳି ସର୍ତ୍ତ ଆଇନର ବିରୁଦ୍ଧାଚରଣ କରୁଛି। ଏହା ଆଦୌ ପୀଡ଼ିତାଙ୍କ ଯନ୍ତ୍ରଣା ଅପନୋଦନ କରିବ ନାହିଁ ବୋଲି ଆବେଦନକାରୀ ଆଇନଜୀବୀ ଦର୍ଶାଇଛନ୍ତି। ଏହି ପରିପ୍ରେକ୍ଷୀରେ ଦେଶର ସମସ୍ତ ଅଦାଲତ ଏଭଳି ରାୟ ପ୍ରଦାନରୁ ବିରତ ରହିବା​ ପାଇଁ ନିର୍ଦେଶ ଦେବାକୁ ସେମାନେ ସୁପ୍ରିମକୋର୍ଟକୁ ନିବେଦନ କରିଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories