www.samajalive.in
Tuesday, December 9, 2025
16.1 C
Bhubaneswar

ବଦଳିଲା ବୈଷୟିକ ଶିକ୍ଷାବର୍ଷ କ୍ୟାଲେଣ୍ଡର

ଭୁବନେଶ୍ବର: ବୈଷୟିକ ଶିକ୍ଷା ୨୦୨୦-୨୦୨୧ ଶିକ୍ଷା ବର୍ଷ କ୍ୟାଲେଣ୍ଡର ବଦଳିଛି। ଅଗଷ୍ଟ ୧ ପରିବର୍ତ୍ତେ ନଭେମ୍ବର ୧କୁ ନୂଆ ଶିକ୍ଷା ବର୍ଷ ରୂପେ କାର୍ୟ୍ୟକାରୀ କରିବାକୁ ବୈଷୟିକ ଶିକ୍ଷାନୁଷ୍ଠାନ ‌ଏବଂ ବିଶ୍ବବିଦ୍ୟାଳୟଗୁଡିକୁ ଏଆଇସିଟିଇ ପରାମର୍ଶ ଦେଇଛି। ୟୁଜିସିର ସଂଶୋଧିତ ନିୟମାବଳୀକୁ ଏଆଇସିଟିଇ ଗ୍ରହଣ କରି ଏହି ନିର୍ଦେଶ ଦେଇଥିବା ଜଣାପଡିଛି। ଅଗଷ୍ଟ ୧୫ ସୁଦ୍ଧା ଖାଲି ପଡିଥିବା ସିଟ୍‌ରେ ନାମଲେଖା ପାଇଁ ତାରିଖ ନିର୍ଦ୍ଧାରଣ କରାଯାଇ ଥିଲା। ନୂଆ ନିୟମାବଳୀରେ ଏହାକୁ ନଭେମ୍ବର ୧୫କୁ ବୃଦ୍ଧି କରାଯାଇଛି। ନଭେମ୍ବର ୧୦ ତାରିଖ ସୁଦ୍ଧା ନାମଲେଖାଇ ଥିବା ଛାତ୍ରଛାତ୍ରୀ ଚାହିଁଲେ ସିଟ୍‌ ପ୍ରତ୍ୟାହାର କରି ପ୍ରକ୍ରିୟାରୁ ବାଦ ପଡିପାରିବେ। ନଭେମ୍ବର ପହିଲାରୁ ଲାଟେରାଲ ଏଣ୍ଟ୍ରି ଦ୍ବିତୀୟ ଏବଂ ପ୍ରଥମ ବର୍ଷ ଛାତ୍ରଛାତ୍ରୀ କ୍ଲାସ୍‌ କରିବେ। କୋଭିଡ଼ ଯୋଗୁଁ ୟୁଜିସି ବୈଷୟିକ ଶିକ୍ଷାବର୍ଷ ପରିବର୍ତ୍ତନ କରିବାକୁ ନିୟମାବଳୀ ଆଣିଛି। ଏହାକୁ କାର୍ୟ୍ୟକାରୀ କରିବାକୁ ଏଆଇସିଟିଇ ଦେଶର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନକୁ ପରାମର୍ଶ ଦେଇଛି।

ଶିକ୍ଷା ବର୍ଷ ଆରମ୍ଭ ହେଲେ ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍ ଏବଂ ଅଫ୍‌ଲାଇନ୍‌ରେ ପାଠପଢା ଯିବ। ଆବଶ୍ୟକସ୍ଥଳ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ ଏବଂ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ କୋଭିଡ଼ ନିୟମାବଳୀକୁ ନେଇ ଶିକ୍ଷା ବର୍ଷ କ୍ୟାଲେଣ୍ଡରକୁ ପରିବର୍ତ୍ତନ କରାଯାଇ ପାରିବ। ସ୍ନାତକ ଏବଂ ଡିପ୍ଳୋମା ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ ଶିକ୍ଷାନୁଷ୍ଠାନ କ୍ଲାସ୍‌ ଆରମ୍ଭ କରିବାକୁ କୁହାଯାଇଛି। ଚଳିତ ଶିକ୍ଷା ବର୍ଷରେ ଛାତ୍ରଛାତ୍ରୀଙ୍କ ଇଣ୍ଡକସନ ପ୍ରୋଗ୍ରାମ ୩ ସପ୍ତାହ ପରିବର୍ତ୍ତେ ଗୋଟିଏ ସପ୍ତାହ କରାଯିବ ବୋଲି ଏଆଇସିଟିଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories