www.samajalive.in
Sunday, December 7, 2025
26.1 C
Bhubaneswar

ସମୁଦ୍ର ଜଳ ଲୁଣିଆ କାହିଁକି, ଏତେ ଲୁଣ କେଉଁଠୁ ଆସିଲା ?

ସମାଜ ପୋର୍ଟାଲ ଡେସ୍କ (ବୈଜୟନ୍ତୀ ନାୟକ) : ଆମେ ସମସ୍ତେ ଜାଣୁ ଯେ ସାଗର ଏବଂ ମହାସାଗରର ଜଳ ଲୁଣିଆ, କିନ୍ତୁ ଏହାର କାରଣ ଖୁବ୍ କମ୍ ଲୋକଙ୍କୁ ଜଣାଥାଏ। ସମୁଦ୍ର ଜଳ ଏତେ ଲୁଣିଆ ଯେ ଏହା ବିଲକୁଲ ପିଇବା ସାପେକ୍ଷ ନୁହେଁ। ତେବେ ଏଠାରେ ପ୍ରଶ୍ନ ଉଠେ ଯେ, ସମୁଦ୍ରରୁ ଏତେ ଲୁଣ କେଉଁଠୁ ଆସିଲା ଯେ ଜଳ ଲୁଣିଆ ହୋଇଗଲା ? ଆଜି ଆମେ ଏହି ପ୍ରଶ୍ନ ଉପରୁ ପରଦା ହଟାଇ ବୈଜ୍ଞାନିକ କାରଣ ବତାଇବୁ ………

ଆମ ପୃଥିବୀର ୭୦ ପ୍ରତିଶତ ଜଳ ରହିଛି। ଏହାର ୯୭ ପ୍ରତିଶତ ସାଗର ଏବଂ ମହାସାଗରରେ ରହିଛି । ଆମେରିକାର ନ୍ୟାସନାଲ ଓସେନିକ୍ ଏବଂ ଏଟମାସ୍ଫେୟାରିକ୍ ଏଡମିନିଷ୍ଟ୍ରେସନ୍ ଅନୁଯାୟୀ, ଯଦି ସମୁଦ୍ରରୁ ସମସ୍ତ ଲୁଣକୁ ବାହାର କରି ସ୍ଥଳଭାଗରେ ବିସ୍ତାର କରାଯାଏ, ତେବେ ଏହାର ସ୍ତର ୫୦୦ ମିଟର ଉଚ୍ଚ ହେବ।

- Advertisement -

ସମୁଦ୍ରରେ ଲୁଣ ସୃଷ୍ଟିର ଉତ୍ସ : ସମୁଦ୍ରରେ ଲୁଣ ସୃଷ୍ଟିର ଦୁଇଟି ଉତ୍ସ ବା କାରଣ ରହିଛି । ସମୁଦ୍ରରେ ସର୍ବାଧିକ ଲୁଣ ନଦୀରୁ ଆସିଥାଏ । ଏଠାରେ ସୂଚନାଯୋଗ୍ୟ ଯେ, ଯେ ବର୍ଷା ଜଳ ସାମାନ୍ୟ ଅମ୍ଳଯୁକ୍ତ ହୋଇଥାଏ। ଯେତେବେଳେ ଏହି ଜଳ ଭୂମିର ଚଟାଣ ଉପରେ ପଡେ, ସେତେବେଳେ ଭୂମି କ୍ଷୟ ହୋଇ ଏଥିରୁ ସୃଷ୍ଟି ହୋଉଥିବା ଆୟନଗୁଡ଼ିକ ନଦୀ ଦେଇ ମହାସାଗରରେ ମିଶିଥାଏ । ଏହି ପ୍ରକ୍ରିୟା ଲକ୍ଷ ଲକ୍ଷ ବର୍ଷ ଧରି ଚାଲିଆସୁଛି । ଏହା ଥିଲା ସମୁଦ୍ର ଜଳ ଲୁଣିଆ ବା ଖାରିଆ ହେବାର ଗୋଟିଏ କାରଣ। ଦ୍ବିତୀୟଟି ହେଉଛି….

ଏହା ବ୍ୟତୀତ ମହାସାଗରରେ ଲୁଣର ଆଉ ଏକ ଉତ୍ସ ରହିଛି, ଯାହା କାଦୁଅ ଚଟାଣରୁ ମିଳୁଥିବା ଉତ୍ତପ୍ତ ପଦାର୍ଥ । ଏହି ପଦାର୍ଥ ସମୁଦ୍ରର ସବୁ ସ୍ଥାନରୁ ଆସେ ନାହିଁ। ବରଂ ସେହି ଗାତ ଏବଂ ଛିଦ୍ରରୁ ଆସିଥାଏ, ଯେଉଁଠି ପୃଥିବୀର ଆଭ୍ୟନ୍ତରୀଣ ପୃଷ୍ଠଗୁଡିକ ସହିତ ସମୁଦ୍ର ସଂଯୋଗରେ ଆସିଥାଏ। ଗାତ ଏବଂ ଛିଦ୍ରରୁ ସମୁଦ୍ର ଜଳ ପୃଥିବୀର ଭିତର ପୃଷ୍ଠ ସହିତ ସଂସ୍ପର୍ଶରେ ଆସିଲେ ତାହା ଗରମ ହୋଇଥାଏ । ଏହା ଦ୍ବାରା ଅନେକ ପ୍ରକାରର ରାସାୟନିକ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ |

ସମୁଦ୍ରରେ ଆୟନ୍ : ସମୁଦ୍ର ଏବଂ ମହାସାଗର ଜଳରେ ସର୍ବାଧିକ କ୍ଲୋରାଇନ୍ ଏବଂ ସୋଡିୟମ୍ ଆୟନ ଥାଏ । ଏହି ଦୁଇଟି ଆୟନ ଏକତ୍ର ସମୁଦ୍ରରେ ୮୫ ପ୍ରତିଶତ ଦ୍ରବୀଭୂତ ଆୟନର ଗଠନ କରନ୍ତି । ସେହିପରି ମ୍ୟାଗ୍ନେସିୟମ୍ ଏବଂ ସଲଫେଟ୍ ୧୦ ପ୍ରତିଶତ ଆୟନ ସୃଷ୍ଟି କରିଥାଏ। ଏଗୁଡିକ ବ୍ୟତୀତ ଅବଶିଷ୍ଟ ଆୟନ ପରିମାଣ ବହୁତ କମ୍ ଥାଏ |

ପ୍ରକାଶ ଥାଉ ଯେ, ସବୁ ସ୍ଥାନରେ ସମୁଦ୍ର ଜଳରେ ସମାନ ଲୁଣିଆ ନଥାଏ। ତାପମାତ୍ରା, ବାଷ୍ପୀକରଣ ଏବଂ ବୃଷ୍ଟିପାତ ହେତୁ ବିଭିନ୍ନ ସ୍ଥାନର ଜଳରେ ପାର୍ଥକ୍ୟ ରହିଛି । ବିଷୁବରେଖା ଏବଂ ପୋଲାଣ୍ଡ ନିକଟରେ ଥିବା ଜଳ ବହୁତ କମ୍ ମାତ୍ରାରେ ଲୁଣିଆ ହୋଇଥାଏ। କିନ୍ତୁ ଅନ୍ୟ ସ୍ଥାନ ଗୁଡିକରେ ଜଳ ବହୁତ ମାତ୍ରାରେ ଲୁଣିଆ ହୋଇଥାଏ ।

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories