www.samajalive.in
Monday, December 8, 2025
14.1 C
Bhubaneswar

ବଲାଣିରେ ପୁଲିସର ପାଟ୍ରୋଲିଂ ଢିଲା , ଗ୍ରୀଲ ତାଡି ସୁନା ଦୋକାନରୁ ଚୋରି ଅଭିଯୋଗ

ବଲାଣି: କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ବଲାଣି ଟାଉନସିପ୍ ଅଞ୍ଚଳରେ ଥିବା ବିଷ୍ଣୁ ମନ୍ଦିର କମ୍ପେକ୍ସସ୍ଥିତ ମାଆ ତାରିଣୀ ଜ୍ଵଲେରୀ ଦୋକାନର ସଟର ଓ ଗ୍ରୀଲ ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି। ତେବେ ବଲାଣି ପୁଲିସର ପାଟ୍ରୋଲିଂ ଢିଲା କାରଣରୁ ଏପରି ଘଟଣା ଘଟୁଥିବା ନେଇ ଜନସାଧାରଣରେ ଆଲୋଚନା ହେବା ସହିତ ବଲାଣି ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ମା ତାରିଣୀ ଜ୍ଵଲେରୀ ଦୋକାନର ମାଲିକ ଆନନ୍ଦ ସାହୁ ଗତ ରାତି ସଟର ଗ୍ରୀଲ ଆଦି ତାଲା ପକାଇ ବନ୍ଦ କରି ଯାଇଥିଲେ । ଆଜି ସକାଳ ସମୟ ରେ ଆସି ଦେଖିଲା ବେଳେ ସଟର ତାଲା ଭଙ୍ଗା ଯାଇଥିବା ସହିତ ଗ୍ରୀଲ ତଡା ଯାଇଥିବା ଦେଖିବାକୁ ପାଇଥିଲ । ତେବେ ଦୋକାନରେ କୌଣସି ମୂଲ୍ୟବାନ ଅଳଙ୍କାର ରଖି ନ ଥିବାରୁ ସେପରି ବଡ଼ ଧରଣର ଚୋରି ହୋଇନଥିବା ସେ ପ୍ରକାଶ କରିଥିଲେ। ତେବେ କିଛି ହଳ ରୁପା ପାଉଁଜି ସହ ୩ ରୁ ୪ ଗ୍ରାମ ସୁନା ଚୋରୀ ହୋଇଥିବା ନେଇ ସେ କହିଛନ୍ତି ଯାହାର ଆନୁମାନିକ ମୂଲ୍ୟ ୪୦ ରୁ ୫୦ ହଜାର ଟଙ୍କା ଭିତରେ ହେବ ବୋଲି ଅଭିଯୋଗ କରିଛନ୍ତି ଏହା ବ୍ୟତୀତ ଦୃବୁର୍ତ୍ତ ଦୋକାନରେ ଥିବା ସିନ୍ଦୁକ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ହେଁ ସେଥିରେ ସେମାନେ ଅସଫଳ ହୋଇଥିଲେ। ପୂର୍ବରୁ ମଧ୍ୟ ଠିକ ଏହିପରି ଭାବରେ ଏହି ଦୋକାନରେ ଚୋରି ହୋଇଥିବା ବେଳେ ପୁନର୍ବାର ଦୃବୁର୍ତ୍ତ ମାନେ ଏହି ଦୋକାନକୁ ଟାର୍ଗେଟ କରିଛନ୍ତି। ତେବେ ବଲାଣି ପୁଲିସର ନିଷ୍କ୍ରିୟତା ଯୋଗୁଁ ସୀମାନ୍ତ ଅଞ୍ଚଳରେ ପୁନର୍ବାର ଏହିପରି ଅପରାଧ ଘଟୁଥିବା ନେଇ ଆଲୋଚନା ହେଉଛି ।

- Advertisement -

ପ୍ରକାଶ ଯୋଗ୍ୟ ଯେ, ବଲାଣି ଟାଉନସିପ୍ ଝାଡ଼ଖଣ୍ଡ ରାଜ୍ୟର ସୀମାରେ ରହିଥିବା ବେଳେ ବଲାଣି ପୁଲିସର ନିଷ୍କ୍ରିୟତା ଓ ପାଟ୍ରୋଲିଂ ଢିଲା ହେଉଥିବାରୁ ଅନ୍ୟ ରାଜ୍ୟର ଅପରାଧୀ ସହଜରେ ଅଞ୍ଚଳ ଭିତରେ ପ୍ରବେଶ କରି ଅପରାଧ ଘଟାଇ ଚାଲି ଯାଉଛନ୍ତି। ତେବେ ସୀମାରେ ଏକ ତନଖି ଫାଟକର ବ୍ୟବସ୍ଥା କରାଇଲେ ଅନ୍ୟରାଜ୍ୟର ଅପରାଧୀଙ୍କ ଉପରେ ଆଙ୍କୁଶ ଲଗାଇ ହେବ ବୋଲି ଜନସାଧାରଣରେ ଦାବି ହେଉଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories