www.samajalive.in
Tuesday, December 9, 2025
19.1 C
Bhubaneswar

ଟଙ୍କା ନୋଟ୍, ମୋବାଇଲ୍‌ ସ୍କ୍ରିନ୍‌ରେ ଭୂତାଣୁ

ସମଗ୍ର ବିଶ୍ବ କରୋନା ଭ୍ୟାକସିନକୁ ଚାତକ ପରି ଅପେକ୍ଷା କରିଛି। ଜନଜୀବନ କ୍ରମଶଃ ପ୍ରତ୍ୟେକ ପ୍ରାନ୍ତରେ ସ୍ବାଭାବିକ ହେଉଥିବାବେଳେ ଲୋକଙ୍କ ମନରୁ ଭୟ କିନ୍ତୁ ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ। ଗବେଷକଦଳଙ୍କ ଅନୁସନ୍ଧାନ ରୀତିମତ ଚାଲିରହିଛି। ନିକଟରେ ବ୍ରିଟେନରେ ଗବେଷକଦଳ ଅନ୍ୟ ଏକ ଜରୁରୀ ତଥ୍ୟ କରୋନା ଭାଇରସ୍ ସମ୍ପର୍କିତ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଏଇ ପାଶ୍ଚାତ୍ୟ ରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହା ପଛର ଅନ୍ୟତମ ମୁଖ୍ୟ କାରଣ ବିଶେଷଜ୍ଞ ଦଳ ଖୋଜି ବାହାର କରିଛନ୍ତି। ସେମାନଙ୍କ ମତରେ ଟଙ୍କା ନୋଟ୍ ଓ ମୋବାଇଲ୍ ସ୍କ୍ରିନ୍ ଜରିଆରେ କରୋନା ବ୍ୟାପି ଚାଲିଛି। କାଡ୍ରିଫ୍ ବିଶ୍ବବିଦ୍ୟାଳୟର ଗବେଷକ ପ୍ରଫେସର ରନ୍ ଇକଲେସ୍‌ଙ୍କ ମତରେ ଭାଇରସ୍‌ ନୋଟ୍. ମୋବାଇଲ୍‌ ସ୍କ୍ରିନ୍‌‌ରେ ୨୮ଦିନରୁ ଅଧିକ ରହୁଛି। ଲୋକେ ଏବେ ପୂର୍ବାପେକ୍ଷା ସଚେତନ। ସାନିଟାଇଜର୍, ୱେଟ୍‌ ୱାଇପ୍ସର ବରାବର ବ୍ୟବହାର କରୁଛନ୍ତି। ସପିଂ ସମୟରେ ଅଧିକାଂଶ ଡିଜିଟାଲ୍ ପେମେଣ୍ଟ କରୁଥିବାର ଦେଖାଯାଉଛି। ଯେଉଁ କେତେଜଣ ନୋଟ୍‌ ବ୍ୟବହାର କରୁଛନ୍ତି, ସତର୍କ ରହିବା ପରେ ମଧ୍ୟ କରୋନା ବ୍ୟାପୁଛି। କାରଣ ନୋଟ୍‌କୁ ବାରମ୍ବାର ସାନିଟାଇଜ୍ କରାଯାଇପାରିନାହିଁ। ଅନ୍ୟପାଖେ ସମସ୍ତଙ୍କ ନିକଟରେ ୱାଟର୍‌ପ୍ରୁଫ୍‌ ମୋବାଇଲ୍ ନାହିଁ ଯେ ସେମାନେ ପ୍ରତିଟି ଥର ବ୍ୟବହାର ପରେ ମୋବାଇଲ୍‌ ସ୍କ୍ରିନ୍ ସାନିଟାଇଜ୍ କରିବେ। ଲଣ୍ଡନର କେତୋଟି ପ୍ରାନ୍ତରେ ଏବେ ହୋମ୍ ଡେଲିଭରୀରେ ସମସ୍ତ ସାମଗ୍ରୀ ବରାଦ୍ ନିମନ୍ତେ ସ୍ଥାନୀୟ ମେୟର ନିୟମ ପ୍ରଣୟନ କରିଛନ୍ତି। ଏସବୁ ଜିନିଷ କିଣିବା ନିମନ୍ତେ କେବଳ ଅନ୍-ଲାଇନ୍ ପେମେଣ୍ଟ ହିଁ ଗ୍ରହଣ କରାଯିବ। ବ୍ରିଟେନ୍‌ର ସ୍ଥିତିକୁ ଲକ୍ଷ୍ୟ କରି ବିଶ୍ବର ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ଏ ବାବଦରେ ଯଥା ଶୀଘ୍ର ସଚେତନ ହୋଇଯିବା ଜରୁରୀ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories