ଦାନ୍ତ ମୂଳରୁ ରକ୍ତ ବାହାରୁଛି କି, କରନ୍ତୁ ଏପରି ଚିକିତ୍ସା
ସକାଳେ ଦାନ୍ତ ଘଷିବା ସମୟରେ ବେଳେବେଳେ ଦାନ୍ତ ମୂଳରୁ ରକ୍ତ ବାହାରିଥାଏ। ଆମେ ତାକୁ ଧ୍ୟାନ ଦେଇ ନଥାଉ। ଏହାକୁ ଧ୍ୟାନ ନ ଦେବା ଦ୍ୱାରା ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥାଏ। ଘରୋଇ ଉପାୟ ଦ୍ୱାରା ଆମେ ଦାନ୍ତ ମୂଳରୁ ରକ୍ତ ବାହାରିବା ବନ୍ଦ କରି ପାରିବା। ଆସନ୍ତୁ ଏହି ଉପାୟ ବିଷୟ ଜାଣିବା ..
ଲବଙ୍ଗ:
ଯଦି ଆପଣଙ୍କ ଦାନ୍ତ ମାଢିରୁ ରକ୍ତ ବାହାରୁ ଥାଏ, ତେବେ ଲବଙ୍ଗରୁ ପ୍ରସ୍ତୁତ ତେଲ ଦ୍ୱାରା ଲାଭ ପାଇପାରିବା। ସେଥିପାଇଁ ଲବଙ୍ଗକୁ ତେଲରେ ବୁଡାଇ ଗୋଟିଏ ଦିନ ରଖନ୍ତୁ। ତାପରେ ସେହି ତେଲକୁ ଦାନ୍ତ ମୂଳରେ କିଛି ସମୟ ଲଗାନ୍ତୁ। କିଛି ସମୟ ପରେ ଅଳ୍ପ ଗରମ ପାଣିରେ ପାଟିକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଯଦି ତେଲ ଲଗାଇବା ଦ୍ୱାରା କିଛି ଅସୁବିଧା ହେଉଥାଏ ତେବେ ଲବଙ୍ଗକୁ ଦାନ୍ତ ମୂଳରେ ଦିନକୁ ୨ଥର ରଖି ଦିଅନ୍ତୁ।
ଭିଟାମିନ ସି:
ଭିଟାମିନ ସି ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଦାନ୍ତ ମୂଳ ଶକ୍ତ ହୋଇଥାଏ। ଏହାଦ୍ୱାରା କୌଣସି ରୋଗ ସଂକ୍ରମଣ ହୋଇ ନଥାଏ। ଭିଟାମିନ ସି ଦାନ୍ତ ମୂଳକୁ ଶକ୍ତ କରିବା ସହ ସୁସ୍ଥ ରଖିଥାଏ।
ସୋରିଷ ତେଲ:
ରାତିରେ ଶୋଇବା ସମୟରେ ସୋରିଷ ତେଲରେ ଅଳ୍ପ ଲୁଣ ମିଶାଇ ଦାନ୍ତ ମୂଳରେ ଭଲ ଭାବରେ ମାଲିସ କରନ୍ତୁ। କିଛି ଦିନ ଏପରି କରିବା ଦ୍ୱାରା ଦାନ୍ତ ମୂଳରୁ ରକ୍ତ ବାହାରିବା ବନ୍ଦ ହୋଇଥାଏ।
ଲୁଣ ପାଣି:
ଦିନରେ ଗୋଟିଏ ଥର ଲୁଣ ପାଣିରେ କୁଳୁ କରନ୍ତୁ। ଏପରି କରିବା ଦ୍ୱାରା ଦାନ୍ତ ମୂଳ ବିନ୍ଧୁ ଥିଲେ ଶୀଘ୍ର ଉପଶମ ମିଳିଥାଏ। ଏହାଦ୍ୱାରା ସଂକ୍ରମଣ ହେବାର ସମ୍ଭାବନା କମ ରହିଥାଏ।