www.samajalive.in
Sunday, December 7, 2025
14.1 C
Bhubaneswar

କିଡନୀ ରୋଗରେ ଆକ୍ରାନ୍ତ ଯଦୁନାଥ, ଚିକିତ୍ସାରେ ବାଧକ ସାଜିଛି ଅର୍ଥ

ରେଢ଼ାଖୋଲ:ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ବଂଶାଜାଲ ଗ୍ରାମର ଯଦୁନାଥ ବେହେରା(୪୫) କିଡନୀ ରୋଗରେ ଆକ୍ରାନ୍ତ ହୋଇ ଛଟପଟ ହେଉଥିବା ବେଳେ ଚିକିତ୍ସାରେ ସାଜିଛି ଅର୍ଥ ବାଧକ। କିଛିମାସ ତଳେ ଯଦୁନାଥଙ୍କ କିଡ୍‍ନୀ ଆକ୍ରାନ୍ତ ହୋଇଥିଲା। ଏଥିପାଇଁ ସେ ବୁର୍ଲାରେ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ। ବର୍ତ୍ତମାନ ମହାମାରୀ କରୋନା ପାଇଁ ବୁର୍ଲା ଡାକ୍ତରଖାନାରେ ଡାଇଲୋସିସ୍‍ ବନ୍ଦ ଥିବାରୁ ସେ ବାଧ୍ୟ ହୋଇ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ଘରେ ସେ କିଛି ଦିନ ସୁସ୍ଥ ହୋଇ ରହିବା ପରେ ପୁଣି ଗତ କିଛିଦିନ ତଳେ ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ହୋଇପଡିଥିଲା। ସେ ଚିକିତ୍ସିତ ହେଉଥିବା ଡାକ୍ତରଙ୍କ ପରାମର୍ଶ କରିବା ପରେ ଡାଇଲୋସିସ୍‍ କରିବା ନିତାନ୍ତ ଆବଶ୍ୟକ ବୋଲି ଜାଣିଥିଲେ। କିନ୍ତୁ ତାଙ୍କ ପକ୍ଷରେ ଆଉ ଘରୋଇ ଡାକ୍ତରଖାନରେ ଡାଇଲୋସିସ୍‍ କରିବା ପାଇଁ ସମ୍ବଳ ନାହିଁ। ଯଦିଓ ସରକାରୀ ଡାକ୍ତରଖାନାରେ ଡାଇଲୋସିସ୍‍ ମାଗଣାରେ ହେବ ହେଲେ ବୁର୍ଲ, ବୌଦ୍ଧ, କଟକ କିମ୍ବା ଆଉ କୌଣସି ଜିଲ୍ଲା ସରକାରୀ ଡାକ୍ତରଖାନକୁ ଯିବାକୁ ପଡିବ। ତଥାପି ସେ ହାର ମାନି ନଥିଲେ ବନ୍ଧୁବାନ୍ଧବ ତଥା ସାଙ୍ଗ ସାଥୀଙ୍କ ଠାରୁ କିଛି ଅର୍ଥ ଯୋଗାଡ କରି ବୌଦ୍ଧ ଜିଲ୍ଲା ସରକାରୀ ଡାକ୍ତରଖାନାକୁ ଯାଇଥିଲେ।
କିନ୍ତୁ ବୌଦ୍ଧ ଜିଲ୍ଲା ଡାକ୍ତରଖାନାରେ କିଡନୀ ରୋଗୀ ସଂଖ୍ୟା ଅଧିକ ଥିବା ବେଳେ ଡାଇଲୋସିସ୍‍ ମେସିନ ସେତି ପର୍ଯ୍ୟାପ୍ତ ନାହିଁ।ଫଳରେ ଦିର୍ଘ ଦିନ ଧରି କିଡନୀ ରୋଗୀଙ୍କୁ ଅପେକ୍ଷା କରିବାକୁ ପଡିଥାଏ। ଏପଟେ ଶ୍ରୀ ବେହେରାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କ ତତ୍‍ କ୍ଷଣାତ ଡାଇଲୋସିସ୍‍ କରିବା ଆବଶ୍ୟକ ହୋଇଥିବାରୁ ଫୁଲବାଣୀ ଡାକ୍ତରଖାନାକୁ ସେମାନେ ଯାଇ ସେଠାରେ ୭ଥର ଡାଇଲୋସିସ କରିସାରିଲେଣି। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ସପ୍ତାହକୁ ଦୁଇଥର ଡାଇଲୋସିସ କରିବାକୁ ପଡିବ। ଯଦିଓ ସରକାରୀ ଡାକ୍ତରଖାନାରେ ଡାଇଲୋସିସ୍‍ ମାଗାଣାରେ ହୋଇଥାଏ ହେଲେ ଥରେ ଫୁଲବାଣୀ ଯିବାକୁ ବାଡଖର୍ଚ୍ଚ ବାବାଦରେ ଅତିକମ୍‍ ରେ ୧୦୦୦/-(ଏକ ହଜାର)ଟଙ୍କା ଖର୍ଚ୍ଚ ହୋଇଥାଏ। ଇତି ମଧ୍ୟରେ ସେ ୭ ଥର ଯାଇ ଫେରିଲେଣି। ତେବେ ଆଉ ତାଙ୍କ ପାଖରେ କିଛି ନାହିଁ। ତେଣୁ ଆଜି ଯିବାର ଥିଲା ଫୁଲବାଣୀ କିନ୍ତୁ କୌଣସି ଠାରୁ ଅର୍ଥ ଯୋଗାଡ ହୋଇପାରିଲା ନାହିଁ ବୋଲି କୋହଭରା କଣ୍ଠରେ କହୁଛନ୍ତି ଶ୍ରୀ ବେହେରା।
ଯେତେବେଳେ ସେ ଭଲ ଥିଲେ ତାଙ୍କ ଗ୍ରାମରେ ଏକ ଟେଲରିଂ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ଗତ ପ୍ରାୟ ୨ ମାସ ହେବ ସେ ଆଉ କିଛି କରିପାରୁ ନାହାନ୍ତି। ସେହିପରି ପରିବାରର ସେ ଜଣେ ମାତ୍ର ରୋଜବାରକ୍ଷମ ବ୍ୟକ୍ତି ହୋଇଥିବାରୁ ପରିବାର ଏବେ ବହୁତ ଅଭାବ ଅନାଟନରେ ଚାଲୁଛି। ସେହିପରି ତାଙ୍କର ଏକ ୧୧ ବର୍ଷର କନ୍ୟା ସନ୍ତାନ ଥିବା ବେଳେ ଏକ ୭ ମାସର ପୁତ୍ର ସନ୍ତାନ ଅଛି। ତାଙ୍କୁ ସରକାରଙ୍କ ତରଫରୁ ହେଉ କିମ୍ବା କୌଣସି ସହୃଦୟ ବ୍ୟକ୍ତିଙ୍କ ତରଫରୁ ଚିକିତ୍ସା ପାଇଁ ସହାୟତା ସମାଜ ଜରିଆରେ ନିବେଦନ କରିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories