www.samajalive.in
Sunday, December 7, 2025
23.1 C
Bhubaneswar

ପଣ୍ଡିତ ଗୋପବନ୍ଧୁ ଓଡିଆ ଜାତିର ଗର୍ବ ଓ ଗୌରବ

ଭୁବନେଶ୍ୱର: ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ଜୁମ୍ ଭିଡିଓ ଯୋଗେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୩ତମ ଜୟନ୍ତୀ ଉତ୍ସବ ଅନୁଷ୍ଠାନର ସ୍ଥାୟୀ ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକାଧାରରେ ସାହିତ୍ୟିକ, ସାମ୍ବାଦିକ, ଓକିଲ ତଥା ଓଡିଶାରେ କଂଗ୍ରେସର ଭଗୀରଥ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ବହୁ ବିଶିଷ୍ଟ ବ୍ୟକ୍ତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଓଡିଆ ଜାତିର ଗର୍ବ ଓ ଗୌରବ ବୋଲି କହିଛନ୍ତି।
ପ୍ରାରମ୍ଭିକ ସୂଚନା ଦେଇ ଶିକ୍ଷାବିତ୍ ଡ. ବଦ୍ରିନାଥ ପଟ୍ଟନାୟକ କହିଲେ ଯେ ପଣ୍ଡିତ ଗୋପବନ୍ଧୁଙ୍କ ନିକଟରେ ଓଡିଆ ଜାତି ଋଣୀ। ଓଡିଶାର ପ୍ରତ୍ୟେକ ଯୁବ, ଛାତ୍ରଙ୍କ ଭିତରେ ଓଡିଆତ୍ୱ ପ୍ରବେଶ କରାଇବା ଆଜିର ଆହ୍ୱାନ। କାର୍ଯ୍ୟକ୍ରମର ବିଶିଷ୍ଟ ଅତିଥି ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି କହିଲେ ଯେ ଓଡିଆ ଜାତି ଯେଉଁମାନଙ୍କୁ ନେଇ ଗର୍ବ କରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ହେଲେ ଅଗ୍ରଗଣ୍ୟ। ଓଡିଆ ଜାତିର ମହାନ୍ ଜନନେତା ଭାବେ ତାଙ୍କୁ ଓଡିଆ ଜାତି କୌଣସି ପରିସ୍ଥିତିରେ ଭୁଲିପାରିବ ନାହିଁ।
ଶ୍ରଦ୍ଧାଞ୍ଜଳି ଜଣାଇ ବରିଷ୍ଠ କଂଗ୍ରେସ ନେତା ତଥା ବିଶିଷ୍ଟ ବୁଦ୍ଧିଜୀବୀ ଅଧ୍ୟାପକ କୈଳାସ ଆଚାର୍ଯ୍ୟ କହିଲେ ଯେ ଆମେ ଆଜି ଓଡିଆ ବୋଲି କହି ଯେଉଁ ଗର୍ବ କରୁଛେ, ତା’ର ମୁଖ୍ୟ ନାୟକ ଥିଲେ ପଣ୍ଡିତ ଗୋପବନ୍ଧୁ ଦାସ। ବିଶିଷ୍ଟ ଅତିଥି କିସ୍ର ଉପଦେଷ୍ଟା ଡ. ହରେକୃଷ୍ଣ ଶତପଥି କହିଲେ ଯେ ଜଣେ ଜନନେତା ହିସାବରେ ତାଙ୍କର କାର୍ଯ୍ୟ ଯେଭଳି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ସେହିଭଳି ଜଣେ ଦରଦୀ ମାନବବାଦୀ କବି ଭାବରେ ଓଡିଆ ଜାତି ତାଙ୍କୁ ଗଭୀର ସମ୍ମାନ ଦେଇଥାଏ। ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ବତନ ଡିନ୍ ଡ. ବୁଦ୍ଧଦେବ ମିଶ୍ର, ପୂର୍ବତନ ଅଧ୍ୟକ୍ଷ ଡ. ଆର୍ତତ୍ରାଣ ମିଶ୍ର, ମହାବୋଧିର ଟ୍ରଷ୍ଟି ଡ. ସୌରେନ୍ଦ୍ର ମହାପାତ୍ର, ଅଧ୍ୟାପକ ପ୍ରଣବ ପାଟ୍ଟଯୋଶୀ, ଆଇନଜ୍ଞ ଶୀଳଭଦ୍ର ଶାସ୍ତ୍ରୀ ପ୍ରମୁଖ କହିଲେ ଯେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସ୍ୱଳ୍ପ ସମୟ ବଂଚିଥିଲେ ମଧ୍ୟ ତାଙ୍କର ପ୍ରତିଭା ଘରେ ଘରେ ପହଂଚି ପାରିଥିଲା। ଶେଷରେ ବାସ୍ତୁବିତ୍ ଡ. ମନୋଜ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଂ. ବିବେକାନନ୍ଦ ପାତ୍ର, ଡ. ରଶ୍ମି ଦାସ, ଡ. ନିବେଦିତା ପଟ୍ଟନାୟକ, ସମାଜସେବୀ ରସିକ୍ ପଟ୍ଟନାୟକ, ତନୁଜା ରଥ, ଦେବଜାନୀ ରାଉତରାୟ ଓ ନିବେଦିତା ଭଞ୍ଜ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ଡ. ବଦ୍ରିନାଥ ପଟ୍ଟନାୟକ ପରିଚାଳନା କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories