www.samajalive.in
Monday, December 8, 2025
14.1 C
Bhubaneswar

କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶ୍ବାନଙ୍କ ପରଲୋକ

ନୂଆଦିଲ୍ଲୀ : କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ,ଲୋକ ଜନ ଶକ୍ତି ପାର୍ଟିର ପ୍ରତିଷ୍ଠାତା ତଥା ଦେଶର ଜଣେ ଆଗଧାଡିର ଦଳିତ ରାଜନେତା ରାମବିଳାଶ ପାଶ୍ବାନଙ୍କର ଗୁରୁବାର ପରଲୋକ ଘଟିଛି। ରାମବିଳାଶ ପାଶ୍ବାନଙ୍କ ପରଲୋକ ନେଇ ପୁତ୍ର ଚିରାଗ ପାଶ୍ବାନ ଟ୍ବିଟ କରି ସୂଚନା ଦେଇଛନ୍ତି । ମୃତ୍ୟ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ୧୯୪୬ ମସିହା ଜୁଲାଇ ୫ ତାରିଖରେ ବିହାରର ଖଗରିଆ ଜିଲ୍ଲା ଶାହାରବନ୍ନିରେ ଏକ ଦଳିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ।​‌

ବିହାରର ଏହି ରାଜନେତାଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟସଭା ସଦସ୍ୟ ଥିଲେ। ସଂଯୁକ୍ତ ସମାଜବାଦୀ ପାର୍ଟିରୁ ସେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ୧୯୬୯ରେ ବିଧାୟକ ଭାବେ ସେ ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ସେ ଲୋକ ଦଳରେ ଯୋଗ ଦେଇଥିଲେ ଏବଂ ୧୯୭୪ରେ ସେ ଏହାର ସାଧାରଣ ସଂପାଦକ ଥିଲେ। ଦେଶରେ ଜରୁରୀ ପରିସ୍ଥିତିକୁ ବିରୋଧ କରି ସେ ଗିରଫ ହୋଇଥିଲେ। ୧୯୭୭ରେ ଜନତା ପାର୍ଟି ଟିକଟରେ ସେ ହାଜିପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

- Advertisement -

ପରେ  ୧୯୮୦, ୧୯୮୯, ୧୯୯୬, ୧୯୯୮, ୧୯୯୯, ୨୦୦୪ ଏବଂ ୨୦୧୪ରେ ମଧ୍ୟ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହାରେ ସେ ଲୋକ ଜନଶକ୍ତି ପାର୍ଟି ପ୍ରତିଷ୍ଠା କରିବା ସହ ତାହାର ଅଧ୍ୟକ୍ଷ ପଦ ଗ୍ରହଣ କରିଥିଲେ। ୨୦୦୪ରେ ସେ ୟୁପିଏରେ ଯୋଗଦେଇଥିଲେ। ଉପା ସରକାରରେ ପାଶ୍ବାନ ରସାୟନ ଓ ସାର ମନ୍ତ୍ରୀ ଏବଂ ଇସ୍ପାତ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ୨୦୦୯ ନିର୍ବାଚନରେ ସେ ପରାସ୍ତ ହୋଇଥିଲେ। ତେବେ ୨୦୧୦-୧୪ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଥାଇ ୨୦୧୪ ଲୋକସଭା ନିର୍ବାଚନରେ ହାଜିପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories