www.samajalive.in
Sunday, December 7, 2025
23.1 C
Bhubaneswar

କୃତ୍ରିମ ବୁଦ୍ଧିମତା ଶିଖର ସମ୍ମିଳନୀ ‘ରେଜ୍‍-୨୦୨୦‘କୁ ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସାମାଜିକ ସଶକ୍ତିକରଣ ଶିଖର ସମ୍ମିଳନୀ (ରେଜ୍‍-୨୦୨୦)କୁ ଉଦ୍‍ଘାଟନ କରିବେ। ଭର୍ଚୁଆଲ ମାଧ୍ୟମରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଓ ନୀତି ଆୟୋଗ ମିଳିତ ଭାବେ ଏହି ସମ୍ମିଳନୀର ଆୟୋଜନ କରୁଛନ୍ତି। ଆଜି ସନ୍ଧ୍ୟା ୭ଟା ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀ ରେଜ୍‍-୨୦୨୦କୁ ଉଦ୍‍ଘାଟନ କରିବେ।
ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତା ଉପରେ ବିଶ୍ୱର କୋଣ ଅନୁକୋଣରୁ ବିଶେଷଜ୍ଞମାନେ ସେମାନଙ୍କର ମତାମତ ଉପସ୍ଥାପନ କରିବେ। ଏଥିରେ ସ୍ୱାସ୍ଥ୍ୟସେବା, କୃଷି, ଶିକ୍ଷା ଏବଂ ସ୍ମାର୍ଟ ମୋବିଲିଟି ଭଳି କ୍ଷେତ୍ରରେ ସାମାଜିକ ପରିବର୍ତ୍ତନ, ଅନ୍ତର୍ଭୂକ୍ତି ଏବଂ ସଶକ୍ତିକରଣ ପାଇଁ କୃତ୍ରିମ ବୁଦ୍ଧିମତା ବ୍ୟବହାର ସମ୍ପର୍କିତ ଏକ ବିଶ୍ୱସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ।

‘ସବ୍‍ କା ସାଥ୍‍ – ସବ୍‍ କା ବିକାଶ’ ମନ୍ତ୍ରକୁ ସବୁ ସ୍ତରରେ କାର୍ଯ୍ୟକାରୀ କରିବା ଳାଗି କୃତ୍ରିମ ବୁଦ୍ଧିମତାକୁ ବ୍ୟାପକ ଭାବେ ଉପଯୋଗ କରାଯିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଦ୍ୱାରା ପରିଚାଳିତ ଏହି ଯୋଜନା ଭାରତକୁ ଆନ୍ତର୍ଜାତିକ ସ୍ତରରେ ଶିଖରରେ ପହଞ୍ଚାଇ ପାରିବ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories