www.samajalive.in
Monday, December 8, 2025
14.1 C
Bhubaneswar

ସୋମବାର ରାଶିଫଳ (୦୫/୧୦/୨୦୨୦)

ମେଷ: ଅର୍ଥପ୍ରାପ୍ତିର ସୁଯୋଗ ଅଛି। ଅଧିକ ଆୟ ପାଇଁ ଆଶାବାଦୀ ହେବେ; ମାତ୍ର ଘାତ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ। ଶତ୍ରୁକୁ ପରାଜିତ କରିପାରନ୍ତି। ସୁଗୁଣ ସମ୍ପନ୍ନ ହେବେ। ଉତ୍ତମା ସ୍ତ୍ରୀ ଓ ପୁତ୍ରଯୁକ୍ତ ହୋଇପାରନ୍ତି।

ବୃଷ: ଯୋଗାଯୋଗ ଶୁଭଦାୟକ ହେବ। ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି। ପାରିବାରିକ ସୁଖ ମିଳିବ। ମନ ପ୍ରଫୁଲ୍ଲ ରହିବ। ବସ୍ତ୍ର ଭୂଷଣ ଲାଭ ହୋଇପାରେ। ଯାନ ସୁଖ ମିଳିପାରେ। ଦେବପୂଜା ନିରତ ହେବେ।

ମିଥୁନ: ହସ-ଖୁସିରେ ଦିନଟି ବିତାଇ ପାରନ୍ତି। ଅର୍ଥ ସହିତ ମୂଲ୍ୟବାନ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ବନ୍ଧୁ ମିଳନ ଘଟିପାରେ। କର୍ମକ୍ଷେତ୍ର ଉନ୍ନତି ଘଟିବ। ବିନୀତ ସ୍ୱଭାବ ସମ୍ପନ୍ନ ହେବେ। ସ୍ତ୍ରୀ ଧନହେତୁ ସୁଖୀ ହେବେ।

କର୍କଟ: କାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସାର ପାତ୍ର ହେବେ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କଳ୍ପନା ବିଳାସୀ ହୋଇପାରନ୍ତି। ଉପକୃତ ହେବେ। ବ୍ୟବସାୟ ଲାଭଜନକ ହେବ। ବିବାଦରେ ବିଜୟୀ ହେବେ।

ସିଂହ: କର୍ମଚଞ୍ଚଳ ରହିବେ। ମୂଲ୍ୟବାନ୍‍ ଦ୍ରବ୍ୟ କ୍ରୟ କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଭାଗ୍ୟଶାଳୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଦୟାଳୁ ସ୍ୱଭାବର ହେବେ।

କନ୍ୟା: ଅନଟନରୁ ବର୍ତ୍ତିଯାଇ ଆଶ୍ୱସ୍ତ ହେବେ। ବନ୍ଧୁ ସହାୟତା ପାଇ ଉପକୃତ ହେବେ। ଅସୁସ୍ଥତାର ଉପଶମ ହେବ। ଶତ୍ରୁ ବାଦ ହୋଇ ଅପସରି ଯିବ। ସ୍ୱାଭିମାନୀ ହେବେ। ଭାଗ୍ୟବାନ୍‍ ହେବେ। ପିତୃ ଭକ୍ତଯୁକ୍ତ ହେବେ।

ତୁଳା: ଯାତ୍ରାର ମାର୍ଗ ସୁଗମ ହେବ। ଆଶାବାଦୀ ହେବେ। ଆୟ ଆଶାନୁରୂପ ହେବ। ସୁଖ-ଶାନ୍ତିରେ ଦିନଟି ଅତିବାହିତ କରିପାରନ୍ତି। ସପତ୍ନୀକ ସୁଖ ଭୋଗୀ ହେବେ। ଜିତେନ୍ଦୀୟ ଓ ଦୟାଳୁ ସ୍ୱଭାବର ହେବେ।

ବିଛା: ବନ୍ଧୁ ମିଳନର ସୁଯୋଗ ସୃଷ୍ଟି ହୋଇଛି। ସୌଭାଗ୍ୟ ଉଦୟ ହୋଇଛି। ସୁଖ-ଶାନ୍ତିରେ ସମୟ ଅତିବାହିତ ହେବ। ଯାନବାହନ ସୁଖ ମିଳିପାରେ। ପରାକ୍ରମଶାଳୀ ହେବେ। ବହୁ ପୋଷକ ହେବା ଆଶା କରାଯାଏ।

ଧନୁ: କାର୍ଯ୍ୟରେ ସଫଳତା ଲାଭ କରିବେ। ବିରୋଧୀମାନଙ୍କ ଅସହଯୋଗକୁ ଏଡ଼ାଇ ଆଗକୁ ବଢ଼ିପାରନ୍ତି। ବୁଦ୍ଧିମାନ୍‍ ହେବେ। ସରକାରୀ ମାନ୍ୟତା ମିଳିବ। ପରୋପକାରୀ ହେବେ। ଯାନବାହନ ସୁଖ ମିଳିପାରେ।

ମକର: ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କୃଷିକ୍ଷେତରୁ ଲାଭ ମିଳିପାରେ। ଗୃହ ପରିବେଶ ଉତ୍ତମ ହେବ। ଧର୍ମାସକ୍ତ ହେବେ। ମତିମାନ୍‍ ହୋଇପାରନ୍ତି। ମିତ୍ର ସୁଖ ମିଳିବ।

କୁମ୍ଭ: କଲ୍ୟାଣକାରୀ କାର୍ଯ୍ୟକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି। ବିବାଦୀୟ ଘଟଣାରେ ଆପଣଙ୍କ ନିଷ୍ପତ୍ତି ଉଭୟ ପକ୍ଷଙ୍କୁ ସୁହାଇବ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଶାନ୍ତି-ସନ୍ତୋଷ ମିଳିବ। ବନ୍ଧୁ ସୁଖ ପାଇବେ।

ମୀନ: ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଭାଗ୍ୟଶାଳୀ ହେବେ। ତ୍ୟାଗଶୀଳ ହେବେ। ନୀତିନିଷ୍ଠ ହୋଇପାରନ୍ତି। ଚଞ୍ଚଳମନା ଓ ହୃଷ୍ଟଚିତ୍ତ ହେବେ। କୀର୍ତ୍ତିମାନ୍‍ ହେବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories