www.samajalive.in
Tuesday, December 9, 2025
26.1 C
Bhubaneswar

ଭାରତ ଗୋଟିଏ ଦେଶ, ଗୋଟିଏ ବଜାର ଆଡକୁ ଅଗ୍ରସର ହେଉଛି – ଜାଭଡେକର

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଭାରତ ଗୋଟିଏ ଦେଶ, ଗୋଟିଏ ବଜାର ଆଡକୁ ଗତି କରୁଛି ଓ କୃଷକମାନେ ବର୍ତ୍ତମାନ ଉପଲବ୍ଧ ଦ୍ରବ୍ୟର ସର୍ବାଧିକ ମୂଲ୍ୟରେ ବିକ୍ରୟ କରିବାର ସ୍ୱାଧୀନତା ପାଇଛନ୍ତି। ଆଜି ପଣଜୀ ଠାରେ ସେ କହିଛନ୍ତି ଯେ କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ସଂସ୍କାର ବିଲ୍ ଚାଷୀଙ୍କୁ ଉପକୃତ କରିବ। କୃଷିର ପରିବର୍ତ୍ତନ ଏବଂ କୃଷକଙ୍କ ଆୟ ବୃଦ୍ଧି ଦିଗରେ ଏହା ଏକ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ବୋଲି ସେ କହିଛନ୍ତି।

ଗୋଆ ସଚିବାଳୟରେ ଗଣମାଧ୍ୟମ ସହ କଥା ହେବ ଅବସରରେ ସେ କହିଛନ୍ତି ଯେ ସମସ୍ତ ଶିଳ୍ପ ଉତ୍ପାଦନ ପାଇଁ ଉତ୍ପାଦକ ବିକ୍ରୟ ମୂଲ୍ୟ ସ୍ଥିର କରିଥାନ୍ତି କିନ୍ତୁ କେବଳ କୃଷିଜାତ ଦ୍ରବ୍ୟ କ୍ଷେତ୍ରରେ ବିକ୍ରୟ ମୂଲ୍ୟ ମଧ୍ୟସ୍ଥିମାନଙ୍କ ଦ୍ୱାରା ସ୍ଥିର କରାଯାଇଥାଏ। ବର୍ତ୍ତମାନ ଏହି ବିଲ ଆଇନରେ ପରିଣତ ହେବା ପରେ କୃଷକଙ୍କୁ ବିକ୍ରୟ ମୂଲ୍ୟ ସ୍ଥିର କରିବା ଅଧିକାର ମିଳିଛି ଯାହାର ଲାଭ ସିଧାସଳଖ କୃଷକଙ୍କ ହାତକୁ ଯିବ।

- Advertisement -

ଶ୍ରୀ ଜାଭଡେକର ଆହୁରି ମଧ୍ୟ କହିଛନ୍ତି ଯେ ସର୍ବନିମ୍ନ ସହାୟକ ମୂଲ୍ୟ ଯିବ ନାହିଁ, ଅପରପକ୍ଷେ ସରକାର କୃଷକମାନଙ୍କୁ ଅଧିକ ଏମଏସପି ପ୍ରଦାନ କରିଛନ୍ତି ବୋଲି ସେ କହିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମରୁ ପିଆଜ, ଆଳୁ ଓ ତେଲକୁ ବାଦ ଦିଆଯିବା ଫଳରେ କୃଷକମାନେ ସେମାନଙ୍କ ଉତ୍ପାଦ ସଂରକ୍ଷଣ କରିପାରିବେ ଓ ଯାହାକୁ ଚାହିଁବେ ବିକ୍ରୟ କରିପାରିବେ ବୋଲି ଶ୍ରୀ ଜାଭଡେକର କହିଛନ୍ତି। ନୂତନ ପ୍ରଣୟନ ହୋଇଥିବା କୃଷି ଆଇନକୁ ନେଇ ରାଜନୀତିର ଶିକାର ନହେବାକୁ ସେ ଗୋଆ ଚାଷୀଙ୍କୁ ଅନୁରୋଧ କରି କହିଛନ୍ତି ଯେ କଂଗ୍ରେସ ଦଳ ସବୁବେଳେ ଚାଷୀଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିଆସୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ ଦଳ ପୂର୍ବରୁ ଏଭଳି ସଂସ୍କାର ପ୍ରସ୍ତାବ ଦେଇଥିଲା।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories