www.samajalive.in
Tuesday, December 9, 2025
16.1 C
Bhubaneswar

ଆରୋଗ୍ୟ ହାର ୮୩.୫୩ ପ୍ରତିଶତ ; ମୃତ୍ୟୁସଂଖ୍ୟା ୯୮ ହଜାରରୁ ଅଧିକ

ନୂଆଦିଲ୍ଲୀ :​‌ ଦେଶରେ କୋବିଡ଼ ଆରୋଗ୍ୟ ହାର ୮୩.୫୩ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୫ ହଜାରରୁ ଅଧିକ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଏଥିସହ ଦେଶରେ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୫୨ ଲକ୍ଷ ୭୩ ହଜାରରେ ପହଞ୍ଚିଛି।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଦେଶରେ କ୍ରମାଗତ ଭାବେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିକିତ୍ସିତ ହେଉଥିବା ସଂକ୍ରମିତ ମାନଙ୍କ ସଂଖ୍ୟା ହ୍ରାସ ପାଇ ମୋଟ୍‍ ସଂକ୍ରମଣର ୧୪.୯% ରହିଛି। ସେହିପରି ଗୋଟିଏ ଦିନରେ ଆଉ ୮୬ ହଜାର ୮୨୧ ଜଣ ନୂଆ ଲୋକ ସଂକ୍ରମିତ ହେବା ସହ ମୋଟ୍‍ ସଂକ୍ରମଣ ୬୩ ଲକ୍ଷକୁ ଅତିକ୍ରମ କରିଛି। ବର୍ତ୍ତମାନ ଦେଶରେ ଚିକିତ୍ସିତ ହେଉଥିବା ସକ୍ରିୟ ସଂକ୍ରମିତମାନଙ୍କ ସଂଖ୍ୟା ୯ ଲକ୍ଷ ୪୦ ହଜାର ରହିଛି।

- Advertisement -

ଗତ ୨୪ ଘଣ୍ଟା ମଧ୍ୟରେ ୧୧୮୧ ଜଣଙ୍କର ମୃତ୍ୟୁ ଘଟିବାରୁ ଦେଶରେ କୋବିଡ୍‍ ଜନିତ ମୃତ୍ୟୁସଂଖ୍ୟା ୯୮ ହଜାର ୬୭୮ରେ ପହଞ୍ଚିଛି। ଭାରତରେ କୋବିଡ୍‍ ମୃତ୍ୟୁହାର ବର୍ତ୍ତମାନ ୧.୫୬ ଭାଗ ରହିଛି, ଯାହା ବିଶ୍ୱର ହାରାହାରି ମୃତ୍ୟୁହାରଠାରୁ ଯଥେଷ୍ଟ କମ୍‍।

ମନ୍ତ୍ରଣାଳୟ କହିଛି, ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଦୈନିକ ନମୁନା ପରୀକ୍ଷା ବିଶ୍ଵ ସ୍ବାସ୍ଥ୍ୟ ସଂଗଠନର ଦୈନିକ ନମୁନା ପରୀକ୍ଷା ମାନକ ୧୪୦କୁ ଅତିକ୍ରମ କରି ଏହାର ୫ ଗୁଣାରୁ ଅଧିକ ରହିଛି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଲକ୍ଷ ୨୩ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ଏଥିସହିତ ଦେଶରେ ଏଯାବତ ୭ କୋଟି ୫୬ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories