www.samajalive.in
Monday, December 8, 2025
14.1 C
Bhubaneswar

ଜାତୀୟ ବାଉଁଶ ମିଶନରେ ଓଡିଶାକୁ ତିନି ବର୍ଷରେ ମିଳିଛି ୬.୭୭ କୋଟି : ଧର୍ମେନ୍ଦ୍ର ପ୍ରଧାନ

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ
• ରାଜ୍ୟର ସାମଗ୍ରିକ ବାଉଁଶ କ୍ଷେତ୍ରର ବିକାଶକୁ ସୁଦୃଢ଼ କରିବା ସହ ବାଉଁଶ ଶିଳ୍ପର ବୃଦ୍ଧି କରିବ
• କ୍ଷୁଦ୍ର, ମଧ୍ୟମ, ମହିଳା ଏବଂ ଜନଜାତି ଚାଷୀ ହେବେ ଲାଭବାନ
• ଏହି ମିଶନ କୃଷକଙ୍କ ଆୟକୁ ବୃଦ୍ଧି କରିବ ଓ ପରିବେଶକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବ

ନୂଆଦିଲ୍ଲୀ/ଭୁବନେଶ୍ୱର :  ନ୍ୟାସନାଲ ବାମ୍ବୋ ମିଶନ୍‍ ବା ଜାତୀୟ ବାଉଁଶ ମିଶନ  ଅଧୀନରେ ଗତ ତିନି ବର୍ଷରେ ଓଡ଼ିଶାକୁ ୬.୭୭ କୋଟି ଟଙ୍କା ଅନୁଦାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅର୍ଥ ରାଜ୍ୟର ସାମଗ୍ରିକ ବାଉଁଶ କ୍ଷେତ୍ରର ବିକାଶକୁ ଅଧିକ ସୁଦୃଢ଼ କରିବା ସହ ବାଉଁଶ ଶିଳ୍ପର ବୃଦ୍ଧି କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍‍ କରି କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଅମାପ ଜଙ୍ଗଲ ସମ୍ପଦରେ ଭରପୂର ଓଡ଼ିଶାରେ ପ୍ରାକୃତିକ ଜଙ୍ଗଲ ସମ୍ପଦର ଏକ ତୃତୀୟାଂଶ ବାଉଁଶ ରହିଛି। ବାଉଁଶ ଚାଷ ରାଜ୍ୟର ଲୋକମାନଙ୍କ ପାଇଁ ବିଶେଷ କରି ଜନଜାତି ଏବଂ ଜଙ୍ଗଲରେ ବସବାସ କରୁଥିବା ଲୋକଙ୍କ ଅର୍ଥନୀତି ଏବଂ ଜୀବିକା ସହ ପରିବେଶର ସୁରକ୍ଷାକୁ ସୁନିଶ୍ଚିତ କରିଛି।
ବଜେଟରେ କୃଷି ଯୋଜନାରେ ମହିଳାଙ୍କ ପାଇଁ ୩୦ ପ୍ରତିଶତ ବ୍ୟବସ୍ଥା ରହିଛି। ନ୍ୟାସନାଲ ବାମ୍ବୋ ମିଶନ୍‍ ଅଧୀନରେ ଥିବା ଅର୍ଥ ବାଉଁଶ ଚାଷ କ୍ଷେତ୍ରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି କରି କ୍ଷୁଦ୍ର, ମଧ୍ୟମ, ମହିଳା ଏବଂ ଜନଜାତି ଚାଷୀଙ୍କ ଆୟକୁ ବୃଦ୍ଧି କରିବ।
ନ୍ୟାସନାଲ ବାମ୍ବୋ ମିଶନ୍‍ ବଜାରର ଆବଶ୍ୟକତା ଅନୁଯାୟୀ ବାଉଁଶ କାରିଗରୀ ମାନଙ୍କ ଦକ୍ଷତା ବିକାଶ କରିବା ଦିଗରେ କାର୍ଯ୍ୟ କରୁଛି। ଏହି ମିଶନ କୃଷକଙ୍କ ଆୟକୁ ବୃଦ୍ଧି କରିବା ସହ ପରିବେଶକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବାରେ ବିଶେଷ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟ୍ୱିଟ୍‍ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories