www.samajalive.in
Sunday, December 7, 2025
13.1 C
Bhubaneswar

୫ ଦଫା ନେଇ ଗାଁ ସାଥୀଙ୍କ ଦାବିପତ୍ର ପ୍ରଦାନ

ବୌଦ୍ଧ: ରାଜ୍ୟ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଡି.କେ. ସିଂହଙ୍କୁ ତୁରନ୍ତ ବଦଳି ଓ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ବୌଦ୍ଧ ଜିଲାର ଗାଁ ସାଥୀ (ମେଟ୍‍) ସଂଘ ପକ୍ଷରୁ ଏକ ୫ ଦଫା ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାଶଙ୍କୁ ପ୍ରଦାନ କରାଯାଇଛି। ଗତ ୭ବର୍ଷ ମଧ୍ୟରେ ଅନେକବାର ଗାଁ ସାଥୀ(ମେଟ୍‍)ମାନଙ୍କ ବିରୋଧରେ ବିଭିନ୍ନ ଚିଠି କରି ହଇରାଣ କରିବା ସହିତ ଚଳିତ ବର୍ଷ ଅଗଷ୍ଟ ୧୯ ତାରିଖରେ ପତ୍ର ସଂଖ୍ୟା ୧୩୦୬୫ ରେ ଦିଆଯାଇଥିବା ଏକ ଚିଠି ବଳରେ ପ୍ରତ୍ୟେକ ଗ୍ରାମର ସ୍ୱୟଂସହାୟକ ଗୋଷ୍ଠୀରୁ ଦୁଇଜଣ ଲେଖାଏଁ ଆଣି ମେଟ୍‍ ଦାୟିତ୍ୱ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାର ପ୍ରତିବାଦରେ ଗାଁ ସାଥୀ ସଂଘ ପକ୍ଷରୁ ହାଇକୋର୍ଟର ଆଶ୍ରୟ ନେଇ ନିର୍ଦ୍ଦେଶ କାର୍ଯ୍ୟକାରୀ ନ କରାଇବାକୁ ରହିତାଦେଶ ଅଣାଯାଇଥିଲା। କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନ କରାଇବାକୁ ଷଡଯନ୍ତ୍ର ଚାଲିଥିବା ଗାଁ ସାଥୀ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।

ଶ୍ରୀ ସିଂହ ରାଜ୍ୟପାଳଙ୍କ ବିନା ଅନୁମୋଦନରେ ନିଜ କ୍ଷମତାର ଅପବ୍ୟବହାର କରି ଗାଁ ସାଥୀଙ୍କ ବିରୋଧରେ ନିଜ ନିଷ୍ପତିକୁ କାର୍ଯ୍ୟକାରୀ କରାଇବାକୁ ଉଦ୍ୟମ କରୁଥିବାବେଳେ ସେ ଏହି ବିଭାଗରେ ଦୀର୍ଘ ୭ବର୍ଷ କାର୍ଯ୍ୟ କରିସାରିଥିବାରୁ ସରକାରଙ୍କ ୫ଟି ନିୟମ ଅନୁଯାୟୀ ତୁରନ୍ତ ତାଙ୍କୁ ଅନ୍ୟତ୍ର ବଦଳି କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଏଥି ସହିତ ପଞ୍ଚାୟତିରାଜ ବିଭାଗ ଚିଠି ସଂଖ୍ୟା ୧୫୫୩୪ ଓ ୧୫୫୬୫ ତା,୨୦.୦୮୨୦୧୮ ଏବଂ ଚିଠି ନମ୍ବର ୯୪୦/ ୧୯ ଅନୁସାରେ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଗାଁ ସାଥୀ(ମେଟ୍‍) ମାନଙ୍କୁ ମାସକୁ ସର୍ବନିମ୍ନ ୧୦ ଦିନର ପ୍ରାପ୍ୟ ସହିତ କାମ, ପର୍ଯ୍ୟାପ୍ତ ଟ୍ରେନିଂ, ସ୍ପଷ୍ଟ ଡାଟାବେସ ପ୍ରସ୍ତୁତି ଓ ରାଜ୍ୟରେ ଫାଙ୍କା ଥବା ସମସ୍ତ ମେଟ୍‍ ପଦବୀକୁ ତୁରନ୍ତ ପୂରଣ କରିବା ପାଇଁ ଜିଲା ସଂଘ ପକ୍ଷରୁ ଦାବି କରାଯାଇଛି। ଏହାବ୍ୟତୀତ ସରକାରଙ୍କ ଘୋଷଣାନାମା ଅନୁସାରେ ପଶ୍ଚିମ ଓଡ଼ିଶାର ୨୦ଟି ବ୍ଲକ ପରି ସମଗ୍ର ରାଜ୍ୟରେ ମନରେଗା ଯୋଜନାରେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଜବକାର୍ଡଧାରୀଙ୍କ ପାଇଁ ବର୍ଷକୁ ୨୦୦ ଦିନରୁ ଉର୍ଦ୍ଧ କାମ ଓ ଦୈନିକ ମଜୁରୀ ୨୮୬ ଟଙ୍କାରୁ ଊର୍ଦ୍ଧ୍ବ ପ୍ରଦାନ କରିବା ଲାଗି ସରକାର ତୁରନ୍ତ ବ୍ୟବସ୍ଥା କରିବାକୁ ଗାଁ ସାଥୀ ସଂଘ ଦାବି କରିଛି।

- Advertisement -

ଗାଁ ସାଥୀ ସଂଘର ଦାବିଗୁଡିକ ପୂରଣ ନହେଲେ ବାଧ୍ୟ ହୋଇ ରାଜ୍ୟର ସମସ୍ତ ଗାଁ ସାଥୀ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି। ସଂଘର ଜିଲା ସଭାନେତ୍ରୀ ମହିମାବତୀ ଭୋଇ, ସାଧାରଣ ସମ୍ପାଦକ ଅଭୟ କୁମାର ଡାକୁଆ, କଣ୍ଟାମାଳ ବ୍ଲକ ସଭାପତି ଠାକୁର ଚରଣ ନାୟକ, ହରଭଙ୍ଗା ବ୍ଲକ ସଭାପତି ଗଣେଶ ବେହେରାଙ୍କ ସମେତ ସଂଜିବ କୁମାର ନାୟକ, ଦମୋଦର ମିଶ୍ର, ସୁରେଶ ଚନ୍ଦ୍ର ଭୁକ୍ତା, ହଳଧର ସାହୁ, ଅଖଣ୍ଡ ଭବସାଗର ଓ ଜ୍ଞାନରଂଜନ ବେହେରା ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories