www.samajalive.in
Tuesday, December 9, 2025
26.1 C
Bhubaneswar

ପର୍ଯ୍ୟଟନ ସ୍ଥଳିଗୁଡ଼ିକରେ ସ୍ୱଚ୍ଛ ଇନ୍ଧନ ବ୍ୟବହାର ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱ

କେନ୍ଦ୍ର ସରକାରଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା ଆଦର୍ଶ ପର୍ଯ୍ୟଟନ ସ୍ଥଳି ଗୁଡ଼ିକରେ ପର୍ଯ୍ୟଟକଙ୍କ ଯାତାୟତ ପାଇଁ ବ୍ୟବହୃତ ଯାନବାହାନକୁ ଶତପ୍ରତିଶତ ସ୍ୱଚ୍ଛ ଇନ୍ଧନରେ ପରିଣତ କରିବା ପାଇଁ ପେଟ୍ରୋଲିୟମ ବିଭାଗ ସହ ମିଳିତ ଭାବେ କାମ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପର୍ଯ୍ୟଟନ ମନ୍ତ୍ରଣାଳୟକୁ ଆହ୍ୱାନ ଦେଇଛନ୍ତି। ଏହାସହ ମନ୍ତ୍ରଣାଳୟ ପକ୍ଷରୁ ସ୍ଥାନୀୟ ଐତିହ୍ୟ ଏବଂ ପର୍ଯ୍ୟଟନ ସ୍ଥଳିକୁ ପ୍ରୋତ୍ସାହନ ଦିଆଯିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ‘ଦେଖୋ ଆପନା ଦେଶ୍‍’ ଏବଂ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିବା ‘ସାଥୀ’ ପଦକ୍ଷେପକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଛନ୍ତି।

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଚଳିତ ବଷର୍ର ଥିମ୍‍ ‘ପର୍ଯ୍ୟଟନ ଓ ଗ୍ରାମୀଣ ବିକାଶ’ ଭର୍ଚୁଆଲ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଦେଶର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ବିଶେଷ ଭାବରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା ଆଦର୍ଶ ପର୍ଯ୍ୟଟନ ସ୍ଥଳିଗୁଡ଼ିକରେ ପର୍ଯ୍ୟଟକମାନେ ବ୍ୟବହାର କରୁଥିବା ଯାନବାହାନ ବୋଟ, ଯନ୍ତ୍ରଚାଳିତ ଡଙ୍ଗା ଓ ଗାଡିଗୁଡିକ ଡିଜେଲ, ପେଟ୍ରୋଲ, କିରୋସିନରେ ଚାଲୁଛି। ତେବେ ଏହି ଯାନବାହାନକୁ ଏଲଏନଜି, ପିଏନଜି ଭଳି ସ୍ୱଚ୍ଛ ଇନ୍ଧନରେ ରୂ।ନ୍ତରିତ କରିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ଉଭୟ ପର୍ଯ୍ୟଟକ, ବୋଟ ଓ ଅନ୍ୟାନ୍ୟ ଯାନବାହାନ ମାଲିକାନାରେ ଥିବା ବ୍ୟକ୍ତିମାନେ ଲାଭ ପାଇବେ ଏବଂ ପରିବେଶ ସୁରକ୍ଷିତ ରହିବ ବୋଲି ସେ କହିଛନ୍ତି।

- Advertisement -

ଅନ୍ୟପକ୍ଷରେ ଦେଶରେ ଗ୍ରାମାଂଚଳଗୁଡ଼ିକରେ ଥିବା ପ୍ରମୁଖ ପର୍ଯ୍ୟଟନ ସ୍ଥଳିଗୁଡ଼ିକୁ ଚିହ୍ନଟ କରାଯାଇ ସେଠାରେ ଆଂଚଳିକ ଭାଷାକୁ ଗୁରୁତ୍ୱ ଦେବା ଏବଂ ସ୍ଥାନୀୟ ଟୁରିଷ୍ଟ ଗାଇଡ଼ଙ୍କୁ ନିଯୁକ୍ତ କରିବା ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଏହା ହେଲେ ସ୍ଥାନୀୟ ଅଂଚଳରେ ରୋଜଗାର ବଢ଼ିବା ସହ ପର୍ଯ୍ୟଟନ ଓ ଅର୍ଥନୀତିର ବିକାଶ ହେବ ବୋଲି ସେ କହିଛନ୍ତି।

ସେ କହିଛନ୍ତି ସାଂପ୍ରତିକ ସମୟରେ କୋରାନା ମହାମାରୀ ଦ୍ୱାରା ଲୋକମାନେ ପ୍ରଭାବିତ ହୋଇଛନ୍ତି, ଏଣୁ ଏଭଳି ସମୟରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ‘ସାଥୀ’ ପଦକ୍ଷେପ ନିଆଯିବା ପ୍ରଶଂସନୀୟ। ଏହି ଯୋଜନାରେ କୋଭିଡ୍‍ ଗାଇଡଲାଇନକୁ ଦୃଷ୍ଟିରେ ରଖି ୨୫ ହଜାର ହୋଟେଲକୁ ପର୍ଯ୍ୟଟନର ଇକୋ ସିଷ୍ଟମରେ ସାମିଲ କରାଯିବା ପଦକ୍ଷେପକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶଂସା କରିଛନ୍ତି।

ଦେଶରେ ପର୍ଯ୍ୟଟନ କ୍ଷେତ୍ରରେ ଅପାର ସମ୍ଭାବନା ରହିଛି। ବିଶେଷଭାବରେ ମନ୍ଦିର ସବୁଠୁ ବଡ଼ ପର୍ଯ୍ୟଟନ ସ୍ଥଳ ଭାବେ ଉଭା ହୋଇଛି। ସେହିପରି ବିସ୍ତୀର୍ଣ୍ଣ ବେଳାଭୂମି, କ୍ରୀଡା ପର୍ଯ୍ୟଟନ, ଆଡଭେଞ୍ଚର, ଜଳ କ୍ରୀଡ଼ା, ବନ୍ୟଜନ୍ତୁ, ପରିବେଶ ଓ ପ୍ରାକୃତିକ ପରିବେଶ ସମ୍ପଦରେ ପର୍ଯ୍ୟଟନ ବୃଦ୍ଧି କରିବା ଦିଗରେ ଅନେକ ସୁଯୋଗ ରହିଛି। ସେ କହିଛନ୍ତି ସାଂପ୍ରତିକ ସମୟରେ କୋରାନା ମହାମାରୀ ଦ୍ୱାରା ଲୋକମାନେ ପ୍ରଭାବିତ ହୋଇଛନ୍ତି, ଏଣୁ ଏଭଳି ସମୟରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ‘ସାଥୀ’ ପଦକ୍ଷେପ ନିଆଯିବା ପ୍ରଶଂସନୀୟ। ଏହି ଯୋଜନାରେ କୋଭିଡ୍‍ ଗାଇଡଲାଇନକୁ ଦୃଷ୍ଟିରେ ରଖି ୨୫ ହଜାର ହୋଟେଲକୁ ପର୍ଯ୍ୟଟନର ଇକୋ ସିଷ୍ଟମରେ ସାମିଲ କରାଯିବା ପଦକ୍ଷେପକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶଂସା କରିଛନ୍ତି।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories