www.samajalive.in
Tuesday, December 9, 2025
26.1 C
Bhubaneswar

ଅର୍ଥବିଭାଗ ଯୁଗ୍ମ ସଚିବଙ୍କ ସମେତ ୬ ଜଣଙ୍କଠୁ ୫୦ ହଜାର ଟଙ୍କା ଜୋରିମାନା ଆଦାୟ

ଭୁବନେଶ୍ୱର : ସୁପ୍ରିମକୋର୍ଟରେ ଠିକଣା ସମୟରେ ମାମଲା ପରିଚାଳନା କରିପାରି ନ ଥିବାରୁ ରାଜ୍ୟ ସରକାରଙ୍କ ୬ଜଣ ଅଧିକାରୀଙ୍କୁ ତଣ୍ଡ ଗଣିବାକୁ ପଡ଼ିଛି। ଏକଥା କାନକୁ ଖଟକା ଲାଗୁଥିଲେ ହେଁ ତାହା ବାସ୍ତବରେ ସତ୍ୟ। ଏହି ଅବହେଳା ପାଇଁ ଅର୍ଥବିଭାଗର ଯୁଗ୍ମ ସଚିବଙ୍କ ସମେତ ପରାମର୍ଶଦାତା, ଆଇନ ବିଭାଗ, ଜଳସମ୍ବଦ ବିଭାଗର ଅଧିକାରୀମାନଙ୍କୁ ମଧ୍ୟ ସୁପ୍ରିମକୋର୍ଟଙ୍କ ନିକଟରେ ପଚାଶ ହଜାର ଟଙ୍କା ଗଣିବାକୁ ପଡ଼ିଛି। କାର୍ଯ୍ୟରେ ଅବହେଳା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଅଧିକାରୀଙ୍କୁ ଏହି ତଣ୍ଡ ମିଳିଥିବା ବେଳେ ପରବର୍ତ୍ତି ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରାଯାଇ ପାରେ ବୋଲି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଏ ସଂକ୍ରାନ୍ତରେ ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ବୁଧବାର ଆଇନ ବିଭାଗ ପ୍ରମୁଖ ସଚିବଙ୍କ ସହିତ ଅର୍ଥବିଭାଗ ପ୍ରମୁଖ ସଚିବ ଏବଂ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ଶ୍ରୀମତୀ ଗର୍ଗ ଦର୍ଶାଇଛନ୍ତି ଯେ ଏକ ଏସଏଲପି ମାମଲାରେ ବିଳମ୍ବ ଯୋଗୁଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ୫୦ ହଜାର ଟଙ୍କା ଜୋରିମାନା କରାଯାଇଥିଲା। ତାହା ପୁଣି ୨୪ ତାରିଖ ସୁଦ୍ଧା ପଇଠ କରିବାକୁ ନିର୍ଦେଶ ରହିଛି। ତେବେ ୫୩୧ଦିନ ବିଳମ୍ବ ହୋଇଥିବାରୁ ଦିନକ ପିଛା ୯୪.୧୬ଟଙ୍କା ହିସାବରେ ଉକ୍ତ ଅର୍ଥ ସୁପ୍ରିମକୋର୍ଟରେ ଦେବାକୁ ପଡ଼ିବ ବୋଲି ନିର୍ଦେଶ ରହିଛି। ଏସଏଲପି ବିଳମ୍ବ ପାଇଁ ଯେଉଁ ଅଧିକାରୀମାନେ ଦାୟୀ ସେମାନେ ଉକ୍ତ ଅର୍ଥ ଭରଣା କରିବାକୁ ପଡ଼ିବ। ତେବେ ଉକ୍ତ ମାମଲା ପରିଚାଳନାରେ ବିଳମ୍ବ ଲାଗି ଅର୍ଥବିଭାଗର ଯୁଗ୍ମସଚିବ ଶାନ୍ତନୁ କୁମାର ସାହୁଙ୍କୁ ୮୩୩୪ଟଙ୍କା ଦେବାକୁ ପଡ଼ିବ। ସେହିପରି ଉକ୍ତ ବିଭାଗର ପରାମର୍ଶ ଦାତା ସତ୍ୟାନନ୍ଦ ପଣ୍ଡା, ଆଇନ ବିଭାଗର ଏଏସଓ ସକ୍ରଜିତ ଦେହେରୀ, ସର୍ବୋଚ୍ଚ ଯନ୍ତ୍ରୀ କାର୍ଯ୍ୟାଳୟର ଏସ୍‍ଓ ଦିଲ୍ଲୀପ କୁମାର ସିଂହ, ଜଳସମ୍ପଦ ବିଭାଗର ଏଏସଓ ପଦ୍ମଜା ବସ୍ତିଆ ଏବଂ ଡେସ୍କ ଅଫିସର ଜଗଦୀଶ ଖଟୁଆ ମଧ୍ୟ ଦାୟୀ। ତେଣୁ ତାଙ୍କଠାରୁ ୮୩୩୪ଟଙ୍କା ଲେଖାଏଁ ତୁରନ୍ତ ବ୍ୟାଙ୍କରେ ଜମା ଦେବାକୁ କୁହାଯାଇଛି।
ଶ୍ରୀମତୀ ଗର୍ଗ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂପୃକ୍ତ ଅଧିକାରୀ ଓ ଷ୍ଟାଫଙ୍କଠାରୁ ତୁରନ୍ତ ଉକ୍ତ ଅର୍ଥ ଆଦାୟ କରାଯିବାର ଆବଶ୍ୟକତା ରହିଥିବା ନେଇ ଅନୁମତି ପ୍ରଦାନ କରିଛନ୍ତି। ସଂପୃକ୍ତ ଅଧିକାରୀମାନେ ଟଙ୍କା ପଇଠ କରିବା ପରେ ବିଭାଗୀୟ ମୁଖ୍ୟ ପ୍ରମାଣପତ୍ର ଦେବାକୁ ପଡ଼ିବ ବୋଲି ଶ୍ରୀମତୀ ଗର୍ଗ ଦର୍ଶାଇଥିଲେ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories