www.samajalive.in
Sunday, December 7, 2025
16.1 C
Bhubaneswar

ଜନସନ ଏଣ୍ଡ ଜନସନ ଟୀକା ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ; ଗୋଟିଏ ଡ଼ୋଜ ଦୂର କରିପାରେ କରୋନା

ୱାଶିଂଟନ: ଆମେରିକାର ଔଷଧ ନିର୍ମାଣକାରୀ ସଂସ୍ଥା ଜନସନ ଏଣ୍ଡ ଜନସନ ଦେଇଛି ଭଲ ଖବର । ଜନସନ ପ୍ରସ୍ତୁତ ଟୀକାର ଗୋଟିଏ ଡ଼ୋଜ୍ କରୋନା ଦୂର କରିବାରେ ସମର୍ଥ ହୋଇପାରିବ ବୋଲି କମ୍ପାନୀ ଦାବି କରିଛି । କରୋନା ପ୍ରତିରୋଧୀ ଶକ୍ତି ବୃଦ୍ଧି କରିବାରେ ଏହି ଟୀକା ଉପଯୋଗୀ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ପ୍ରଥମ ଦୁଇ ପର୍ଯ୍ୟାୟ ପରୀକ୍ଷା ପରେ ଏହି ସଫଳତା ମିଳିବା ପରେ ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଏବେ ଆରମ୍ଭ କରାଯାଇଛି । ମଡ଼ର୍ଣ୍ଣା ଓ ଫାଇଜର ମିଳିତ ଭାବରେ ଟୀକାର ଏକ ଓ ଦୁଇ ଡ଼ୋଜ୍ ପରୀକ୍ଷା କରିଛନ୍ତି । ତେବେ ଟୀକା କେତେ ପରିମାଣରେ ଯୁବବର୍ଗ ଓ ବୟସ୍କମାନଙ୍କ ପାଇଁ ଲାଭଦାୟୀ ହେବ ତାହା ସ୍ପଷ୍ଟ ହୋଇନାହିଁ ।

ବର୍ତମାନ ସୁଦ୍ଧା ଏହି ଟୀକା ପ୍ରାୟ ୧୦୦୦ ସୁସ୍ଥ ଯୁବକଙ୍କ ଉପରେ ପରୀକ୍ଷା କରାଯାଇଛି । ଏହାକୁ ଆମେରିକା ସରକାର ମଧ୍ୟ ଅନୁମୋଦନ କରିଛନ୍ତି । ଜୁଲାଇ ପରେ ଏହି ପରୀକ୍ଷଣ ଆରମ୍ଭ ହୋଇଥିଲା ଓ ପ୍ରଥମେ ମାଙ୍କଡ଼ମାନଙ୍କ ଉପରେ ଏହାକୁ ପରୀକ୍ଷା କରାଯାଇଥିଲା । ଏହା ସଫଳ ହେବା ପରେ ଏବେ ୬୦ ହଜାର ଲୋକଙ୍କ ଉପରେ ଟୀକା ପରୀକ୍ଷଣ କରାଯବ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ତୃତୀୟ ପର୍ଯ୍ୟାୟ ପରୀକ୍ଷାର ରିପୋର୍ଟ ଡ଼ିସେମ୍ବର ମାସ ସୁଦ୍ଧା ଆସିଯିବାର ଆଶା ଅଛି । ଏହାର ଅଧ୍ୟୟନ ଶେଷ ହେବା ପରେ ଟୀକାର ସୁରକ୍ଷା ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ମିଳିପାରିବ । ଟୀକାର ଗମ୍ଭୀର ପ୍ରତିକୂଳ ପ୍ରଭାବ ଜାଣିବା ପାଇଁ ଏହା ଉପରେ ଆହୁରି ଅଧ୍ୟୟନ କରାଯିବ ବୋଲି ଜନସନ କମ୍ପାନୀ ପକ୍ଷରୁ କୁହାଯାଇଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories