www.samajalive.in
Tuesday, December 9, 2025
23.1 C
Bhubaneswar

ଲକ୍ଷ୍ୟ ଭେଦକାରୀ ‘ଅଭ୍ୟାସ’ ବିମାନର ସଫଳ ପରୀକ୍ଷଣ

ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଉଚ୍ଚ ଗତିଯୁକ୍ତ ଆକାଶମାର୍ଗରେ ଲକ୍ଷ୍ୟ ଭେଦକାରୀ ଅଭ୍ୟାସ ବିମାନର ପରୀକ୍ଷା ସଫଳତାର ସହ କରାଯାଇଛି। ଓଡିଶାର ବାଲେଶ୍ଵରସ୍ଥିତ ଆଇଟିଆରରୁ ଏହି ପରୀକ୍ଷା ସମ୍ପନ୍ନ ହୋଇଛି। ପରୀକ୍ଷା ସମୟରେ ଦୁଇଟି ପରୀକ୍ଷାମୂଳକ ଯାନକୁ ସଫଳତାର ସହିତ ଉଡ଼ାଯାଇଥିଲା। ଏହି ଯାନ ବିଭିନ୍ନ କ୍ଷେପଣାସ୍ତ୍ର ପଦ୍ଧତିର ମୂଲ୍ୟାୟନ ପାଇଁ ଲକ୍ଷ୍ୟ ଭାବେ ବ୍ୟବହାର କରାଯାଇଥାଏ।

ଡିଆରଡିଓର ବିମାନ ବିକାଶ ପ୍ରତିଷ୍ଠାନ (ଏଡିଇ) ପକ୍ଷରୁ ଅଭ୍ୟାସ ବିମାନର ବିକାଶ କରାଯାଇଛି। ଏହି ବାୟୁ ଯାନ ଦୁଇଟି ଅଣ୍ଡର ସ୍ଲଙ୍ଗ ବୁଷ୍ଟର ସାହାଯ୍ୟରେ ଛଡା ଯାଇଥାଏ। ଗ୍ରାଉଣ୍ଡ କଣ୍ଟ୍ରୋଲ ଷ୍ଟେସନରୁ ଲାପଟପ ଜରିଆରେ ଏହି ବାୟୁ ଯାନର ଗତିବିଧି ଓ କାର୍ୟ୍ୟକଳାପକୁ ନିୟନ୍ତ୍ରଣ କରାଯାଇଥାଏ। ପରୀକ୍ଷା ବେଳେ ୫ କିଲୋମିଟର ଉଚ୍ଚତାରେ ଏହାକୁ ବ୍ୟବହାର କରାଯାଏ ଏବଂ ଏହି ଯାନ ସଫଳତାର ସହ ସମସ୍ତ ଲକ୍ଷ୍ୟ ହାସଲ କରିଛି।

Hot this week

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

Related Articles

Popular Categories