www.samajalive.in
Tuesday, December 9, 2025
19.1 C
Bhubaneswar

ସୁପ୍ରିମକୋର୍ଟରେ ମାମଲା ପରିଚାଳନାରେ ବିଳମ୍ବ : ସରକାର ଗଣିବେ ୫୦ ହଜାର ତଣ୍ଡ

ଭୁବନେଶ୍ୱର : ଆଇନ ଜାଲରେ ଖୋଦ୍‍ ଆଇନ ବିଭାଗ ପଡ଼ିଛି। ଯେଉଁ ବିଭାଗ ରାଜ୍ୟ ସରକାରଙ୍କ ସବୁ ବିଭାଗକୁ ଆଇନର ବାଟ ଦେଖାଉଛି ଏବେ ସେ ନିଜେ ହରଡଘଣାରେ ପଡ଼ିଛି। ସୁପ୍ରିମକୋର୍ଟରେ ଠିକଣା ସମୟରେ ମାମଲା ପରିଚାଳନା କରିବାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅବହେଳା ହୋଇଛି। ଯେଉଁଥିପାଇଁ ଏବେ ସରକାରଙ୍କୁ ପଚାଶ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ। ତେଣୁ ବିଭାଗୀୟ ଅଧିକାରୀମାନେ ତୁରନ୍ତ ଉକ୍ତ ଟଙ୍କା ଆଦାୟ କରି ଦେଲେ ସୁପ୍ରିମକୋର୍ଟରେ ଡିପୋଜିଟ କରାଯିବ। ଏହିଭଳି ଏକ ଆଶ୍ଚର୍ଯ୍ୟକର କଥା ସୋମବାର ଦେଖିବାକୁ ମିଳିଛି।
ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ଏ ସଂକ୍ରାନ୍ତରେ ଆଇନ ବିଭାଗ ପ୍ରମୁଖ ସଚିବଙ୍କ ସହିତ ଅର୍ଥବିଭାଗ ପ୍ରମୁଖ ସଚିବ ଏବଂ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ଶ୍ରୀମତୀ ଗର୍ଗ ଦର୍ଶାଇଛନ୍ତି ଯେ ଏକ ଏସଏଲପି ମାମଲାରେ ବିଳମ୍ବ ଯୋଗୁଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ୫୦ ହଜାର ଟଙ୍କା ଜୋରିମାନା କରାଯାଇଛି। ୫୩୧ଦିନ ବିଳମ୍ବ ହୋଇଥିବାରୁ ଦିନକ ପିଛା ୯୪.୧୬ଟଙ୍କା ହିସାବରେ ଉକ୍ତ ଅର୍ଥ ଦେବାକୁ ପଡ଼ିବ। ତେବେ ଏସଏଲପି ବିଳମ୍ବ ପାଇଁ ଯେଉଁ ଅଧିକାରୀମାନେ ଦାୟୀ ସେମାନେ ଉକ୍ତ ଅର୍ଥ ଭରଣା କରିବାକୁ ପଡ଼ିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦେଶନାମା ରହିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶନାମା ଅନୁଯାୟୀ ସଂପୃକ୍ତ ବିଭାଗ ଉକ୍ତ ଅଧିକାରୀଙ୍କଠାରୁ ଅର୍ଥ ଆଦାୟ କରି ପଇଠ କଲା ବୋଲି ଏକ ପ୍ରମାଣପତ୍ର ଦେବ। ତେବେ ଆସନ୍ତାକାଲି ସୁଦ୍ଧା ଉକ୍ତ ଅର୍ଥ ଦେବା ନିହାତି ଆବଶ୍ୟକ ବୋଲି ଶ୍ରୀମତୀ ଗର୍ଗ ଦର୍ଶାଇଛନ୍ତି।
ଅନ୍ୟପକ୍ଷରେ ସୂଚନା ଅନୁଯାୟୀ ୨୦୦୫ରେ ଏକ ପେନସନ ମାମଲାରେ ସରକାରଙ୍କୁ ଏବେ ଏହି ତଣ୍ଡ ଗଣିବାକୁ ପଡ଼ିଛି। ଦିଲୀପ କୁମାର ପ୍ରତିହାରୀ ନାମକ ଜଣେ ଯନ୍ତ୍ରୀଙ୍କ କହିବା କଥା ହେଲା, ୨୦୦୫ରେ ରାଜ୍ୟ ସରକାର ନିୟମିତ ପେନସନ ଉଠାଇବାପାଇଁ ନିଷ୍ପତ୍ତି ନେଲେ। ହେଲେ ଉକ୍ତବର୍ଷ ଅଗଷ୍ଟରେ ଏନେଇ ବିଜ୍ଞପ୍ତି ପ୍ରକାଶ କଲେ। ଏହାପୂର୍ବରୁ ଅର୍ଥାତ ଜୁନରେ ୪ଜଣ ଯନ୍ତ୍ରୀ ସରକାରଙ୍କ ବିଧି ଅନୁଯାୟୀ କାର୍ଯ୍ୟରେ ଯୋଗଦେଇଛୁ; କିନ୍ତୁ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପେନସନ ଆମକୁ ମିଳିବ ନାହିଁ। ଏହାକୁ ନେଇ ଆମେ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲୁ; ମାତ୍ର ସରକାର ଟ୍ରିବ୍ୟୁନାଲରେ ହାରିବା ପରେ ସୁପ୍ରିମକୋର୍ଟକୁ ଯାଇଛନ୍ତି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories