www.samajalive.in
Tuesday, December 9, 2025
19.1 C
Bhubaneswar

ପୁଲିସର ତ୍ୱରିତ ପଦକ୍ଷେପ, ୨ମାମଲାରେ ୧୦ ଗିରଫ

ସୁନ୍ଦରଗଡ଼: ମହାମାରୀରେ ମହା ଠକେଇ, ସାଇବର କ୍ରାଇମ ସର୍ବୋପରି ଅପହରଣରେ ଛନ୍ଦି ହୋଇଯାଇଛି ସମଗ୍ର ଘଟଣା ପ୍ରବାହ ହେଲେ ପୁଲିସର ତ୍ୱରିତ ପଦକ୍ଷେପ ଯୋଗୁଁ ଦୁଇ ଭିନ୍ନ ଘଟଣାରେ ସଂପୃକ୍ତ ୧୦ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ନଗଦ ଦୁଇ ଲକ୍ଷ ୧୫ହଜାର ଟଙ୍କା, କାର, ବାଇକ ଓ ମୋବାଇଲ ଫୋନ ଜବତ କରି କୋର୍ଟ ଚାଲାଣ କରିଛି ବୋଲି ସୁନ୍ଦରଗଡ଼ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି। ଗତଦିନରେ ସାଇବର କ୍ରାଇମ ଜରିଆରେ ହୋଇଥିବା ଠକେଇ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ପୁଲିସର କାର୍ୟ୍ୟଦକ୍ଷତାକୁ ପ୍ରମାଣିତ କରିଛି ହେଲେ ଗତ ୧୫ ତାରିଖ ଦିନ ଘଟିଥିବା ଦୁଇ ଭିନ୍ନ ଘଟଣାରେ ହନୁମାନ ପଇସାକୁ ନେଇ ନାଟ ହୋଇଛି ବୋଲି ଚର୍ଚ୍ଚା ଚାଲିଥିଲେ ହିଁ ପୁଲିସ ପକ୍ଷରୁ ଏହାକୁ ସ୍ପଷ୍ଟ କରାଯାଇ ନାହିଁ।

ପୁଲିସ ସୂତ୍ରରୁ ପ୍ରକାଶ, ଗତ କାଲି ପୂର୍ବାହ୍ନରେ ସ୍ଥାନୀୟ ପତ୍ରାପଡାର ବଣ୍ଟି ସାହୁ ଥାନାରେ ଅପହରଣ ଅଭିଯୋଗ ଆଣିଥିଲେ। ପୂର୍ବ ଦିନ ସନ୍ଧ୍ୟାରେ ସେ ତାଙ୍କ ବନ୍ଧୁ ସୁବଳୟା ନବରଙ୍ଗପୁର ଗ୍ରାମର ମାଧବ ମିଞ୍ଜଙ୍କ ସହ ବାଇକରେ କିରେଇ ଅଞ୍ଚଳକୁ ଯାଇଥିବା ବେଳେ ଏକ ଧଳା ରଙ୍ଗର କାରରୁ ୪/୫ ଜଣ ଯୁବକ ଓହ୍ଲାଇ ବନ୍ଧୁ ମାଧବଙ୍କୁ ଅପହରଣ କରି ନେଇ ଯାଇଥିବା ବେଳେ ସେ ଦୌଡି ପଳାଇବାରୁ ବର୍ତ୍ତି ଯାଇଥିବା ଅଭିଯୋଗ କରିଥିଲେ। ମାତ୍ର ଅପହରଣକାରୀ ମାନେ ତାଙ୍କ ବାଇକକୁ ନେଇ ଯାଇଥିବା ସେ ଦର୍ଶାଇବା ସହ ରାତିରେ କୁଆଡ଼େ ଏ ବାବଦରେ ୬ଲକ୍ଷ, ୧୦ଲକ୍ଷ ଓ ୨୦ ଲକ୍ଷ ଟଙ୍କା ଦାବି କରିଥିବା ବେଳେ ଏହି ମାମଲାର ଅଭିଯୁକ୍ତ କୁହାଯାଉଥିବା ଧରୁଆଡିହି ଥାନା ଅଞ୍ଚଳର ଶ୍ରବଣ କୁମାର ପାତ୍ର (୨୪) ଅନ୍ୟ ଏକ ଅଭିଯୋଗ ଟାଉନ ଥାନାରେ ଦେଇ ବଣ୍ଟି ସାହୁ, ସନିକ କୁମାର ଓରଫ ସୋନି, ମାଧବ ମିଞ୍ଜଙ୍କ ବିରୁଧରେ ୩ଲକ୍ଷ ଟଙ୍କା ଠକି ନେବା ସହ ଅଭଦ୍ର ଭାଷାରେ ଗାଳିଗୁଳଜ କରିଥିବାର ଦର୍ଶାଇଥିଲେ।

- Advertisement -

ସଦର ଏସଡିପିଓ ମଧୁଶିକ୍ତା ମିଶ୍ର, ଟାଉନ ଥାନା ଅଧିକାରୀ ବିଭତ୍ସ ପ୍ରଧାନ ସମେତ ଅନ୍ୟାନ୍ୟ ପୁଲିସ ଅଧିକାରୀ ଉଭୟ ଘଟଣାରେ ସଂପୃକ୍ତ ରାକେଶ କୁମାର ଶର୍ମା ଓରଫ ଲୋକେସ (୨୬), ସୁରେଶ କୁମାର ରାଉତ (୩୮), ଲିଙ୍ଗରାଜ ସୁହୁଦା (୨୭), ଅଗସ୍ତି କୁମାର ମିଶ୍ର (୩୦), ଦେବ ବାରଭୂୟାଁ (୨୫) ଓ ତପନ କୁମାର ବାଗ (୩୩)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମାଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ଯିବାକୁ ପଡ଼ିଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories