www.samajalive.in
Tuesday, December 9, 2025
16.1 C
Bhubaneswar

ବାଲି ମାଫିଆଙ୍କ ବିରୁଦ୍ଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ : ଜାବଡେକର

ନୂଆଦିଲ୍ଲୀ : ବେଆଇନ ବାଲି ଖନନ ଓ ଚାଲାଣ କରୁଥିବା ମାଫିଆମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ। କେନ୍ଦ୍ର ଜଙ୍ଗଲ ଓ ପରିବେଶ ଓ ମନ୍ତ୍ରୀ ପ୍ରକାଶ ଜାବଡେକର ଏହି ମାଫିଆମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟଗୁଡ଼ିକୁ କହିଛନ୍ତି। ଏଭଳି କାର୍ଯ୍ୟ ବନ୍ଦ ହେବା ପାଇଁ କଡ଼ା ଆଇନ ପ୍ରଣୟନ କରିବା ଲାଗି ସେ ରାଜ୍ୟ ସରକାରମାନଙ୍କୁ କହିଛନ୍ତି।
ନୂଆଦିଲ୍ଲୀଠାରେ ପଞ୍ଚଦଶ ଜାତୀୟ ଜଙ୍ଗଲ ଶହୀଦ ଦିବସ ପାଳନ ଅବସରରେ ଉଦ୍‍ବୋଧନ ଦେଇ ଶ୍ରୀ ଜାବଡେକର କହିଛନ୍ତି, ପ୍ରାକୃତିକ ସମ୍ବଳ ଓ ନଦୀଶଯ୍ୟାର ସୁରକ୍ଷା ପାଇଁ ବାଲି ଖନନ ପରିବେଶ ନିୟମ ପାଳନ ସହ କରାଯିବା ଉଚିତ। ବେଆଇନ ବାଲିଖନନ ଓ ଏହି କାରବାର ସହିତ ଜଡ଼ିତ ମାଫିଆମାନଙ୍କ ଉଦ୍ଦେଶ୍ୟରେ କଡ଼ା ଚେତାବନୀ ଦେଇ ମନ୍ତ୍ରୀ କହିଛନ୍ତି,
ପରିସ୍ଥିତିର ନିୟମିତ ଭାବେ ସମୀକ୍ଷା କରାଯିବ ଓ ଯେଉଁମାନେ ନିୟମ ଉଲଂଘନ କରିବା ଜଣାପଡ଼ିବ, ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବାଲି ଖନନ ପାଇଁ ନୂଆ ନୀତି ଓ ନିୟମ ପ୍ରଣୟନ କରାଯାଇଥିବା ସତ୍ତ୍ବେ ଅନେକ ରାଜ୍ୟ ଏହାକୁ ପାଳନ କରୁନାହାନ୍ତି। ଜଣେ
ଜଙ୍ଗଲ ବିଭାଗ ଗୃହରକ୍ଷୀ ଏକ ବାଲି ଟ୍ରାକ୍ଟରକୁ ଅଟକାଇବାକୁ ଯିବାରୁ ସେଇ ଟ୍ରାକ୍ଟର ତାଙ୍କ ଉପରେ ଚଢ଼ାଇ ମାଫିଆମାନେ ସେଠାରୁ ପଳାଇଯାଇଥିବାର ଘଟଣା ଲୋକଲୋଚନକୁ ଆସିଥିଲା ବୋଲି ମନ୍ତ୍ରୀ କହିଛନ୍ତି ।
ସେ କହିଛନ୍ତି, ନଦୀ ଶଯ୍ୟାର ସୁରକ୍ଷା ଓ ନଦୀଗୁଡ଼ିକୁ ବଞ୍ଚାଇବା ପାଇଁ ଆବଶ୍ୟକ ପରିବେଶ ନିୟମ ଅନୁସାରେ ବାଲି ଖନନ କରାଯିବା ଉଚିତ। ଯେଉଁମାନେ ଏଭଳି ବେଆଇନ କାର୍ଯ୍ୟକୁ ରୋକିବାକୁ ମୁତୟନ ହୋଇଛନ୍ତି, ସେମାନଙ୍କର ହତ୍ୟା ଘଟଣାର ଦୋଷୀମାନଙ୍କୁ ଆଇନ ଅନୁସାରେ ଦଣ୍ଡିତ କରାଯିବା ବିଷୟ ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ମୃତ ଗୃହରକ୍ଷୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories