www.samajalive.in
Tuesday, December 9, 2025
26.1 C
Bhubaneswar

କ୍ଷୀର ସହ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ, ହୋଇଥାଏ ବହୁତ କ୍ଷତିକାରକ

ଏପରି ବହୁତ ଖାଦ୍ୟ ରହିଛି ଯାହାକୁ କ୍ଷୀର ସହ ଖାଇଲେ ଶରୀର ପ୍ରତି ବହୁତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ସେ ମଧ୍ୟରୁ ମାଛ ଏକ ପ୍ରଧାନ ଖାଦ୍ୟ। ଆୟୁର୍ବେଦ ଅନୁସାରେ, ମାଛ ଖାଇବା ପରେ କିମ୍ବା ପୂର୍ବରୁ କ୍ଷୀର ପିଇବା ଦ୍ୱାରା ଲିଉକୋଡ଼ର୍ମା ବା ଧଳାଛଉ ହୋଇଥାଏ। ଏହା ଏକ ଚର୍ମରୋଗ, ଯେଉଁଥିରେ ପ୍ରଥମେ ଛୋଟ ଧଳା ଦାଗ ହୋଇଥାଏ ଯାହା ସମୟକ୍ରମେ ବୃଦ୍ଧି ପାଇବାକୁ ଲାଗିଥାଏ। ଆୟୁର୍ବେଦରେ, କ୍ଷୀର ସହ ଆହୁରି ବହୁତ କିଛି ଖାଦ୍ୟ ରହିଛି ଯାହା ଖାଇବାକୁ ନିଷେଧ କରାଯାଇଛି।

– କ୍ଷୀର ସହ ଦହି ଖାଇବା ଉଚିତ୍ ନୁହେଁ। ଏହାକୁ ଏକସଙ୍ଗେ ଖାଇବା ଦ୍ୱାରା ଚର୍ମରୋଗ ଦେଖାଯାଏ।
– ବିରି ଡ଼ାଲି ଖାଇବା ପରେ ମଧ୍ୟ କ୍ଷୀର ଖାଆନ୍ତୁ ନାହିଁ ।
– ପଣସ ଖାଇବା ପୂର୍ବରୁ ଓ ପରେ କ୍ଷୀର ପିଇବା ଆଦୌ ଉଚିତ ନୁହେଁ। ଏହି ଦୁଇ ଖାଦ୍ୟକୁ ଏକସଙ୍ଗେ ଖାଇବା ଦ୍ୱାରା ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ, ଯାହା ଦ୍ୱାରା କୁଣ୍ଡିଆ, ନାଲି ଦାଗ, ଏକ୍ଜିମା ଭଳି ଚର୍ମରୋଗ ହୋଇଥାଏ।
– କ୍ଷୀର ସହ ଖସା/ରାଶି ଲଡୁ ଖାଇବା ମଧ୍ୟ ଅନୁଚିତ।
– କ୍ଷୀର ସହ ଖଟା ଫଳ ଖାଇବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ।
– ଲୁଣ କିମ୍ବା କୌଣସି ଲୁଣିଆ ଖାଦ୍ୟ କ୍ଷୀର ସହ ଖାଇବା ବହୁତ କ୍ଷତିକାରକ ହୋଇଥାଏ।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories