www.samajalive.in
Monday, December 8, 2025
14.1 C
Bhubaneswar

ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ପାଇଁ ଜାରି ହେଲା ପରାମର୍ଶବଳୀ

ଦେଶରେ ଲକଡାଉନ କୋହଳ ହେବା ପରେ ପ୍ରବାସୀ ଶ୍ରମିକମାନେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ କାମଧନ୍ଦା ପାଇଁ ଯିବା ଆବଶ୍ୟକ ହୋଇ ପଡ଼ିଥିବାରୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କେତେକ ପରାମର୍ଶବଳୀ ପାଳନ କରିବା ଉଦ୍ଦେଶ୍ୟରେ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ପ୍ରବାସୀ ଶ୍ରମିକମାନେ ଯେଭଳି ସୁରୁଖୁରୁରେ ଯାତାୟାତ କରିପାରିବେ ଏବଂ ତତ ସହିତ କରୋନା ଜନିତ କଟକଣା ପାଳନ କରାଯାଇ ପାରିବ ସେ ନେଇ ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି। ରାଜ୍ୟ ସରକାରଗୁଡିକ ରାଜ୍ୟ ସ୍ତରୀୟ ନୋଡାଲ୍ ଅଧିକାରୀ ଏବଂ ଜିଲ୍ଲା, ବ୍ଲକ ଓ ତହସିଲ ସ୍ଥରୀୟ ନୋଡାଲ୍ ଅଧିକାରୀ ନିଯୁକ୍ତ କରିବେ ଯେଉଁମାନେ ନିୟମିତ ବ୍ୟବଧାନରେ ଅନ୍ୟ ରାଜ୍ୟ ନୋଡାଲ୍ ଅଧିକାରୀମାନଙ୍କ ସହ ପରିସ୍ଥିତିର ସମୀକ୍ଷା କରିବେ।

ଏଥିରେ କୁହାଯାଇଛି ଯେ ଯେଉଁ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପ୍ରବାସୀ ଶ୍ରମିକ ଯାଉଥିବେ ସେମାନଙ୍କୁ ଉଭୟ ରାଜ୍ୟ ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯିବ। ଶ୍ରମିକମାନଙ୍କ ଯାତ୍ରା ପୂର୍ବରୁ ଫେସ୍ ମାସ୍କ, ସାନିଟାଇଜର ଏବଂ ସାବୁନ୍ ଯୋଗାଇବା ସହ ମୂଳ ରାଜ୍ୟ ପ୍ରବାସୀ ଶ୍ରମିକମାନଙ୍କର ଏକ ସଠିକ ଡାଟାବେସ୍ ପ୍ରସ୍ତୁତ କରିବେ ଏବଂ ତାହାକୁ ଅନ୍ୟ ରାଜ୍ୟକୁ ଅବଗତ କରାଇବେ।

- Advertisement -

ସେହିପରି ଜାରି କରାଯାଇଥିବା ଅନ୍ୟ କେତେକ ପରାମର୍ଶବଳୀ ହେଉଛି –
– ପ୍ରବାସୀ ଶ୍ରମିକମାନେ କେଉଁ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ବା ହୋଇ ନାହାନ୍ତି ସେ ସମ୍ପର୍କରେ ଉଭୟ ରାଜ୍ୟ ଶ୍ରମ ମନ୍ତ୍ରାଳୟ ମହାନିର୍ଦ୍ଦେଶକଙ୍କୁ ଜଣାଇବେ
– ମଜୁରୀ, ବୃତ୍ତିଗତ ନିରାପତ୍ତା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତି ସମ୍ବନ୍ଧୀୟ ଶ୍ରମ ନିୟମକୁ ପାଳନ କରିବା ପାଇଁ ଶ୍ରମ କର୍ତ୍ତୃପକ୍ଷଙ୍କ ସହ ତଥ୍ୟ ଆଦାନପ୍ରଦାନ କରାଯିବ
– ଆୟୁଷ୍ମାନ ଭାରତ ଯୋଜନାରେ ଯୋଗ୍ୟ ପ୍ରବାସୀ ଶ୍ରମିକଙ୍କ ନିଶ୍ଚିତ ପଞ୍ଜିକରଣ କରାଯିବ
– ଯୋଗ୍ୟ ନିର୍ମାଣ ଶ୍ରମିକଙ୍କ ପାଇଁ PMJJBY ଏବଂ PMSBY ପରି ବୀମା ଯୋଜନାରେ ପ୍ରିମିୟମ ଦେୟ ପାଇଁ ରାଜ୍ୟ ବୋର୍ଡକୁ ପରାମର୍ଶ ଦିଆଯିବ
– ରାଜ୍ୟ ସରକାର ରାଜ୍ୟ / ଇଏସଆଇସି / ଡାକ୍ତରଖାନା ଏବଂ ଡିସପେନସାରି ସହିତ ସମନ୍ୱୟ ରକ୍ଷା କରି ପ୍ରବାସୀ ଶ୍ରମିକଙ୍କ ପର୍ଯ୍ୟାୟକ୍ରମେ ଡାକ୍ତରୀ ପରୀକ୍ଷା ନିଶ୍ଚିତ କରିବେ
– ଶ୍ରମ ବିଭାଗ ପ୍ରବାସୀ ଶ୍ରମିକ ଏବଂ ନିଯୁକ୍ତିଦାତାଙ୍କ ମଧ୍ୟରେ ସାମାଜିକ ସୁରକ୍ଷା ତଥା କଲ୍ୟାଣକାରୀ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବେ
– ପୀଡିତ ପ୍ରବାସୀ ଶ୍ରମିକମାନଙ୍କୁ ଚିହ୍ନଟ ସହ ଆବଶ୍ୟକ ସମୟରେ ସେମାନଙ୍କ ରାସନ ପାଇଁ ଜିଲ୍ଲା ପ୍ରଶାସନ ନିଶ୍ଚିତ କରିବେ
– କର୍ମକ୍ଷେତ୍ରରେ ପର୍ଯ୍ୟାପ୍ତ ପରିମାଣର ସାନିଟାଇଜର, ଫେସ୍ ମାସ୍କ, ସାବୁନ୍ ଉପଲବ୍ଧତା ନିଶ୍ଚିତ କରିବା ଏବଂ ସାମାଜିକ ଦୂରତା ନୀତି ବଜାୟ ରଖାଯିବ
– ପ୍ରବାସୀ ଶ୍ରମିକମାନଙ୍କୁ ଗୋଟିଏ ଥର ପରିବହନ ଭତ୍ତା / ଯାତ୍ରା ଭଡା ପ୍ରଦାନ କରିବାକୁ ନିଯୁକ୍ତିଦାତାଙ୍କୁ କୁହାଯିବ
– ଶ୍ରମ ଆଇନ ଅନୁଯାୟୀ ବେତନ ପ୍ରଦାନ କରିବା, ଉପଯୁକ୍ତ ଗୃହ ବ୍ୟବସ୍ଥା ପାଇଁ ବ୍ୟବସ୍ଥା ସହ ସାମାଜିକ ସୁରକ୍ଷା ଏବଂ କଲ୍ୟାଣ ଯୋଜନାରେ ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ ନିଶ୍ଚିତ କରିବାକୁ ପରାମର୍ଶ
– ପ୍ରବାସୀ ଶ୍ରମିକମାନଙ୍କ ପିଲାମାନଙ୍କ ଶିକ୍ଷା ବ୍ୟବସ୍ଥା ସଂପୃକ୍ତ ରାଜ୍ୟ ସରକାରନିଶ୍ଚିତ କରିବେ
– ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାରଗୁଡିକ ଏକ ଅନଲାଇନ୍ ସିଙ୍ଗଲ୍ ୱିଣ୍ଡୋ ଅଭିଯୋଗ ସମାଧାନ ବ୍ୟବସ୍ଥା ସହ ଟୋଲ୍ ଫ୍ରି ହେଲ୍ପଲାଇନ ନମ୍ବର ଜାରି କରିବେ

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories