www.samajalive.in
Sunday, December 7, 2025
26.1 C
Bhubaneswar

ଆକ୍ସନ୍ ମୋଡରେ ଏନସିବି : ସୁଶାନ୍ତଙ୍କ ଗୃହରକ୍ଷୀ ଦୀପେଶ ସାୱନ୍ତ ଗିରଫ

ମୁମ୍ବଇ :  ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ନିଶା କାରବାର ମାମଲାରେ ଶନିବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗୃହରକ୍ଷୀ ଦୀପେଶ ସାୱନ୍ତଙ୍କୁ ଗିରଫ କରିଥିବା ଜଣାପଡିଛି। ଏନସିବି  ଶନିବାର ସାରାଦିନ ଆକ୍ସନ୍ ମୋଡ୍ ରେ କାର୍ଯ୍ୟ କରିବା ପରେ ଏକ ବଡ ପଦକ୍ଷେପ ନେଇଛି।  ଅଭିନେତା ସୁଶାନ୍ତଙ୍କ ଗୃହରକ୍ଷୀ ଦୀପେଶ ସାୱନ୍ତଙ୍କୁ ଏନସିବି ଆଜି ଗିରଫ କରିଛି। ସୂଚନା ଯୋଗ୍ୟ, ଯେ ଏନସିବି ଦୀପେଶ ସାୱନ୍ତଙ୍କ ଠାରୁ ହିଁ ପ୍ରଥମ ଅନୁସନ୍ଧାନ ଆରମ୍ଭ କରିଥିଲା। କିନ୍ତୁ ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇଛି। ଏନସିବି ଅଧିକାରୀ ମୁଥା ଅଶୋକ ଜୈନ କହିଛନ୍ତି ଯେ ଦୀପେଶଙ୍କ ସହ ରିୟା ଏବଂ ଶୋଭିକ୍ ମୁହାଁମୁହିଁ ଜେରା କରାଯିବ।

କିଛି ଦିନ ପୂର୍ବରୁ ଦୀପେଶ ସାୱନ୍ତଙ୍କ ଏକ ହ୍ବାଟସ୍ ଆପ୍ ଚାର୍ଟ ମେସେଜ ସାମ୍ନାକୁ ଆସିଥିଲା। ତେବେ କଥା ହେଉଛି ଏହି ମେସେଜ ଚାର୍ଟ ୧୪ ଜୁନ୍ ରାତି ୧୦ଟା ୫୧ ମିନିଟରୁ ନେଇ ରାତି ୪ଟା ୨୯ ମିନିଟ୍ ମଧ୍ୟରେ ଥିଲା, ଯେଉଁଥିରେ ସୁଶାନ୍ତଙ୍କ କଥା ମଧ୍ୟ ଉଲ୍ଲେଖ କରାଯାଇଥିଲା। ଏହି ଚାର୍ଟରେ ଦୀପେଶ କାହାକୁ ଲେଖିଥିଲେ, ଯେ ଫ୍ଲିପକାର୍ଟ ଡିଲ ବିଷୟରେ ତୁମ ସହ ଯୋଗାଯୋଗ କରିବାକୁ ସୁଶାନ୍ତ ମୋତେ କହିଛନ୍ତି। ଏହା ପରେ ରାତି ୨.୪୮ରେ ସୁଶାନ୍ତଙ୍କ ମୃତ୍ୟୁ ପରେ ସେହି ବ୍ୟକ୍ତିଙ୍କଠାରୁ ଉତ୍ତର ଆସିଥିଲା। ଉତ୍ତରରେ ଲେଖାଯାଇଥିଲା-ଭାଇ ସୁରକ୍ଷିତ ଅଛନ୍ତ ତ? ଦୟାକରି ଉତ୍ତର ଦିଅ, ଯଦି ତୁମେ କୌଣସି ସାହାଯ୍ୟ ଚାହୁଁଛ, ଆମକୁ କଲ୍ କର, ଯଦି ତୁମେ କୌଣସି ଆବଶ୍ୟକତା ଚାହୁଁଛ, ତେବେ ଆମେ ୫ ମିନିଟରେ ଆସିବୁ। ତେବେ ସେହି ବ୍ୟକ୍ତି ପୂର୍ବରୁ ସୁଶାନ୍ତଙ୍କ ହ୍ବାଟସ୍ ଆପ୍ ରେ ୯ ଜୁନ୍ ରେ କଥା ହୋଇଥିଲେ। ଯେଉଁଥିରେ ସେ ସୁଶାନ୍ତଙ୍କୁ ଲେଖିଥିଲେ-‘ଭାଇ ଫ୍ଲିପକାର୍ଟ ଆପଣଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି,ତାକୁ କାହାର ନମ୍ବର ଦେବି। ତେବେ ସୁଶାନ୍ତଙ୍କ ଉତ୍ତର ଥିଲା, ‘ଦୀପେଶ ମୋ ସହ ଅଛି’।

- Advertisement -

ଏହା ବ୍ୟତୀତ, ସିବିଆଇକୁ ଦେଇଥିବା ବିବୃତ୍ତିରେ ସିଦ୍ଧାର୍ଥ ପିଠାନୀ କହିଛନ୍ତି ଯେ ରିୟା ଚକ୍ରବର୍ତ୍ତୀ ନିଜେ ଡ୍ରଗ୍ସ କିଣୁ ନାହାଁନ୍ତି, ବରଂ ଦୀପେଶ ସାୱନ୍ତ, କୁକ୍ ନୀରଜ, କେଶବ ଏବଂ ହାଉସ୍ ମ୍ୟାନେଜର ସାମୁଏଲ୍ ମିରାଣ୍ଡାଙ୍କ ମାଧ୍ୟମରେ ଡ୍ରଗ୍ସ ମଗାଉ ଥିଲେ। ଏଭଳି ପରିସ୍ଥିତିରେ ଦୀପେଶ ନିଶା କାରବାର ମାମଲାରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥା ବଡ ଖୁଲାସା କରିପାରେ।

ଆଜି କୋର୍ଟ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୋଭିକ୍ ଚକ୍ରବର୍ତ୍ତୀ ଏବଂ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ୍ ମିରାଣ୍ଡାଙ୍କୁ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ହେପାଜତକୁ ନେଇଛି। ଏନସିବି କହିଛି ସୁଶାନ୍ତଙ୍କ ମୃତ୍ୟୁରେ ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କ ସହ ଶୋଭିକ ଏବଂ ଦୀପେଶଙ୍କୁ ମୁହାଁମୁହିଁ ଜେରା କରାଯିବ ଆବଶ୍ୟକ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories