www.samajalive.in
Sunday, December 7, 2025
26.1 C
Bhubaneswar

ଲଇଡା ସୁନାରୀପଡାକୁ କଣ୍ଟେନମେଣ୍ଟ ଜୋନ୍‍ ଘୋଷଣା କଲେ ଜିଲ୍ଲାପାଳ 

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ଲଇଡା ଗ୍ରାମରେ ଗୋଟିଏ ପରିବାରର ୪ଜଣ କରୋନା ପଜିଟିଭ୍‍ ଚିହ୍ନଟ ହେଲା ପରେ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍‍ ସକ୍‍ସେନା  ସୁନାରୀ ପଡାର ବିଭିନ୍ନ ଅଂଶକୁ କଣ୍ଟାନ୍‍ମେଣ୍ଟ୍‍ ଜୋନ୍‍ ଏବଂ ବଫର ଜୋନ୍‍ ଭାବେ ଘୋଷଣା କରିଛନ୍ତି। ରମେଶଚନ୍ଦ୍ର ବେହେରାଙ୍କ ଘର ଠାରୁ ବାବୁଲି ବେହେରାଙ୍କ ଘର। ଉଦ୍ଧାବ ପୃଷ୍ଟିଙ୍କ ଘର ଠାରୁ ଦୀପକ ପୃଷ୍ଟିଙ୍କ ଘର ଏବଂ ପ୍ରଦୀପ ବେହେରାଙ୍କ ଘର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‍ ରୂପେ ଘୋଷଣା କରାଯାଇଛି। ଏହା ବ୍ୟତୀତ ସନ୍ଦେଶ ପୃଷ୍ଟିଙ୍କ ଘର ଠାରୁ ଗୁଜୁରୁ ପୃଷ୍ଟିଙ୍କ ଘର ପର୍ଯ୍ୟନ୍ତ ବଫର୍‍ ଜୋନ୍‍ ଘୋଷଣା କରାଯାଇଛି।  ଚିକିତ୍ସା ଜନିତ ଜରୁରୀ କାର୍ଯ୍ୟକଳାପ ବ୍ୟତୀତ ଉପରୋକ୍ତ ଅଞ୍ଚଳର ଲୋକଙ୍କୁ ବାହାରକୁ ବାହାରିବା ପାଇଁ ନିଷେଧ କରାଯାଇଥିବା ବେଳେ ବାହାର ଲୋକଙ୍କୁ ମଧ୍ୟ ସଂପୃକ୍ତ ଅଞ୍ଚଳକୁ ପ୍ରବେଶ ଉପରେ କଟକଣା ଜାରୀ କରାଯାଇଛି।

- Advertisement -

ଏହି ଅଞ୍ଚଳରେ ଲାଗୁ କରାଯାଇଥିବା କଟକଣା କିପରି ଠିକ ଭାବରେ କାର୍ଯ୍ୟକାରୀ ହେବ ସେ ଦିଗରେ କତରବଗା ପୁଲିସ ତୀକ୍ଷ୍‍ଣ ନଜର ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ଜୋନ୍‍ ରେ ଥିବା ସମସ୍ତ ଦୋକାନ ବଜାର ଏବଂ ଯାନବାହାନ ଚଳାଚଳ ବନ୍ଦ ରହିବା ସହିତ ବସବାସ କରୁଥିବା ଅଧିବାସୀ ମାନଙ୍କୁ ଘରୁ ବାହାରିବା ପାଇଁ ଜିଲ୍ଲାପାଳଙ୍କ ଆଦେଶ ରେ ମନା କରାଯାଇଛି। ଗୁରୁବାର ଲଇଡା ସରପଞ୍ଚ ଯୁଗଳ କିଶୋର ସାହୁ,ରାଜସ୍ୱ ବିଭାଗ କର୍ମଚାରୀ ଏବଂ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କ ଉପସ୍ଥିତିରେ ଏହି ଅଞ୍ଚଳରେ  ବ୍ୟାରିକେଡ୍‍ ଦେଇ ଅବରୋଧ କରାଯାଇଥିବା ଦେଖିବାକୁ ମିଳିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories