www.samajalive.in
Sunday, December 7, 2025
26.1 C
Bhubaneswar

ପିସିସିସ ପକ୍ଷରୁ ବନ୍ୟା ତଥ୍ୟ ଅନୁସନ୍ଧାନକାରୀ କମିଟିର ବୈଠକ ଓ ଦାୟିତ୍ୱ ବଣ୍ଟନ

ଭୁବନେଶ୍ୱର :ଓଡିଶା ବନ୍ୟା କ୍ଷୟକ୍ଷତି ଅଞ୍ଚଳରେ ରିଲିଫ ଥଇଥାନ କାର୍ଯ୍ୟକୁ ତଦାରଖ କରିବା ପାଇଁ ଏଆଇସିସି ନିର୍ଦେଶ ଅନୁସାରେ ବୁଧବାର କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧକ୍ଷତା ରେ ଏକ ୯ଜଣିଆ କମିଟି ଗଠନ କରାଯାଇଥିଲା। ଗୁରୁବାର ଏହି କମିଟିର ପ୍ରଥମ ଭର୍ଟୁଆଲ ବୈଠକ ଶ୍ରୀ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ଆଦିତ୍ୟ ଶର୍ମାଙ୍କ ସହ ସମସ୍ତ ସଭ୍ୟ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହାକୁ ସୋସିଆଲ ମିଡିଆ ଅଧକ୍ଷ ଅଭିଷେକ ମହନନ୍ଦ ପରିଚାଳନା କରିଥିଲେ। ସମସ୍ତ ୯ ଜଣ ସଭ୍ୟ ବନ୍ୟାଞ୍ଚଳ ପରିଦର୍ଶନ, କାର୍ଯ୍ୟକର୍ତ୍ତା ମାନଙ୍କ ସହ ସମ୍ପର୍କ କରି ବନ୍ୟା ପରବର୍ତ୍ତୀ ରିଲିଫ ଓ ଥଇଥାନ କାର୍ଯ୍ୟର ଅନୁଧ୍ୟାନ ୭ ତାରିଖ ସୁଧା କରି ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ଓ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀଙ୍କୁ ଅବଗତ କରାଇବେ। ଆସନ୍ତା ୧୦ ତାରିଖ ଦିନ ପ୍ରଦେଶ କଂଗ୍ରେସ ବୈଠକରେ ସଭ୍ୟମାନେ ୮ ତାରିଖ ସୁଧା ଦେଇଥିବା ରିପୋର୍ଟକୁ ତର୍ଜମା କରାଯାଇ ଅଖିଳ ଭାରତୀୟ କଂଗ୍ରେସ କମିଟିକୁ ଏକ ପୂର୍ଣ୍ଣାଙ୍ଗ ବିବରଣୀ ପ୍ରଦାନ କରାଯିବ।
ନରସିଂହ ମିଶ୍ରଙ୍କୁ ସୋନପୁର ଓ ବୌଦ୍ଧ ସେହିପରି  ଭକ୍ତ ଚରଣ ଦାଶ ଓ ପ୍ରଦୀପ ମାଝୀଙ୍କୁ ନବରଙ୍ଗପୁର,ନୂଆପଡା, ମାଲକାନଗିରି, ଝାରସୁଗୁଡା, ଦେବଗଡ ଓ ସୁନ୍ଦରଗଡ।  ପ୍ରସାଦ ହରିଚନ୍ଦନଙ୍କୁ ପୁରୀ ଓ ଖୋର୍ଦ୍ଧା। ତାରାପ୍ରସାଦ ବାହିନୀପତି ଓ  ଜୟଦେବ ଜେନାଙ୍କୁ ମୟୁରଭଞ୍ଜ, ବାଲେଶ୍ୱର,ଭଦ୍ରକ,କେଉଁଝର ଓ ଗଜପତି।  ଶରତ ପଟ୍ଟନାୟକଙ୍କୁ ନୟାଗଡ, ଅନୁଗୁଳ ଓ ସମ୍ବଲପୁର। ଶ୍ରୀ ସୁରେଶ କୁମାର ରାଉତରାୟଙ୍କୁ ଯାଜପୁର,କେନ୍ଦ୍ରାପଡା, ଓ ଜଗସିଂହପୁର। ମହମ୍ମଦ ମୁକିମଙ୍କୁ କଟକ ଓ ଢେଙ୍କାନାଳ ଜିଲ୍ଲା ଦାଇତ୍ୱ ଦିଆଯାଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତି ରେ ସୋସିଆଲ ମେଡିଆ ସାଧାରଣ ସମ୍ପାଦକ ଦୀପକ କୁମାର ମହାପାତ୍ର ପ୍ରକାଶ କରିଛନ୍ତି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories