www.samajalive.in
Tuesday, December 9, 2025
26.1 C
Bhubaneswar

୩୨ବର୍ଷ ବୟସରେ ଚୋରି, ୭୦ବର୍ଷରେ ଗିରଫ ହେଲା ଅଭିଯୁକ୍ତ

ନୂଆଦିଲ୍ଲୀ : ପାପର ପରିଣାମ ନିଶ୍ଚୟ ଭୋଗିବାକୁ ପଡେ। ଚୋର-ପୁଲିସ ଖେଳ ଦିନେ ନା ଦିନେ ଶେଷ ହୋଇଥାଏ। ପୁଲିସ ସବୁବେଳେ ଚୋରର ପିଛା କରି ଚାଲିଥିଲେ ମଧ୍ୟ ଶେଷରେ ତାକୁ ସଫଳତା ମିଳିଥାଏ। ତେବେ ୩୨ ବର୍ଷ ବୟସରେ ଚୋରି କରିଥିବା ଜଣେ ଫେରାର ଅପରାଧୀକୁ ପୁଲିସ ୨୨ ବର୍ଷ ପରେ ଗିରିଫ କରିଛି। ଏବେ ସେ ୭୦ ବର୍ଷ ବୟସର ବୃଦ୍ଧ।

ନୂଆଦିଲ୍ଲୀ ଜିଲ୍ଲାର ମନ୍ଦିର ମାର୍ଗ ଥାନା ପୁଲିସ  ୩୨ ବର୍ଷ ତଳେ ଦିଲ୍ଲୀରେ ଏକ ଅପରାଧ କରିଥିବା ଜଣେ ବ୍ୟକ୍ତିଙ୍କୁ ୭୦ ବର୍ଷ ବୟସରେ ଗିରଫ କରିଛି। ତେବେ ଦୀର୍ଘ ୨୨ବର୍ଷ ଧରି ଫେରାର ଥିବା ଏହି ଅପରାଧୀକୁ ଏବେ ପରିଣତ ବୟସରେ ଗିରଫ କରାଯାଇଛି। ଅଭିଯୁକ୍ତ ବୃଦ୍ଧ ଫଜରୁଙ୍କୁ ୨୨ ବର୍ଷ ପାଇଁ ପଳାତକ ଘୋଷଣା କରାଯାଇଥିଲା। ଅଗଷ୍ଟ ୨୯ ତାରିଖରେ, ତା’ର ସାଥୀ ଦୀନୁ (୬୦)କୁ ମନ୍ଦିର ମାର୍ଗ ପୁଲିସ ଗିରଫ କରିଥିଲା। ଦିନୁକୁ ମଧ୍ୟ ୨୨ବର୍ଷ ପାଇଁ  ପଳାତକ ଘୋଷଣା କରାଯାଇଥିଲା।

- Advertisement -

ନୂଆଦିଲ୍ଲୀ ଜିଲ୍ଲା ଡିସିପି ଡକ୍ଟର ଇଶ ସିଙ୍ଗଲଙ୍କ ଅନୁଯାୟୀ, ଏସଆଇ ଜୟ ସିଂହ ଏବଂ ଏଏସଆଇ ଇନ୍ଦ୍ରପାଲ ସିଂହଙ୍କ ଏକ ଟିମ୍, ମନ୍ଦିର ମାର୍ଗ ଥାନା ପୁଲିସ ବିକ୍ରମଜିତ ସିଂହଙ୍କ ନେତୃତ୍ବରେ ଅଭିଯୁକ୍ତ ଫଜରୁଙ୍କୁ ତାଙ୍କ ଗ୍ରାମ ବାହାଦୂର, ଥାନା ଚୋପାନକି, ଜିଲ୍ଲା ଅଲୱାର ରାଜସ୍ଥାନରୁ ଗିରଫ କରିଛି।
୧୯୮୯ ମସିହାରେ ଦିଲ୍ଲୀର ଆମ୍ବେଦକର ନାଗରରେ ଦିନୁ ଏବଂ ଅନ୍ୟ ଜଣେ ସହଯୋଗୀଙ୍କ ସହ ଫଜରୁ ଡକାୟତି କରିଥିଲା। ସେମାନେ ଦୋକାନର ସଟର ଭାଙ୍ଗି ଦାମୀ ପୋଷାକ ଏବଂ ବହୁ ନଗଦ ଟଙ୍କା ଲୁଟି ନେଇଥିଲେ। ଆମ୍ବେଦକର ନଗର ଥାନ ପୁଲିସ ସେତେବେଳେ ଫଜରୁ ଏବଂ ଅନ୍ୟ ସହଯୋଗୀଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ଚୋରି ହୋଇଥିବା ପୋଷାକ ଉଦ୍ଧାର କରାଯାଇଥିଲା।

ପରେ କୋର୍ଟ ଫଜରୁକୁ ଜାମିନରେ ମୁକ୍ତ କରିଥିଲେ। ହେଲେ ଏହା ପରେ ସେ କେବେ ବି କୋର୍ଟରେ ହାଜର ହୋଇନଥିଲେ  ଏବଂ ଫେରାର ହୋଇ ଯାଇଥିଲା। ୧୯୯୮ ଜୁନ୍ ୪ରେ କୋର୍ଟ ଫଜରୁକୁ ପଳାତକ ବୋଲି ଘୋଷଣା କରିଥିଲେ। ଫଜରୁ ହେଉଛି ଜଣେ ଦୁର୍ଦ୍ଦାନ୍ତ ଆନ୍ତଃ ରାଜ୍ୟ ଚୋର। ସେମାନେ ରାତିରେ ଦୋକାନଗୁଡ଼ିକୁ ଟାର୍ଗେଟ କରୁଥିଲେ। ସେମାନେ ମଧ୍ୟ ଏକାଠି ହୋଇ ଗୋ-ଚାଲାଣ କରୁଥିଲେ। ଅନେକ ମାମଲାରେ  ହରିୟାଣା ଏବଂ ରାଜସ୍ଥାନ ପୁଲିସ ଫଜରୁକୁ ଚାରିଥର ଗିରଫ କରିଛି।
ଫଜରୁ ରାଜସ୍ଥାନର ଅଲୱାର ଓ କିଶନଗଡ଼ ଜେଲ, ହରିୟାଣାର ଭୋଣ୍ଡସି ଜେଲ, ଏବଂ ଦିଲ୍ଲୀର ତିହାର ଜେଲରେ ରହିସାରିଛି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories