ମଧୁମେହ ରୋଗୀଙ୍କ ପାଇଁ ଏହି ସମସ୍ତ ଖାଦ୍ୟ ନିତ୍ୟାନ୍ତ ଆବଶ୍ୟକ

0

ଆଜି କାଲି ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଚିକିତ୍ସା ଦ୍ୱାରା ଏହି ରୋଗର ସମ୍ପୂର୍ଣ୍ଣ ନିରାକରଣ ଆଜି ପର୍ଯ୍ୟନ୍ତ କରାଯାଇ ପାରୁ ନଥିଲେ ମଧ୍ୟ କିଛି ଖାଦ୍ୟ ଏହି ରୋଗକୁ ବ୍ୟାପୀବାକୁ ଦେଇ ନଥାଏ। ଏହି ଖାଦ୍ୟକୁ ନିୟମିତ ଖାଇବା ଦ୍ୱାରା ଜଣେ ମଧୁମେହ ରୋଗୀ ସାଧାରଣ ଜୀବନଯାପନ କରି ପାରିଥାଏ।
ସେଓ – ପ୍ରତି ଦିନ ଅଥବା ୨ ଦିନକୁ ଥରେ ଗୋଟିଏ ସେଓ ଖାଇବା ଦ୍ୱାରା ଏହା ଖୁବ ଉପକାର ପ୍ରଦାନ କରିଥାଏ।
କାବୁଲି ଚଣା , ମଟର , ଏହି ସବୁ ଡ଼ାଲି ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଏହା ଶରୀରକୁ ଖୁବ ପୃଷ୍ଟି ଯୋଗାଇଥାଏ।
ଯାଦ୍ୱାରା ଶରୀରକୁ ଉପଯୁକ୍ତ ଭିଟାମିନ ମିଳିଥାଏ ଓ ରକ୍ତ ଶର୍କରାକୁ ନ ବଢିବାରେ ସାହାର୍ଯ୍ୟ କରିଥାଏ।
କଞ୍ଚା ଗାଜର ବା ଏହାର ରସକୁ ପିଇବା ଦ୍ୱାରା ମଧ୍ୟ ଏହା ରକ୍ତରେ ଶର୍କରାକୁ ବଢିବାକୁ ଦିଏ ନାହିଁ।
ଏତଦ୍‍ ବ୍ୟତୀତ ପ୍ରତିଦିନ ଦହି ଖାଇବା ମଧୁମେହ ରୋଗୀଙ୍କ ପାଇଁ ଖୁବ ଉପକାରୀ ଅଟେ।
ନିୟମିତ କ୍ଷୀର ପିଇବା ଦ୍ୱାରା ମଧ୍ୟ ଏହା ଖୁବ ଉପକାର ପ୍ରଦାନ କରିଥାଏ।
ବିଭିନ୍ନ କୋଳି ଯେପରି ଜାମୁକୋଳି ମଧ୍ୟ ଏହି ରୋଗୀଙ୍କ ପାଇଁ ଉପକାରୀ ଅଟେ।

Leave A Reply