www.samajalive.in
Sunday, December 7, 2025
26.1 C
Bhubaneswar

ଆଜିଠାରୁ ୟୁଏସ୍‍ ଓପନ୍‍ ଗ୍ରାଣ୍ଡସ୍ଲାମ୍‍ ଟେନିସ୍‍

ନ୍ୟୁୟର୍କ : ଗ୍ରାଣ୍ଡସ୍ଲାମ ଟେନିସ୍‍ ଟୁର୍ଣ୍ଣାମେଣ୍ଟ ୟୁଏସ୍‍ ଓପନ୍‍ର ୧୪୦ତମ ସଂସ୍କରଣ ସୋମବାରଠାରୁ ଆରମ୍ଭ ହେଉଛି। ଏହି ଗ୍ରାଣ୍ଡସ୍ଲାମ୍‍ର ୧୪୦ ବର୍ଷ ଇତିହାସରେ ପ୍ରଥମଥର ଏହା ବିନା ଦର୍ଶକରେ ଆୟୋଜନ ହେବାକୁ ଯାଉଛି। ଆମେରିକାରେ କରୋନା ସଂକ୍ରମଣ ଏବେ ଶିଖରରେ ଥିବା ବେଳେ ଆୟୋଜକ ସବୁ ଆଶଙ୍କାକୁ ଏଡ଼ାଇଯାଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛନ୍ତି। ୨ ସପ୍ତାହ ଧରି ଖେଳାଯିବାକୁ ଥିବା ୟୁଏସ୍‍ ଓପନ୍‍ ହାର୍ଡ କୋର୍ଟରେ ଖେଳାଯିବ। ୟୁଏସ୍‍ ଓପନ୍‍ ବର୍ଷର ୪ର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ୍‍ ଟୁର୍ଣ୍ଣାମେଣ୍ଟ ହୋଇଥିଲେ ହେଁ କରୋନା ପ୍ରଭାବରୁ ଫ୍ରେଞ୍ଚ୍‍ ଓପନ୍‍ ଓ ୱିମ୍ବଲଡନ୍‍ ଖେଳା ଯାଇନାହିଁ। ତେଣୁ ଅଷ୍ଟ୍ରେଲିଆନ୍‍ ଓପନ୍‍ ପରେ ୟୁଏସ୍‍ ଓପନ୍‍ ଚଳିତବର୍ଷ ୨ୟ ଗ୍ରାଣ୍ଡସ୍ଲାମ୍‍। ଅବଶ୍ୟ ୟୁଏସ୍‍ ଓପନ୍‍ ପରେ ଫ୍ରେଞ୍ଚ୍‍ ଓପନ୍‍ ଖେଳାଯିବ ବୋଲି ଏହାର ଆୟୋଜକ ଘୋଷଣା କରିଛନ୍ତି।
କରୋନା ସଂକ୍ରମଣ ଭୟରେ ଚଳିତବର୍ଷ ୟୁଏସ୍‍ ଓପନ୍‍ରୁ ବିଶ୍ୱର ବହୁ ପ୍ରମୁଖ ଖେଳାଳି ଓହରି ଯାଇଛନ୍ତି। ପୁରୁଷ ସିଙ୍ଗଲ୍‍ସରେ ମିଳିତ ଭାବେ ୩୯ଟି ଗ୍ରାଣ୍ଡସ୍ଲାମ୍‍ ସିଙ୍ଗଲ୍‍ସ ଟାଇଟଲ ଜିତିଥିବା ସ୍ୱିଜରଲାଣ୍ଡର ରଜର ଫେଡେରର ଓ ସ୍ପେନ୍‍ର ରାଫେଲ ନାଦାଲ ୟୁଏସ୍‍ ଓପନ୍‍ରୁ ଓହରି ଯାଇଥିବାରୁ ଏହା ସାମାନ୍ୟ ଚମକହୀନ ହୋଇଯାଇଛି। ନାଦାଲ ଗତବର୍ଷର ଚମ୍ପିଆନ୍‍ ହୋଇଥିବା ବେଳେ ବିଶ୍ୱର ୧ନଂ ମହିଳା ଖେଳାଳି ଅଷ୍ଟ୍ରେଲିଆର ଆସ୍‍ଲେ ବାର୍ଟି ମଧ୍ୟ ଏହି ଗ୍ରାଣ୍ଡସ୍ଲାମରୁ ଓହରି ଯାଇଛନ୍ତି। ବିଶ୍ୱର ୨ନଂ ମହିଳା ଖେଳାଳି ରୋମାନିଆର ସିମୋନା ହାଲେପ୍‍, ଗତବର୍ଷର ଚମ୍ପିଆନ୍‍ ଆଣ୍ଡ୍ରୁସ୍କ୍ୟୁ, ଏଲିନା ଶ୍ୱିତୋଲିନା, କିକି ବର୍ଟେନ୍‍ସ ଓ ବେଲିଣ୍ଡା ବେନ୍‍ସିଚ୍‍ଙ୍କ ପରି ଖେଳାଳି ମଧ୍ୟ ଓହରି ଯାଇଛନ୍ତି। ତେବେ ପୁରୁଷ ସିଙ୍ଗଲ୍‍ସରେ ବିଶ୍ୱର ୧ନଂ ଖେଳାଳି ସର୍ବିୟାର ନୋଭାକ୍‍ ଜୋକୋଭିକ୍‍ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଉଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories