www.samajalive.in
Wednesday, December 10, 2025
15.1 C
Bhubaneswar

ସମଲେଶ୍ୱରୀ ଆଖଡ଼ା ଉସ୍ତାଦଙ୍କ ପରଲୋକ

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠର ସମଲେଶ୍ୱରୀ ଆଖଡ଼ା ମଣ୍ଡଳର ଉସ୍ତାଦ ପୀତାମ୍ବର ରାୟ (୬୮) ଙ୍କ ଶନିବାର ପୂର୍ବାହ୍ଣରେ ସମ୍ବଲପୁର କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ତାଙ୍କ ବିଧବା ମିଥିଳା, ତିନି ପୁଅ ବିଦ୍ୟାଧର, ଶେଖର ଓ ଗୁପ୍ତେଶ୍ୱର ଏବଂ ତିନି ଝିଅ ମମତା, ସତ୍ୟବତୀ ଓ ରିଦ୍ଧିରାଣୀ ଅଛନ୍ତି। ଆଜି କମଲିବଜାର ରାଜଘାଟରେ ତାଙ୍କ ଶେଷକୃତ୍ୟ କରାଯାଇଥିଲା। ବଡ଼ଭାଇ ଶଙ୍କର୍ଷଣ ରାୟ ମୁଖାଗ୍ନି ଦେଇଥିଲେ। ରାଜସ୍ୱ ବିଭାଗରୁ ଅବସର ଗ୍ରହଣ କରିଥିବା ସ୍ୱର୍ଗତ ରାୟ ଜଣେ ପହିଲମାନ ଭାବେ ଜଣାଶୁଣା ଥିଲେ। ସେ ଦୀର୍ଘ ବର୍ଷ ହେଲା ସମଲେଶ୍ୱରୀ ଆଖଡ଼ା ମଣ୍ଡଳୀ ଉସ୍ତାଦ ଭାବେ ଦେବୀ ସମଲାଇଙ୍କ ଶାରଦୀୟ ଦଶହରାରେ ପ୍ରମୁଖ ଭୂମିକା ନେବା ସହ ରଣଜିତା ଶୋଭାଯାତ୍ରାର ନେତୃତ୍ୱ ନେଉଥିଲେ। ପୀତାମ୍ବର ୧୯୯୩ ମସିହାରୁ ସମଲେଶ୍ୱରୀ ମନ୍ଦିରର ନବମ ଆଖଡ଼ା ଉସ୍ତାବ ଥିଲେ।

ସମଲେଶ୍ୱରୀ ଆଖଡ଼ା ମଣ୍ଡଳୀ ପ୍ରଥମ ଉସ୍ତାଦ ଭାବେ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ କକା ବଳରାମ ସିଂ ଅଭିଷିକ୍ତ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଗୋବିନ୍ଦ ସିଂ, ଲବଣୀ ପ୍ରସାଦ ରାୟ, କୃତ୍ତିବାସ ଦେଓ, ଦଶରଥ ଦେଓ, କାଳୀଚରଣ ରାୟ, ଚନ୍ଦ୍ରସେନ ନାୟକ ଓ ଲୋକନାଥ ନାୟକ ପ୍ରମୁଖ ୮ ଜଣ ୧୮୨୭ରୁ ୧୯୯୩ ମସିହା ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ଆଖଡ଼ା ମଣ୍ଡଳୀର ପରଂପରା ଅନୁଯାୟୀ ଉସ୍ତାଦଙ୍କ ବିୟୋଗ ହେବା ଦିନ ହିଁ ନୂତନ ଉସ୍ତାଦ ଭାବରେ ଆଖଡ଼ା ମଣ୍ଡଳୀର ମାଷ୍ଟରଙ୍କୁ ଅଭିଷିକ୍ତ କରାଯାଇଥାଏ। ଆଜି ଅପରାହ୍ଣରେ ସମଲେଶ୍ୱରୀ ଆଖଡ଼ା ମଣ୍ଡଳୀର ମାଷ୍ଟର ସୁରେନ ନାୟକଙ୍କୁ ଅଭିଷେକ କରାଯାଇଛି। ଏହି ଅବସରରେ ସମଲେଶ୍ୱରୀ ମନ୍ଦିରର ପୂଜାରୀ ବୃନ୍ଦ, ପଡ଼ା ବାସୀ, ସମଲେଶ୍ୱରୀ ଯୁବକ ସଂଘ ସଦସ୍ୟ ଓ ବଡ଼ବଜାର ଆଖଡ଼ା ଦଳର ମାଷ୍ଟର ଉପସ୍ଥିତ ଥିଲେ। ପୀତାମ୍ବରଙ୍କ ବିୟୋଗରେ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ପୂର୍ବତନ ସଭାପତି ଶିବ ପ୍ରସାଦ ତ୍ରିପାଠୀ ଓ ସଦାଶିବ ମହାପାତ୍ର ଏବଂ ଟ୍ରଷ୍ଟ ବୋର୍ଡର ବର୍ତ୍ତମାନର ସଭାପତି ସଂଜୟ କୁମାର ବାବୁ ଶୋକପ୍ରକାଶ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories