www.samajalive.in
Sunday, December 7, 2025
26.1 C
Bhubaneswar

କୋଭିଡ ଯୋଦ୍ଧା ଡାକ୍ତର ଆର.ବି. ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ

ରାଉରକେଲା: ରାଷ୍ଟ୍ରୀୟ ମର୍ୟ୍ୟାଦା ସହ କୋଭିଡ ଯୋଦ୍ଧା ଡାକ୍ତର ଆର. ବି. ମହାପାତ୍ରଙ୍କ ଆଜି ରାଉରକେଲାର ବେଦବ୍ୟାସଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହା ପୂର୍ବରୁ ବିଧାୟକ ସାରଦା ନାୟକ, ଡ଼କ୍ଟର ସି. ଏସ. ରାଜନ ଏକ୍କା, ଜିଲାପାଳ ନିଖିଳ ପୱନ କଲ୍ୟାଣ, ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା, ଅତିରିକ୍ତ ଜିଲାପାଳ ସୁନୀଲ ଅବୋଲି ନର୍ବାନେ, ଉପ ଜିଲାପାଳ ବିଶ୍ୱଜିତ ମହାପାତ୍ର, ଆଇଏମଏ ସଭାପତି ଡାକ୍ତର ସମୀର ପାତ୍ର, ସଚେତନ ନାଗରିକ ମଞ୍ଚର ସଭାପତି ପି. ପି. ରାୟ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷକୃତ୍ୟ ସମୟରେ ତାଙ୍କ ଧର୍ମପତ୍ନୀ ଡକ୍ଟର ମଞ୍ଜୁଶର୍ମା ମହାପାତ୍ର ଉପସ୍ଥିତ ଥିଲେ।

- Advertisement -

ସୂଚନା ଯୋଗ୍ୟ, ରାଉରକେଲାର ଜଣାଶୁଣା ସମାଜସେବୀ ତଥା ପ୍ରତିଷ୍ଠିତ ଚିକିତ୍ସକ ଡାକ୍ତର ଆର. ବି. ମହାପାତ୍ରଙ୍କର ଭୁବନେଶ୍ୱରସ୍ଥିତ କିମସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନିଧନ ଘଟିଥିଲା। ସ୍ବର୍ଗତ ମହାପାତ୍ର ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ବରିଷ୍ଠ ଉପ ନିର୍ଦେଶକ ଭାବେ ସଫଳତାର ସହିତ ଦାୟିତ୍ୱ ନିର୍ବାହ କରି ସମସ୍ତଙ୍କର ପ୍ରିୟ ପାତ୍ର ହୋଇଥିଲେ। ସେ ବୁର୍ଲା ସ୍ଥିତ ଭି ସଏସ ମେଡିକାଲ କଲେଜର ପ୍ରାକ୍ତନ ସଭାପତି ଭାବେ ସଫଳ ନେତୃତ୍ୱକୁ ପ୍ରତିପାଦନ କରିଥିଲେ। ରାଉରକେଲାର ଜଣାଶୁଣା ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚର ସଭାପତି ଭାବେ କାର୍ଯ୍ୟ କରିଥିଲେ। ରାଉରକେଲାର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ସେ ଓତପ୍ରୋତ ଭାବେ ଜଡିତ ଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories