www.samajalive.in
Tuesday, December 9, 2025
16.1 C
Bhubaneswar

ବିପଦ ସଂକେତ ଉପରେ ଜଳକା, ବ୍ୟାପକ ଚାଷ ଜମି ଜଳମଗ୍ନ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଆଜି ପାଗରେ ପରିବର୍ତନ ଆସିଛି। ଆକାଶ ନିର୍ମଳ ରହିଛି। ବୁଢ଼ାବଳଙ୍ଗ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସି ବ୍ୟାପକ ଚାଷ ଜମିରେ ବନ୍ୟା ଜଳ ମାଡିଯାଇଛି। ଅଧିକାଂଶ ଗ୍ରାମ୍ୟ ରାସ୍ତା ପାଣିରେ ବୁଡି ରହିଛି। ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଫଳରେ ବାଲେଶ୍ୱର ଓ ଫୁଲାଡ଼ି ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଲିସ ସେହି ରାସ୍ତାରେ କାହାକୁ ଛାଡୁନାହିଁ।

ସେହିପରି ଫୁଲାଡ଼ି ଗ୍ରାମ୍ୟ ରାସ୍ତା ମଧ୍ୟ ବୁଡିଯାଇଛି। ବସ୍ତା ବ୍ଲକ ଅନ୍ତର୍ଗତ ଜଳକା ନଦୀର ଜଳସ୍ତର ବୃଦ୍ଧି ଘଟି ବହୁ ଚାଷ ଜମି ଜଳମଗ୍ନ ହୋଇଛି। ଜଳସେଚନ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଆଜି ଦିନ ଗୋଟାଏ ସୁଦ୍ଧା ବନ୍ୟା ଜଳ ବିପଦ ସଂକେତ ସ୍ତର ଉପରେ ପ୍ରବାହିତ ହେଉଛି। ଜଳକା ନଦୀର ବିପଦ ସଂକେତ ସ୍ତର ୫.୫୦ ମିଟର ଥିବା ବେଳେ ବନ୍ୟା ଜଳ ୬.୬୯ ମିଟରରେ ପ୍ରବାହିତ ହେଉଛି। ଜିଲ୍ଲାର ଅନ୍ୟ ପ୍ରମୁଖ ନଦୀ ବୁଢ଼ାବଳଙ୍ଗ ଦିନ ଗୋଟାଏ ସୁଦ୍ଧା ୮.୪୦ ମିଟରରେ ପ୍ରବାହିତ ହେଉଛି। ତାର ବିପଦ ସଂକେତ ସ୍ତର ୮.୧୩ ମିଟର।

- Advertisement -

ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ଘଟୁଥିଲେ ମଧ୍ୟ ବିପଦ ସଂକେତ ସ୍ତର ତଳେ ପ୍ରବାହିତ ହେଉଥିବା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ କହିଛନ୍ତି। ଏହି ବନ୍ୟା ଯୋଗୁଁ ନଦୀ କୂଳରେ ବସବାସ କରୁଥିବା ଲୋକେ ଇଟା ଭାଟିରେ କାମକରୁଥିବା ବ୍ୟକ୍ତିମାନଙ୍କ ଘର ପାଣିରେ ବୁଡି ଯାଇଛି। ସେମାନେ ରାସ୍ତା ଉପରେ ରହିବାକୁ ବାଧ୍ୟ ହୋଇଛନ୍ତି।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories