www.samajalive.in
Sunday, December 7, 2025
14.1 C
Bhubaneswar

ଆଠଗଡରେ ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ

ଆଠଗଡ : ଆଠଗଡ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପ୍ରଶାସନ ଓ ସାଧାରଣ ଲୋକଙ୍କ ଚିନ୍ତା ବଢିଯାଇଛି। କେବଳ ଆଠଗଡ ସହରରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ୫୩ହୋଇଥିବା ବେଳେ ଆଠଗଡ ବ୍ଲକ ଅଞ୍ଚଳରେ ୨୨୪ରେ ପହଞ୍ଚିଛି। ମଙ୍ଗଳବାର ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଠାରୁ ଆସିଥିବା ରିପୋର୍ଟରୁ ଆଠଗଡ ସହରର ଆଉ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର ମଙ୍ଗଳବାର ଆଠଗଡ ଡାକ୍ତରଖାନାରେ ୩୫ଜଣଙ୍କର ଆଣ୍ଟିଜେନ ପରୀକ୍ଷଣ ପାଇଁ ସ୍ୱାବ୍‍ ସଂଗ୍ରହ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଏହି ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ଜଣ କନ୍ତୋଲର ୧୨ନଂ ୱାର୍ଡର ହୋଇଥିବାବେଳେ ଅନ୍ୟ ୨ଜଣ ମେଡିକାଲ ରାସ୍ତାକଡ ସାହିର ବୋଲି ଜଣାପଡିଛି। ସଂପୃକ୍ତ ୪ଜଣଙ୍କୁ ମାଧବପୁରସ୍ଥିତ ଜିମସାର କୋଭିଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ୩୫ଜଣଙ୍କ ମଧ୍ୟରୁ ଅନ୍ୟ ୩୧ଜଣଙ୍କର ନେଗେଟିଭ ରିପୋର୍ଟ ଆସିଛି। ସେହିପରି ମଙ୍ଗଳବାର ରାସରସିକପୁର ସ୍କୁଲରେ ୩୯ଜଣଙ୍କର ଆରଟିପିସିଆର ପରୀକ୍ଷଣ ପାଇଁ ସ୍ୱାବ୍‍ ସଂଗ୍ରହ କରାଯାଇଥିବାବେଳେ ଏ ପର୍ଯ୍ୟନ୍ତ ରିପୋର୍ଟ ହସ୍ତଗତ ହୋଇନଥିବା ଡାକ୍ତରଖାନା ପରିଚାଳକ ପୂଜାଲିନ ରାଉତଙ୍କ ସୁତ୍ରରୁ ପ୍ରକାଶ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories