www.samajalive.in
Monday, December 8, 2025
16.1 C
Bhubaneswar

ରାସ୍ତା କଡ଼ରେ ଶୌଚରୁ ହଣାକଟା: ୧ ମୃତ, ୮ ଆହତ, ଥାନାରେ ୧୦ ଅଟକ

ବଲାଙ୍ଗିର: ବଲାଙ୍ଗିର ଜିଲା ପୁଇଁନ୍ତଲା ଥାନାର ଅଏଁଲାସାରି ଗାଁର ହରିଜନ ପଡ଼ାରେ ରାସ୍ତା କଡ଼ରେ ଶୌଚ କରିବା ନେଇ ଆଜି ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ସଂଘର୍ଷରେ ଉଭୟ ପକ୍ଷର ୮ ଜଣ ଆହତ ହୋଇଛନ୍ତି। ଘଟଣା ପରେ ବରିଷ୍ଠ ପୁଲିସ ଅଧିକାରୀ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ୧୦ଜଣଙ୍କୁ ଥାନାରେ ଅଟକ ରଖାଯାଇଛି। ପୁଲିସ ଛାନ୍‍ବିନ୍‍ ଚଳାଇଥିବା ବେଳେ ଉତ୍ତେଜନାକୁ ଆଖିରେ ରଖି ଫୋର୍ସ ମୁତୟନ କରାଯାଇଛି।

ଅଏଁଲାସାରି ଗାଁ ମୁଣ୍ଡରେ ରହିଛି ହରିଜନ ପଡ଼ା। ପଡ଼ାର ଲୋକେ ରାସ୍ତା କଡ଼ରେ ଶୌଚ ଯାଉଛନ୍ତି। ଯାହାକୁ ଗାଁ ଲୋକେ ବହୁ ଦିନରୁ ବିରୋଧ କରି ଆସୁଥିଲେ। ଗାଁ ଲୋକ ଓ ପଡ଼ାବାସୀଙ୍କ ମଧ୍ୟରେ ଏହି କଥାକୁ ନେଇ ପୂର୍ବରୁ ମଧ୍ୟ ପାଟିତୁଣ୍ଡ, ହାତାହାତି ଯାଏଁ କଥା ଯାଇଛି। କିନ୍ତୁ ପରିସ୍ଥିତି ଜଟିଳ ହେବା ଆଗରୁ ମାମଲା ଥମି ଯାଉଥିଲା। କିନ୍ତୁ ବୁଧୁବାର ସକାଳେ ଗାଁର ୬ରୁ ୭ଜଣ କାମ କରି ସକାଳୁ ଗାଁକୁ ଫେରୁଥିବା ବେଳେ ଗାଁ ସ୍କୁଲ ସମ୍ମୁଖରେ ହରିଜନ ପଡ଼ାର ୧୨ରୁ ୧୫ଜଣ କାମ କରି ଫେରୁଥିବା ଗାଁ ଲୋକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଗାଁର ଟିହାଲୁ ଷାଣ୍ଢଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୬ଜଣ ଆହତ ହୋଇଥିଲେ। ଆହତଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍‍ପିଟାଲରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ବଲାଙ୍ଗିର ସଦର ଏସ୍‍ଡିପିଓ ଶ୍ରୀମନ୍ତ ବାରିକ, ପୁଇଁନ୍ତଲା ଥାନା ଅଧିକାରୀ ବି.ରୁଦ୍ରିୟା ସଦଳବଳ ଘଟଣାସ୍ଥଳକୁ ଯାଇଥିଲେ। ଏହା ପରେ ପରେ ସାଇଣ୍ଟିଫିକ୍‍ ଟିମ୍‍ ମଧ୍ୟ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ସହ ଆବଶ୍ୟକ ନମୂନା ସଂଗ୍ରହ କରିଥିଲେ।

- Advertisement -

ସେହିପରି ଆକ୍ରମଣ କରିଥିବା ନେଇ ୧୦ଜଣଙ୍କୁ ପୁଲିସ ପଡ଼ାରୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି। ସେମାନଙ୍କ ମଧ୍ୟରୁ ୨ଜଣ ଆହତ ହୋଇଥିବାରୁ ସେମାନଙ୍କୁ ବି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଗାଁରେ ଉତ୍ତେଜନା ଲାଗି ରହିଛି। ୪୨ ବର୍ଷୀୟ ଟିହାଲୁଙ୍କ ମୃତ୍ୟୁ ପରେ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁ ଥିବାରୁ ପୁଲିସ ପକ୍ଷରୁ ଫୋର୍ସ ମୁତୟନ କରାଯାଇଛି। ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇ ହସ୍ତାନ୍ତର କରାଯାଇଥିବା ବେଳେ ପୁଲିସ କୌଣସି ଅପ୍ରୀତିକର ପରିସ୍ଥିତି ନଦେଖା ଦିଏ ସେଥିପାଇଁ ସଜାଗ ଥିବା ଏସ୍‍ଡିପିଓ ଶ୍ରୀ ବାରିକ କହିଛନ୍ତି। ସେହିପରି ଆକ୍ରମଣକାରୀ ସନ୍ଦେହରେ ଥାନାରେ ଅଟକ ଥିବା ଲୋକଙ୍କୁ ପଚରା ଉଚୁରା ଜାରି ରହିଥିବା କହିଛନ୍ତି ପୁଇଁନ୍ତଲା ଥାନା ଅଧିକାରୀ ଶ୍ରୀ ରୁଦ୍ରିୟା। ଅନ୍ୟପଟେ ମୃତକ ଟିହାଲୁଙ୍କ ପରିବାରରେ ଶୋକର ମାହୋଲ। ଗାଁ ଲୋକେ, ମୃତକ ଓ ଆହତଙ୍କ ପରିବାର ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି। ସେହିପରି ମୃତକଙ୍କୁ ସରକାରୀ ସହାୟତା ଦେବାକୁ ଅନୁରୋଧ କରିଥିବା ସୂଚନା ମିଳିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories