www.samajalive.in
Sunday, December 7, 2025
23.1 C
Bhubaneswar

ଲଗାଣ ବର୍ଷାରେ ପୁଣି ଫୁଲିଲା ବୈତରଣୀ ଓ ସାଳନ୍ଦୀ ନଦୀ, ୨ଟି ବ୍ଲକର ୧୨ଖଣ୍ଡ ଗାଁକୁ ଯୋଗାଯୋଗ ବିଛିନ୍ନ

ଆରଡି: ଚଳିତ ଲଗାଣ ବର୍ଷାରେ ବୁଧବାର ଆରଡି ଓ ଆଖପାଖ ଅଞ୍ଚଳରେ ପୁଣି ଫୁଲି ଉଠିଛି ବୈତରଣୀ ଓ ସାଳନ୍ଦୀ ନଦୀ। ଫଳରେ ଉପର ମୁଣ୍ଡରେ ବୈତରଣୀ ନଦୀର ଜଳସ୍ତର ଦୃତଗତିରେ ବୃଦ୍ଧି ପାଉଥିବାରୁ ବଡଧରଣ ବନ୍ୟା ହେବାର ଆଶଙ୍କା ଦେଖା ଦେଇଛି। ଏପରିକି ବୈତରଣୀ ନଦୀର ମୁଆଁ ନିକଟରେ ନଦୀବନ୍ଧ ଦୀର୍ଘଦିନ ହେବ ଧସି ଯାଇଥିବାରୁ ସେଠାରେ ନଦୀବନ୍ଧ ଏବେ ବିପଦଜନକ ଭାବେ ରହିଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ସେହିପରି ସାଳନ୍ଦୀ ନଦୀ ଶୀତଳପୁର ନିକଟରେ କୂଳ ଲଂଘି ଜନବସତି ଆଡକୁ ମାଡିବାରେ ଲାଗିଛି ବନ୍ୟାଜଳ। ଅନ୍ୟପଟେ ଦୀର୍ଘ ୭ଦିନ ହେବ ଆରଡି-ମତୋ ରାସ୍ତାର ପ୍ରାୟ ୪ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ତିହିଡି ଓ ଚାନ୍ଦବାଲି ବ୍ଲକର ୧୦/୧୨ଖଣ୍ଡ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଫଳରେ ନାନ୍ଦପୁର ପଞ୍ଚାୟତର ୬ଖଣ୍ଡ ଗାଁର ଲୋକ ଦୈନଦିନ ଆରଡି ପୀଠକୁ ବଜାର କରିବାକୁ ଆସୁଥିବା ଠପ ହୋଇଯାଇଛି। ସେହିପରି ରୋଗୀମାନଙ୍କୁ ସାଙ୍ଗିଭାର କରି ନେଉଥିବା ସ୍ଥାନୀୟ ଲୋକାମାନେ ପ୍ରକାଶ କରିଛନ୍ତି। ଏପଟେ ଆରଡି ଡିହସାହି ରାସ୍ତା ନିକଟରେ ବର୍ଷା ପାଣି ଠିକ ଭାବେ ନିଷ୍କାସିତ ହେଉନଥିବାରୁ ଆଣଣ୍ଠୁଏ ଉଚ୍ଚରୁ ବର୍ଷା ପାଣି ପ୍ରବାହିତ ହେଉଛି। ଯାହାପଳରେ ଜନଜୀବନ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ବିଶେଷକରି ବୈତରଣୀ ନଦୀରେ ଦେଖା ଦେଇଥିବା ପ୍ରଥମ ବନ୍ୟାଜଳ ଚାଷଜମିରୁ ନିଷ୍କାସିତ ହୋଇନଥିବା ବେଳେ ଏବେ ବୈତରଣୀ ନଦୀରୁ ଆସୁଥିବା ବନ୍ୟାଜଳ ଚଳିତବର୍ଷ ଚାଷକୁ ସମ୍ପୁର୍ଣ୍ଣ ଧୋଇ ନେବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଅନ୍ୟପଟେ ଉପର,ମୁଣ୍ଡରେ ବୈତରଣୀ ନଦୀର ବନ୍ୟାଜଳ ବଢୁଥିବାରୁ ନଦୀକୂଳିଆମାନେ ଆତଙ୍କିତ ହୋଇ ପଡ଼ିଛନ୍ତି। ବିଶେଷକରି ସୁନ୍ଦରପୁର, ଓଳଗ, ଷାଠିବାଙ୍କୁଡା, ବୋଡକ, ସନ୍ତରା, ପାଲଟପୁର, ସିଂହିପୁର ବାତୋଳ ଆଦି ଗାଁର ଲୋକାମନେ ଭୟରେ ନଦୀବନ୍ଧକୁ ଜଗି ରହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories