www.samajalive.in
Sunday, December 7, 2025
26.1 C
Bhubaneswar

ବଗଲା ଧର୍ମଶାଳାର ପୁନଃରୁଦ୍ଧାର ସହ ପ୍ଲଟିଂ ବାତିଲ କରାଯାଉ : ସିପିଆଇ(ଏମ)

ପୁରୀ : ବଗଲା ଧର୍ମଶାଳା ଜମିକୁ ପ୍ଲଟିଙ୍ଗ କରି ବିକ୍ରିକୁ ବିରୋଧ କରି ସିପିଆଇ(ଏମ)ପକ୍ଷରୁ ରବିବାର ବଗଲା ଧର୍ମଶାଳା ସମୁଖରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ପୁରୀକୁ ଯାତ୍ରୀ ଓ ଧର୍ମ,କର୍ମ ନିମନ୍ତେ ଆସୁଥିବା ଲୋକଙ୍କୁ କମ ଖର୍ଚ୍ଚରେ ରହଣି ନିମନ୍ତେ ଯୋଗାଇବା ଲକ୍ଷରେ ୧୯୦୫ମସିହାରେ ଦାନରେ ପାଇ ଥିବା ବଗଲା ଧର୍ମଶାଳା ଜମିକୁ ଜିଲ୍ଲାପାଳ ବେଆଇନି ଭାବେ ଲଜିଂ ମାଲିକଙ୍କୁ ବିକିବା ନିନ୍ଦନୀୟ। ଲଜିଂ ହାଉସ ନାଁ ରେ ଥିବା ଜମି ମୁନିସିପାଲିଟି ଅଧିନକୁ ଆସିଲା. ଜିଲ୍ଲାପାଳ ମୁନିସିପାଲ ଆଇନକୁ କୋଣଠେସା କରି ତହସିଲଦାରଙ୍କୁ ନିର୍ଦେଶ ଦେଇ ଉକ୍ତ ଜମି ରାତାରାତି ରାଜସ୍ବ ବିଭାଗ ନାଁ ରେ ହସ୍ତାନ୍ତର କରିବାର ଷଡ଼ଯନ୍ତ୍ର ଆଜି ପଦାରେ ପଡିଛି। ଧର୍ମଶାଳା ଏକ ଚାରିଟେବଲ ସଂସ୍ଥା, ସେ ଜମିକୁ ଉତ୍ତରାଧିକାରୀ ଆଇନ କିମ୍ବା ହସ୍ତାନ୍ତର ଆଇନ ବଳରେ ବ୍ୟବସାୟ ଉଦ୍ଦେଶ୍ୟରେ ବିକ୍ରି କରିବା ଜିଲ୍ଲାପାଳଙ୍କ ପରିସର ବାହାରେ।. ଆଇନର ଶାସକ ଜିଲ୍ଲାପାଳ ନିଜେ ବେଆଇନ ଭାବେ ଜନସ୍ୱାର୍ଥ ମାମଲା ଥିଲା ବେଳେ ଛଅ ଜଣଙ୍କୁ ବଗଲା ଧର୍ମଶାଳା ଜମିକୁ ପ୍ଲଟିଂ କରି ବିକ୍ରି ପ୍ରତିବାଦରେ  ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଧର୍ମଶାଳାର ପୁନଃରୁଦ୍ଧାର, ପ୍ଳଟିଙ୍ଗ ଯୋଜନା ବାତିଲ, ଛଅଟି ବିକ୍ରି କବଲା ରଦ୍ଦ କରିବା, ଉକ୍ତ ଜମିରେ ତ୍ରିତଳ ପ୍ରାସାଦ କରି ଗରିବ ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ରହଣି ପାଇଁ ଆବାସ ଯୋଗାଇବା, ଏହାକୁ ଚାରିଟେବଲ ଭାବେ ମୁନିସିପାଲିଟି ପରିଚାଳନା କରିବାକୁ ଦାବୀ କରିଥିଲେ। ସରକାର ଓ ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନ ନେଲେ ଦଳ ମତ ନିର୍ବିଶେଷରେ ସମସ୍ତ ଲୋକଙ୍କୁ ନେଇ ବଗଲା ସୁରକ୍ଷା ସଂଘର୍ଷ ସମିତି କରି ଆନ୍ଦୋଳନକୁ ଜୋରଦାର କରାଯିବ.ବୋଲି ଘୋଷଣା କରାଯାଇଛି।.
ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଶରତ କୁମାର ରାୟଗୁରୁ, ଜଗନ୍ନାଥ ଦେଓ, ପୂର୍ଣ୍ଣ ଚନ୍ଦ୍ର ମୁଦୁଲି, ମନୋରଞ୍ଜନ ମହାରଣା, ଯାମିନୀ ମିଶ୍ର, ବିଭୁତି ରାଉତରାୟ, ସୋମନାଥ ନାୟକ, ଜିତେନ୍ଦ୍ରିୟ ବେହେରା ଗୟାଧର ପାଣ୍ଡଵ ପ୍ରମୁଖ ଯୋଗ ଦେଇଥିଲେ। ପ୍ଲଟିଂ ବିକ୍ରି କବଲା

- Advertisement -

 

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories