www.samajalive.in
Sunday, December 7, 2025
26.1 C
Bhubaneswar

ବିନା ଭକ୍ତରେ ପୂଜା ପାଇଲେ ସିଦ୍ଧ ବିନାୟକ

ଗୋପାଳପୁର: ଆଜି ବିନାୟକ ଚତୁର୍ଥୀ, ବିଘ୍ନ ବିନାଶକ ଗଣେଶଙ୍କ ବେଶ ଧୂମଧାମରେ ଚାରିଆଡ଼େ ପୂଜାର୍ଚ୍ଚନା ହେବା କଥା କିନ୍ତୁ କରୋନା କଟକଣା ଯୋଗୁଁ ଏହା କେବଳ ଘରେ ଘରେ ପାଳିତ ହେଉଥିବା ବେଳେ ମନ୍ଦିର ମାନଙ୍କରେ ବିନା ଭକ୍ତରେ ପୂଜାର୍ଚ୍ଚନା ସମାହିତ ହୋଇଥିବା ଜଣାପଡିଛି। ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତଥା ରଣ୍ଢା ପଞ୍ଚାୟତ ଅନ୍ତର୍ଗତ ପଞ୍ଚମାଠାରେ ଥିବା ସିଦ୍ଧ ବିନାୟକ ପିଠରେ ମଧ୍ୟ ପ୍ରଶାସନିକ କଟକଣା ଯୋଗୁଁ କେବଳ ପୂଜାରୀଙ୍କ ଦ୍ବାରା ଗଣେଶଙ୍କ ପୂଜାର୍ଚ୍ଚନା କରାଯାଇଛି।

ଏହି ପରିପ୍ରେକ୍ଷୀରେ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ଭୋର ୪ଟାରେ ମନ୍ଦିର ପହଡ଼ ଖୋଲାଯିବା ସହ ପୂଜକଙ୍କ ଦ୍ୱାରା ରୀତିକାନ୍ତି କରାଯାଇ ପାଞ୍ଚଟା ୩୦ମିନଟରେ ମନ୍ଦିର ବନ୍ଦ ବନ୍ଦ କରାଯାଇ ମୁଖ୍ୟ ତାଲା ପକାଇ ଦିଆଯାଇଥିଲା। ଦକ୍ଷିଣ ଓଡିଶା ତଥା ଆନ୍ଧ୍ର ସୀମାନ୍ତରେ ପଞ୍ଚାମା ଗ୍ରାମରେ ସିଦ୍ଧ ବିନାୟକ ପୀଠ ଅବସ୍ଥିତ। ବହୁ ପୁରାତନ କାଳରୁ ଏହି ପୀଠରେ ଗଣେଶ ଚତୁର୍ଥୀ ଧୁମଧାମରେ ପାଳନ କରାଯାଉଥିଲା।

- Advertisement -

ବର୍ତ୍ତମାନ କରୋନା କଟକଣା ଯୋଗୁଁ ମନ୍ଦିର କମିଟି ଓ ସ୍ଥାନୀୟ ପ୍ରଶାସନ ତରଫରୁ ଜନସାଧାରଣଙ୍କ ପାଇଁ ଦର୍ଶନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ କେବଳ ପୂଜକଙ୍କୁ ନେଇ ଦେଵନୀତି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବିନା ଭକ୍ତରେ ମନ୍ଦିର ଖାଁ ଖାଁ ଲାଗୁଥିଲା। ମନ୍ଦିର ପ୍ରବେଶର ୧ କିଲୋମିଟର ପୂର୍ବରୁ ଉଭୟ ପଟ ରାସ୍ତାକୁ ପ୍ରଶାସନ ପକ୍ଷରୁ ସିଲ କରାଯିବା ସହ ଯାତାୟାତ ବନ୍ଦ ବ୍ୟବସ୍ଥା କରାଯାଇ ପୁଲିସ ଫୋର୍ସ ନିୟୋଜିତ କରାଯାଇଥିଲା। କନିସି ତହସିଲଦାର ତାପସ ରାଉତ, ଅତିରିକ୍ତ ତହସିଲଦାର ଦେବେନ୍ଦ୍ର କୁମାର ସାହୁ, ଗୋଳନ୍ଥରା ଥାନାଧିକାରୀ ବାବୁଲି ନାୟକ, ରଣ୍ଢl ସରପଞ୍ଚ ପ୍ରଦୀପ ସାହୁ ପ୍ରମୁଖ ମନ୍ଦିର ପରିଚାଳନା ଦାୟିତ୍ୱରେ ରହି ସହଯୋଗ କରିଥିଲେ।

ତଥାପି ଆଜି ସକାଳୁ ଅନେକ ଭକ୍ତ ପରିବାର ସହ ଗଣେଶଙ୍କ ଦର୍ଶନ ପାଇଁ ପହଞ୍ଚି ଥିଲେ ମଧ୍ୟ ପୁଲିସ୍ ପକ୍ଷରୁ ସେମାନଙ୍କୁ ରାସ୍ତାରେ ଅଟକାଯିବା ସହ ସଟଡାଉନ୍ ଘୋଷଣା ସତ୍ତ୍ୱେ ଘରୁ ବାହାରକୁ ବାହାରିଥିବା ଯୋଗୁଁ ତାଗିଦ୍ କରାଯାଇଥିବା ଦେଖିବାକୁ ମିଳିଥିଲା। ଅନ୍ୟ ପଟେ ପରିବାର ସହ ଗଣେଶଙ୍କ ଦର୍ଶନ ପାଇଁ ଭଗବାନଙ୍କ ଦର୍ଶନ ନମିଳିବାରୁ ନିରାଶାରେ ଫେରିଥିଲେ। ଅନ୍ୟପଟେ କିଛି ଭକ୍ତ କନିଷି ଏବଂ ଜୁଗୁଡି ଦେଇ ପଞ୍ଚମାକୁ ସଂଯୋଗ କରୁଥିବା ଚନ୍ଦନପୁର ନିକଟରେ ରାସ୍ତା ଉପରେ ଏକ ପଥର ରଖି ସେଥିରେ ସିନ୍ଦୁର ଚନ୍ଦନ ଲଗାଇ ପଞ୍ଚମା ଗଣେଷ ବୋଲି ଭ୍ରମ ସୃଷ୍ଟି କରି ମନ୍ଦିର ସମୁଖକୁ ଚାହିଁ ନଡ଼ିଆ, କଦଳୀ ଭୋଗ କରିବା ସହ ଦୀପ ଲଗାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories