ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ କରୋନା
ଭୁବନେଶ୍ବର : ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନା ଆକ୍ରାନ୍ତ ହୋଇଛନ୍ତି । କରୋନା ଆକ୍ରାନ୍ତ ନେଇ ଶନିବାର ନିଜେ ମଞ୍ଜୁଲତା ଟ୍ବିଟ କରି ଜଣାଇଛନ୍ତି। ପ୍ରାରମ୍ଭିକ ଲକ୍ଷଣ ପରେ ସେ ପରୀକ୍ଷା କରାଇଥିଲେ। ରିପୋର୍ଟ ପଜିଟିଭ ଆସିଛି। ତାଙ୍କ ସ୍ବାସ୍ଥ୍ୟ ଭଲ ଅଛି ସେ ହୋମ କ୍ବାରେଣ୍ଟାଇନରେ ରହିଛନ୍ତି ବୋଲି ଟ୍ବିଟରେ କହିଛନ୍ତି।
କରୋନାର ପ୍ରାରମ୍ଭିକ ଲକ୍ଷଣ ପାଇବା ପରେ,ମୁଁ ନିଜର ପରୀକ୍ଷା କରାଇଲି ଏବଂ ରିପୋର୍ଟ ପଜିଟିଭ୍ ଆସିଲା।ମୋ ସ୍ୱାସ୍ଥ୍ୟ ଭଲ ଏବଂ ସ୍ଥିର ଅଛି ଏବଂ ହୋମ୍ କ୍ୱାରାଣ୍ଟାଇନରେ ଅଛି।ମୁଁ ଅନୁରୋଧ କରୁଛି,ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ ଏବଂ ସଂସ୍ପର୍ଶରେ ଆସିଛନ୍ତି,ଦୟାକରି ନିଜକୁ ଅଲଗା ରଖନ୍ତୁ ଓ ନିଜର ପରୀକ୍ଷା କରାଇ ନିୟନ୍ତୁ।
— Manjulata Mandal (@manjulatamandal) August 22, 2020
Comments are closed.