ଚାହା ପତିର ବ୍ୟବହାର ଚୁଟି ପାଇଁ ଲାଭଦାୟକ
ପୂର୍ବରୁ ଲୋକଙ୍କ ଚୁଟି ଅଧିକ ଦିନ ପର୍ଯ୍ୟନ୍ତ କଳା ରହୁଥିବାର ଆମେ ଦେଖୁଥିଲେ। କିନ୍ତୁ ଏବେ ଲୋକଙ୍କ ଚୁଟି ଶୀଘ୍ର ଧଳା ହୋଇଯାଉଛି। ଏହାର କାରଣ ହେଉଛି- ପ୍ରଦୂଷଣ,ଖରାପ ଲାଇଫଷ୍ଟାଇଲ ଓ କେମିକାଲ ମିଶ୍ରିତ ଖାଦ୍ୟ। ଧଳା ଚୁଟି ଲୁଚାଇବା ପାଇଁ ଲୋକମାନେ ଅନେକ ପ୍ରକାରର କେମିକାଲର ବ୍ୟବହାର କରିବା ସହ ଅନେକ ପ୍ରକାର ଚିକିତ୍ସା କରୁଛନ୍ତି। ଏପରି କରିବା ଦ୍ୱାରା ଚୁଟି ଅଧିକ ଝଡିଥାଏ ଓ ପୂର୍ବ ଅପେକ୍ଷା ଚୁଟି ଅଧିକ ଧଳା ହୋଇଯାଏ। ଆସନ୍ତୁ ଜାଣିବା ଘରୋଇ ପଦ୍ଧତିରେ କିପରି ଚୁଟି କଳା କରିବା…
ଚୁଟି କଳା କରିବା ପାଇଁ ଯେଉଁ ଦ୍ରବ୍ୟର ଆବଶ୍ୟକତା ରହିଛି ତାହା ରୋଷେଇ ଘରେ ଆରାମରେ ମିଳିଯିବ। ଘରେ ସର୍ବଦା ଚାହା ପତି ଥାଏ। ଏଥିରେ ଟେନିକ ଏସିଡ ରହିଥାଏ। ଯାହାଦ୍ୱାରା ଚୁଟିକୁ କଳା କରାଯାଇପାରିବ।
ପ୍ରଥମେ ୧କପ ପାଣିରେ ୬ଚାମଚ ଚାହା ପତି ମିଶାଇ ଭଲ ଭାବରେ ୩୦ମିନିଟ ପର୍ଯ୍ୟନ୍ତୁ ଫୁଟାନ୍ତୁ। ଏହାପରେ ତାକୁ ଛାଣି ଥଣ୍ଡା ହେବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ତାପରେ ତାକୁ ଚୁଟିରେ ଭଲ ଭାବରେ ଲଗାନ୍ତୁ।
ଚୁଟିକୁ କଳା କରିବା ସହ ଚାହା ପତିର ପାଣି ଅନେକ ଲାଭଦାୟକ ହୋଇଥାଏ। ଏହାଦ୍ୱାରା ଚୁଟି ଝଡିବା କମ ହୋଇଥାଏ। ଚୁଟି ଭଲ ଭାବରେ ବଢିଥାଏ। ଦୁଇ ମୁହଁ ହୋଇଥିବା ଚୁଟିକୁ ଠିକ୍ କରିବାରେ ସାହାଯ୍ୟ କରିଥାଏ। ଚୁଟିରେ ଚମକାଇବାରେ ସାହାଯ୍ୟ କରିଥାଏ।